ଗୋଟେ ଭିକାରୀର ମୃତ୍ୟୁ ହେବା ପରେ ତା ଘରୁ ଏତେ ଟଙ୍କା ବାହାରିଲା ଯେ ଗଣିବା ପାଇଁ 8 ଘଣ୍ଟା ସମୟ ଲାଗିଲା

ସମାଚାର

ଜଣେ ଭିକାରୀ କେତେ ରୋଜଗାର କରି ପାରିବ ଆପଣ ଭାବୁ ଥିବେ ଦୁଇ ଓଳି ଦୁଇ ପଟ ରୁଟି କିମ୍ବା କିଛି ହଜାର ଟଙ୍କା , କିନ୍ତୁ ଜଣେ ଭିକାରୀ ପାଖରେ ଲକ୍ଷ ଲକ୍ଷ ଟଙ୍କା ବାହାରିବା ଆପଣ ବିଶ୍ୱାସ କରି ପାରିବେନି । ମୁମ୍ବାଇର ଗୋବଂଡି ରେଲୱେ ଷ୍ଟେସନରେ ଜଣେ ଭିକାରୀ କୁ ଗୋଟେ ଲୋକାଲ ଟ୍ରେନ ଧକ୍କା ମାରିବାରୁ ତାର ମୃତ୍ୟୁ ହୋଇ ଯାଇ ଥିଲା । ରେଲୱେ ପୋଲିସ ସେ ଭିକାରୀର ପରିଜନଙ୍କୁ ଖୋଜି ଖୋଜି ଯେତେବେଳେ ତାର ଝପୁଡି ରେ ପହଁଚିଲା ତୋ ତାଙ୍କର ହୋସ ଉଡି ଗଲା । ରେଲୱେ ପୋଲିସ କୁ ସେ ଝପୁଡି ରୁ ଟଙ୍କା ବସ୍ତା ଓ ଥଳି ସବୁ ମିଳିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ । ସେଥିରେ ପାଖା ପାଖି 3 ଲକ୍ଷ ଟଙ୍କାର ଖୁଚୁରା ପଇସା ଓ ନୋଟ ଟଙ୍କା ଥିଲା ଯାହାକୁ ଗଣିବା ପାଇଁ ପୋଲିସ କୁ ଆଠ ଘଣ୍ଟା ଲାଗି ଗଲା ।

ଖାଲି ଏତିକି ନୁହେଁ ସେ ଭିକାରୀ ଘରୁ ପୋଲିସ କୁ ବ୍ୟାଙ୍କ ର ପାସବୁକ ବି ମିଳିଛି , ସେଥିରେ ମୋଟ 8 ଲକ୍ଷ 77 ହଜାର ଟଙ୍କା ଜମା ଥିବାର ରସିଦ ମିଳିଛି । ଭିକାରୀର ପରିଚୟ ବିରଭିଚନ୍ଦ ଆଜାଦ ରୂପରେ ହୋଇଛି । ଆଜାଦ ମୁମ୍ବାଇର ଲୋକାଲ ଟ୍ରେନରେ ଭିକ ମାଗୁ ଥିଲା । ଶୁକ୍ରବାର ଦିନ ସେ ରେଲୱେ ଲାଇନ କ୍ରସ କରୁ କରୁ ଟ୍ରେନ ଧକ୍କା ମାରିବାରୁ ତାର ମୃତ୍ୟୁ ହୋଇ ଗଲା ।

ରେଲୱେ ପୋଲିସ ଙ୍କୁ ସେ ଭିକାରୀର ଝପୁଡି ରୁ ଆଧାର କାର୍ଡ, ପାନ କାର୍ଡ ଆଉ ସିନିଅର ସିଟିଜେନ କାର୍ଡ ମିଳିଛି । ସେସବୁରେ ରାଜସ୍ଥାନ ର ଠିକଣା ଲେଖା ଅଛି । ପୋଡ଼ାଶୀ ଲୋକେ କହିଛନ୍ତି ଯେ ଆଗରୁ ବିରଭିଚନ୍ଦ ଆଜାଦ ଙ୍କ ସହିତ ତାଙ୍କର ପରିବାର ବି ରହୁ ଥିଲେ। କିନ୍ତୁ ଏହାପରେ ତାଙ୍କର ପରିବାର ଚାଲି ଯାଇ ଥିଲେ ଆଉ ସେ ଏକୁଟିଆ ରହୁ ଥିଲେ ସେଥିପାଇଁ ଗୁଜୁରାଣ ମେଣ୍ଟେଇବା ପାଇଁ ସେ ଭିକ ମାଗୁ ଥିଲେ । ପୋଲିସ ସେଠାରୁ ମିଳି ଥିବା ପଇସାକୁ ଜବତ କରି ନେଇଛି ଆଉ ଆଧାର କାର୍ଡ ରେ ଥିବା ଠିକଣାରେ ପୋଲିସ ତାଙ୍କର ପରିବାର ଲୋକଙ୍କୁ ଖୋଜିବା ପାଇଁ ଯାଇଛନ୍ତି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.