ଗାଡ଼ିରେ “ବିକାଶ ସାଙ୍ଗରେ ନିଶା” ଲେଖି ବରଯାତ୍ରୀ ହେଲେ ଆୟକର ବିଭାଗର ୨୫୦ ଅଧିକାରୀ ,ଫିଲ୍ମ ଷ୍ଟାଇଲରେ ମାରିଲେ ରେଡ଼।

ସମାଚାର

ବାହାଘର ମାସରେ ସବୁ ଗାଡି ସାଜ ସଜ୍ଜା ହୋଇଥିବା ସାଧାରଣ କଥା।ସଜା ହୋଇଥିବା ଗାଡ଼ିରେ ସବୁବେଳେ ବରଯାତ୍ରୀ ଆସନ୍ତି।ଏହି ଗାଡିକୁ ଦେଖି ଲୋକ ମାନଙ୍କୁ ଜଣା ପଡେ ଯେ କାହାର ଗୋଟେ ବାହାଘର ହେବାକୁ ଯାଉଛି।ଏହା ଛଡା ଗାଡ଼ିରେ ବର କନ୍ୟାଙ୍କ ନାମ ମଧ୍ୟ ଲେଖା ହୋଇଥାଏ।ଯଦି ଏହି ଗାଡ଼ିରେ ଆୟକର ବିଭାଗ ହୁଅନ୍ତି, ତାହାହେଲେ? ଆରେ ଭାଇ ଆପଣମାନେ କହିବେ ଯେ ଆୟକର ବିଭାଗ କାହା ବାହାଘରକୁ ଯାଉଛନ୍ତି।ତାହାହେଲେ ଚାଲନ୍ତୁ ଆମେ ଜାଣିବା ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି।

ମଧ୍ୟପ୍ରଦେଶର ମନ୍ଦସୋର ଜିଲ୍ଳାରେ ଏକ ସଜା ହୋଇଥିବା ଗାଡ଼ି ଆସିଲା।ଗାଡ଼ିରେ ବର କନ୍ୟାଙ୍କ ନାମ ମଧ୍ୟ ଚିପକା ହୋଇଥିଲା।ସେଥିରେ ବିକାଶ ସାଙ୍ଗରେ ନିଶା ଅଧ୍ୟ ଲେଖା ହୋଇଥିଲା।ଏହି ଗାଡି ଯେତେବେଳେ ଜିଲ୍ଲାରେ ଆସିଲା ତ ଲୋକମାନଙ୍କୁ ଲାଗିଲା କାହାର ଗୋଟେ ବାହାଘର ଅଛି।ଗାଡି ବହୁତ ସ୍ପୀଡ଼ରେ ନିଜ ଲକ୍ଷ୍ୟ ସ୍ଥଳକୁ ଯାଉଥିଲା ଏବଂ ଅଧା ରାସ୍ତାରେ ରହିଲା,ଏବଂ ଗାଡି ଏକ ଏହିପରି ଜାଗାଁରେ ରହିଲା ନା ସେଇଠି କାହାର ବାହାଘର ଥିଲା ନା କାହାର ବରଯାତ୍ରୀ ଆସିବାର ଥିଲା।,ଏହା ଦେଖି ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ।

ବରଯାତ୍ରୀ ହୋଇ ଆସିଥିଲେ ଆୟକର ବିଭାଗ।

ବରଯାତ୍ରୀ ହୋଇ ମନ୍ଦସୋର ଜିଲ୍ଲାକୁ ୨୫୦ ଆୟକାରୀ ଅଧିକାରୀ ଗଲେ।ଏହି ଅଧିକାରୀ କାହା ବାହାଘରରେ ଯୋଗଦାନ କରିବାକୁ ଯାଇଁ ଥିଲେ ରେଡ଼ ମାରିବାକୁ ଯାଇଥିଲେ।ଏମିତିରେ କୁହାଯିବ ଯେ ବେଣ୍ଡ ବାଜା ସହ ଆୟକର ଅଧିକାରୀ ରେଡ଼ ମାରିବାକୁ ଗଲେ ଏହା ଭୁଲ ହେବ ନାହିଁ।କହିବାକୁ ଗଲେ ,ଆୟକର ବିଭାଗର ୨୫୦ ଅଧିକାରୀ ଅମୃତ ରିଫାଇନାରୀର ସଂଚାଳକ ମନହୋରଙ୍କ ନିବାସରେ ପହଁଚିଲେ।ଏହିପରି ତାଙ୍କୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ସେଠାରେ ପହଂଚି ଛାନବୀନ କରିବା ଆରମ୍ଭ କରିଦେଲେ ।

ସେଠାରେ ପହଂଚି କାହାକୁ କିଛି ନ ପଚାରି ନ କହି ଛାନବୀନ କରିବା ଆରମ୍ଭ କରିଦେଲେ,ସେଠାକାର ଲୋକ ଯେତେ ପର୍ଯ୍ୟନ୍ତ ବୁଝିପାରନ୍ତି ଏମାନେ କିଏ ସେତେବେଳ ଭିତରେ ଏମାନେ କାମ ଆରମ୍ଭ କରି ସାରିଥିଲେ।ମାମଲା ସାମ୍ନାକୁ ଆସିବା ପରେ ସମସ୍ତେ ଆୟକର ବିଭାଗର ପ୍ରସଂସା କରିବାକୁ ଲାଗିଲେ।ଆୟକର ବିଭାଗ ଏହିପରି ଏଥିପାଇଁ କଲେ ଯେ କାହାକୁ ମଧ୍ୟ ତାଙ୍କର ଆସିବାର ଖବର ନ ମିଳୁ ସେମାନେ ରେଡ଼ ମାରିବାକୁ ଆସୁଛନ୍ତି,ଏହି ପ୍ଲାନ ରୁ ସେମାନଙ୍କୁ ସଫଳ ମିଳିଲା।

ରେଡ଼ରେ କଣ ମିଳିଲା ଆୟକର ଅଧିକାରୀଙ୍କୁ।

ଆୟକର ଅଧିକାରୀଙ୍କୁ ରେଡ଼ ରେ କଣ କଣ ମିଳିଲା ଏହାର ବର୍ତ୍ତମାନ ଖୁଲାସା ହୋଇନି।ଆୟକର ବିଭାଗଙ୍କୁ ସନ୍ଦେହ ଯେ ଏଠାରେ କରୋଡ଼ ଟଙ୍କାର ଟେକ୍ସ ଚୋରି ହୋଇଛି,ଯାହା କାରଣରୁ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଛାନବୀନ କାର୍ଯ୍ୟ ଜାରି ରଖିଛନ୍ତି।ଏହା ପରେ ହିଁ ମାମଲାକୁ ଆଗକୁ ବଢ଼ାଇବେ।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.