କାକି ନାବାଳିକା ଝିଆରୀକୁ ଦେହ ବେପାରୀଙ୍କୁ ବିକିଲା, ଗୋଟେ ବର୍ଷ ପରେ ତାଙ୍କ କବ୍ଜାରୁ ବାହାରି ଘରକୁ ଫେରିଲା ପିଡ଼ିତା

କ୍ରାଇମ

ମଧ୍ୟପ୍ରଦେଶର ରୀବା ଜିଲ୍ଲାରେ ସମ୍ପର୍କକୁ କଳଙ୍କିତ କରିଦେବା ଭଳିଆ ଏକ ମାମଲା ସାମ୍ନାକୁ ଆସିଛି , ଯେଉଁଠି କି ସମ୍ପର୍କୀୟ କାକି ନିଜର ନାବାଳିକା ଝିଆରୀକୁ ବନ୍ଧକ ବନେଇ ନାସିକ ନେଇ ବିକି ଦେଲା , ଯାହା ପରେ ଅଭିଯୁକ୍ତ ମାନେ ତା ସହିତ ଜବରଦସ୍ତି ଅବୈଧ୍ୟ ସମ୍ପର୍କ ରଖିଛନ୍ତି। ଆଉ ପିଡ଼ିତା ସେଠାରୁ ଲୁଚି ପଳେଇ ଆସିବାରେ ସକ୍ଷମ ହୋଇଛି । ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବତୀ କୁ ନିଜ କବ୍ଜା କୁ ନେଇଛି । ଏବେ ପୋଲିସ ଏହି ମାମଲାର ଯାଞ୍ଚରେ ଜୁଟିଛି ।

କାକି ଝିଆରୀକୁ ବିକ୍ରି କରି ଦେଲା:-

ଖବର ଅନୁସାରେ ମାମଲା ଜିଲ୍ଲାର କରଚୁଲିଆନ ଥାନା ଅଞ୍ଚଳ ଅନ୍ତର୍ଗତ ଖିରା ଗାଁର ଅଟେ । ସେଠାରେ ରହସ୍ୟମୟ ଭାବରେ ଯୁବତୀ ଗୋଟେ ବର୍ଷ ହେଲା ନିଖୋଜ ହୋଇ ଯାଇ ଥିଲା ।

ପରିଜନଙ୍କର ଅଭିଯୋଗ ଯେ ଝିଅକୁ ତାର କାକି ହିଁ ବନ୍ଧକ ବନେଇ ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ବିକ୍ରି କରି ଦେଇଛନ୍ତି । ଯାହା ପରେ କିଛି ଅମଣିଷ ମାନେ ମିଶି କରି ସେ ଯୁବତୀ ସହିତ ଅବୈଧ୍ୟ ସମ୍ପର୍କ ରଖିଛନ୍ତି , ଆଉ ତାପରେ ତାକୁ ଅନ୍ୟ ଏକ ଜାଗାରେ ବିକ୍ରି କରି ଦେଇ ଥିଲେ ।

ଏହି ପରି ଭାବରେ ତିନି ଅଲଗା ଅଲଗା ଜାଗାରେ ବିକ୍ରି ହେବା ପରେ ପିଡ଼ିତା କୌଣସି ପ୍ରକାରରେ ରାଜସ୍ଥାନ ର ଟୋନ ଜିଲ୍ଲାରୁ ନିଜର ଜୀବନ ବଞ୍ଚେଇ ଅପରାଧୀ ମାନଙ୍କର କବ୍ଜାରୁ ଖସି ଆସିବାରେ ସଫଳ ହୋଇ ଥିଲା ଆଉ ସେଠାରୁ ଖସି ଆସି ସଙ୍ଗେ ସଙ୍ଗେ ଥାନାରେ ପହଂଚି ଥିଲା । ଆଉ ସେଠାରେ ରାଜସ୍ଥାନ ପୋଲିସ ସବୁ ଜାନକାରୀ ନେଇ ପିଡ଼ିତା ରାଜସ୍ଥାନ ରେ ଅଛି ବୋଲି ରୀବା ପୋଲିସ କୁ ଜଣେଇ ଥିଲେ ।

ରୀବା ପୋଲିସ ଟିମ ଏହି ମାମଲା ବିଷୟରେ ପିଡ଼ିତା ର ପରିଜନ ଙ୍କୁ ସୂଚନା ଦେଲେ ଆଉ ରୀବା ଜିଲ୍ଲା ନ୍ୟାୟାଳୟରେ ହାଜର କଲେ ଆଉ ସେଠାରେ ପିଡ଼ିତା ଯୁବତୀ ନିଜ ସହିତ ହୋଇ ଥିବା ସବୁ ଘଟଣା ଜଣେଇଛି । ପୋଲିସ ପିଡ଼ିତାର ମେଡ଼ିକାଲ ଯାଞ୍ଚ କରିଛି ଆଉ ତା ବୟାନ ଉପରେ ମାମଲା ଦାଖଲ କରି ଯାଞ୍ଚ ଆରମ୍ଭ କରି ଦେଇଛି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.