କପଡା ଖୋଲି ନଦୀକୁ ଡେଇଁଲା ବିଦେଶୀ ଯୁବତୀ, ବଞ୍ଚେଇବା ପାଇଁ ଥାନା ଅଧିକାରୀ ମାରିଲେ ଡିଆଁ ଆଉ ତାପରେ..

ସମାଚାର

ରାଜସ୍ଥାନର ଜୟପୁରର ଦ୍ରବ୍ୟବତୀ ନଦୀକୁ ଜଣେ ଯୁବତୀ ହଠାତ ଡେଇଁ ପଡିଲା । ଘଟଣାର କିଛି ସମୟ ପୂର୍ବରୁ ଯୁବତୀ ଜଣକ ସେ ନଦୀ ପାଖରେ ବୁଲୁ ଥିଲେ , ଆଉ ତାପରେ ହଠାତ ସେ ଯୁବତୀ ଜଣକ ନିଜର କପଡା ଖୋଲି ଦେଲେ ଆଉ ନଦୀକୁ ଡେଇଁ ପଡିଲେ । ଦେଖୁ ଦେଖୁ ଯୁବତୀ ଜଣକ ନଦୀର ପ୍ରଖର ସୁଅରେ ଆଗକୁ ଭାସିବାକୁ ଲାଗିଲା । ଆଉ ଏହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ସେ ଯୁବତୀ କୁ ବଞ୍ଚେଇବା ପାଇଁ ବଞ୍ଚାଅ ବଞ୍ଚାଅ ବୋଲି ପାଟି କରିବାକୁ ଲାଗିଲେ । ସେଠାରେ ଥିବା ଗାର୍ଡ ତୁରନ୍ତ ପୋଲିସ କୁ ଏହି ଘଟଣା ବିଷୟରେ ଜଣେଇ ଦେଲା ।

କିଛି ସମୟ ପରେ ସେଠାକୁ ପୋଲିସ ପହଁଚିଲା ତୋ ନଦୀରେ କିଛି ଦୂରରେ ସେ ଯୁବତୀ ମୁଣ୍ଡର ବାଳ ଦେଖା ଗଲା । ଘଟଣା ସ୍ଥଳେ ଉପସ୍ଥିତ ଥିବା ମାନସରୋବର ଥାନାର HHO ସୁରେନ୍ଦ୍ର ଯାଦବ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ପଡିଲେ ତାଙ୍କ ସହିତ କନେଷ୍ଟବଳ ଗଣେଶ ବି ପାଣିକୁ ଡେଇଁ ପଡିଲେ । ବହୁତ କଷ୍ଟ କଲା ପରେ ଯୁବତୀକୁ ଉଦ୍ଧାର କରା ଯାଇ ପାରିଲା । ଖବର ଅନୁସାରେ ଝିଅଟି ବେଦେଶୀ ଅଟେ । ତାଙ୍କର ପରିଚୟ ମିଶେଲ ନାମରେ ହୋଇଛି ।

ଯେତେବେଳେ NHO ସୁରେନ୍ଦ୍ର ଯାଦବ ମହିଳାଙ୍କୁ ବଞ୍ଚେଇବା ପାଇଁ ପ୍ରୟାସ କରୁ ଥିଲେ ସେତେବେଳେ ଝିଅଟି ଏହାର ବିରୋଧ କରୁ ଥିଲା । NHO ସୁରେନ୍ଦ୍ରଙ୍କର ପ୍ରୟାସ ଦେଖି ସେଠାରେ ଥିବା ଲୋକମାନେ ବି ତାଙ୍କୁ ସାହାଯ୍ୟ କଲେ । ଆଉ ଏହା ପରେ ସେ ଯୁବତୀଙ୍କୁ ଉଦ୍ଧାର କରି ପାଣି ବାହାରକୁ ଅଣା ଗଲା । ବାହାରକୁ ଆସିଲା ପରେ ବି ଯୁବତୀ ଜଣକ ପୁଣି ଥରେ ସେ ପାଣିକୁ ଡେଇଁବାକୁ ପ୍ରୟାସ କରୁ ଥିଲେ ।

ଦେଶର ବହୁତ ରାଜ୍ୟରେ ବନ୍ୟାର ତାଣ୍ଡବ ଚାଲିଛି । ମଧ୍ୟପ୍ରଦେଶରେ ଲଗାତାର ହେଉ ଥିବା ବର୍ଷା ଯୋଗୁଁ ଜବରଦସ୍ତ ବନ୍ୟା ଆସିଛି। ବର୍ଷା କାରଣରୁ ନଦୀ, ନାଳ ରେ ଅତ୍ୟଧିକ ପାଣି ହେବା ଯୋଗୁଁ ଡୁବି ଯାଇ ପାଖା ପାଖି 32 ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ଏହା ସହିତ ଲାଗି ରହି ଥିବା ଭୀଷଣ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାପନ ପୁରା ବିପର୍ଯ୍ୟସ୍ତ ହୋଇ ପଡିଛି । ଏଥିପାଇଁ କେବଳ ସାଧାରଣ ଲୋକ ନୁହେଁ ନିରୀହ ପଶୁ ପକ୍ଷୀ ମାନେ ମଧ୍ୟ ବହୁତ କଷ୍ଟ ପାଉଛନ୍ତି ।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.