ଏମିତି କଣ କାରଣ ଥିଲା ଯେ 22 ବର୍ଷୀୟ ଏହି ଯୁବତୀ ବି.କମ ପାସ ହେଲା ପରେ ବି ହୋଇ ଗଲେ ସନ୍ୟାସୀ

ଆଧ୍ୟାତ୍ମିକ

ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହିବାକୁ ଯାଉଛୁ ଯିଏକି ବିକମ ପାସ କଲା ପରେ ବି ସନ୍ୟାସିନୀ ହୋଇ ଗଲେ । ହଁ ଆଜ୍ଞା, ଏହି ଯୁବତୀଙ୍କର ନାଁ ଜୟା କିଶୋରୀ ଅଟେ । ଜୟା କିଶୋରୀ କାହିଁକି ଏମିତି ସନ୍ୟାସିନୀ ହୋଇ ଗଲେ ଏହାର କାରଣ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ । ଜୟା ମା ଙ୍କର ଜନ୍ମ 13 ଜୁଲାଇ 1996ରେ ସୁଜାନାଗଡ଼ ରାଜସ୍ଥାନରେ ହୋଇ ଥିଲା କିନ୍ତୁ ଏବେ ସେ କଲିକତାରେ ରହୁଛନ୍ତି । ବହୁତ କମ ବୟସରେ ଜୟା କିଶୋରୀ ଦୁନିଆକୁ ଏହା ଦେଖେଇ ଦେଲେ ଯେ ଭଗବାନ ଆମ ସହିତ ନିଶ୍ଚିତ ଅଛନ୍ତି । ଜୟା କିଶୋରୀଙ୍କର ଘରେ ତାଙ୍କର ମା-ବାପା, ଜେଜେ-ଜେଜେମା , ଅଜା-ଆଈ ଅଛନ୍ତି , ଆଉ ତାଙ୍କର ଆଶୀର୍ବାଦ କ୍ରମେ ଜୟା ସାରା ଭାରତରେ ଭଗବାନଙ୍କର ନାମ ଓ ଆସ୍ଥା ବାଣ୍ଟୁଛନ୍ତି ।

ଜୟା ଜି ଙ୍କର ବୟସ ବହୁତ କମ ଅଟେ । ଯେଉଁ ବୟସରେ ସେ ବିଦ୍ୟାର୍ଥୀ ଜୀବନ ବିତେଇବା କଥା ସେଇ ବୟସରେ ସେ ଭଗବତ ଗୀତା, ନାନୀ ବାଇ ମାୟରା, ନରସି କା ବାତ ଯେମିତି କଥା ପ୍ରବଚନ ଦୁନିଆକୁ ଶୁଣାଇଛନ୍ତି । ଏମିତି ନୁହେଁ ଯେ ପ୍ରବଚନ ଦେବାକୁ ଯାଇ ଜୟା ଜି ପଢିବା ଛାଡି ଦେଇଛନ୍ତି ସେ ଆଜି ବି ସମୟ ବାହାର କରି ପଢ଼ନ୍ତି । ସେ ତାଙ୍କର ବି.କୋମ ପଢ଼ା ବି ପୁରା କରି ନେଇଛନ୍ତି ।

ଜୟା କିଶୋରୀ ଙ୍କର ସନ୍ୟାସିନୀ ହେବାର ମୁଖ୍ୟ କାରଣ ଏହା ଅଟେ , ଯାହାକି ନିଜେ ଜୟା କିଶୋରୀ କହିଛନ୍ତି । ଜୟା ଙ୍କର କହିବା ଅନୁସାରେ , ତାଙ୍କର ପିଲାଟି ଦିନରୁ ଭଗବାନ କୃଷ୍ଣ ଙ୍କ ପ୍ରତି ବହୁତ ଆକର୍ଷଣ ଓ ଭଲ ପାଇବା ଥିଲା ଆଉ ପ୍ରାୟତଃ ଅଧିକାଂଶ ସମୟରେ ସେ ଭଗବାନ କୃଷ୍ଣ ଙ୍କର ଭକ୍ତିରେ ଡୁବି ରହୁ ଥିଲେ । ଦିନେ ତାଙ୍କ ମନରେ ଏହା ବିଚାର ଆସିଲା ଯେ ଏହି ସବୁ ସଂସାରର ମୋହ ମାୟାକୁ ଛାଡି ଭଗବାନ ଙ୍କର ଭକ୍ତିରେ ଲୀନ ହୋଇ ଯିବା ।

ସେ ତାଙ୍କର ମାତା- ପିତା ଆଉ ପରିବାରର ସବୁ ସଦସ୍ୟ ଙ୍କର ମତ ନେଲେ । ସମସ୍ତେ ତାଙ୍କୁ ସହଯୋଗ କଲେ ଆସୁ ଏବେ ଜୟା ବି.କୋମ କଲା ପରେ ବି ଜଣେ ସନ୍ୟାସିନୀ ଅଟନ୍ତି । ଏବେ ଜୟା କିଶୋରୀ ସାରା ଭାରତରେ ପରିଚିତ ଅଟନ୍ତି । ଜୟା କିଶୋରୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସୋସିଆଲ ମିଡିଆରେ ତାଙ୍କର ଦୁଇ ଲକ୍ଷ ରୁ ଅଧିକ ଫୋଲୋଅର ଅଛନ୍ତି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.