ଗୋଲାପି ଓଠ ପାଇବା ପାଇଁ ଏହି ଟିପ୍ପ ଆପଣାନ୍ତୁ, 30 ଦିନରେ ରେଜଲ୍ଟ ଜାଣି ପାରିବେ

ଜୀବନଚର୍ଯ୍ୟା ରୋଗ ଓ ଘୋରେଇ ଉପଚାର

କିଛି ଲୋକଙ୍କର ଓଠ ସମୟ ସହିତ ବ୍ଲାକନେସ ବଢି ଥାଏ । ଓଠର ରଙ୍ଗ ଡାର୍କ ହୋଇ ଯିବା କିମ୍ବା କଳାପଣ ବଢି ଯିବା ବହୁତ ସାମାନ୍ୟ କଥା ହୋଇ ଥାଏ । କିନ୍ତୁ ଏହା ଦ୍ୱାରା ଆପଣଙ୍କର ଲୁକ କେତେ ଖରାପ ହୋଇ ଯାଏ ତାହା ଆପଣ ଭଲ ଭାବରେ ଜାଣିଛନ୍ତି । ଓଠକୁ ସୁନ୍ଦର ଓ ଗୋଲାପି କରିବା ପାଇଁ ଆପଣଙ୍କୁ କିଛି ଟିପ୍ପ ଆପଣେଇବାକୁ ପଡିବ ଯାହାକି ଏବେ ଆମେ ଆପଣଙ୍କୁ କହିବୁ । ଏମିତି ବହୁତ ଘୋରେଇ ଉପାୟ ଅଛି , ଯାହା ଦ୍ୱାରା ଓଠକୁ ପୁଣି ଥରେ ଗୋଲାପି ଓ ସୁନ୍ଦର ବନେଇ ହେବ ।

ପ୍ରଥମେ କାରଣ ଜାଣନ୍ତୁ :-

ଓଠରେ କଳାପଣର ସମସ୍ୟା ପ୍ରାୟତଃ ଖରାରେ ଅଧିକ ସମୟ ଯାଏଁ ରହିବା, ହାଇଡ୍ରେସନର ଅଭାବ, ଧୂମ୍ରପାନର ଅଭ୍ୟାସ, ତୁଥପେଷ୍ଟ , ଲିପ୍ସଟିକ କିମ୍ବା ବାମ କାରଣରୁ , କିଛି ଲୋକଙ୍କୁ ଓଠ ଚବେଇବାର ଅଭ୍ୟାସ ରହି ଥାଏ , ଏହିସବୁ କାରଣ ଯୋଗୁଁ ଓଠର ରଙ୍ଗ କଳା ପଡି ଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣ:-

ଲାଇଫ ଷ୍ଟାଇଲ ସହିତ ଅନେକ ଥର ଓଠରେ କଳାପଣ ବଢିବାର ସମସ୍ୟା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣରୁ ବି ହୋଇ ଥାଏ । ଯଦି କାହାର କେମୋ ଥେରାପି ଚାଲୁଛି ତୋ ଏହା ଦ୍ୱାରା ଏମିତି ଲକ୍ଷଣ ହୋଇ ଥାଏ । ଶରୀରରେ ରକ୍ତର ଅଭାବ କାରଣରୁ ଓ ଜରୁରୀ ଭିଟାମିନ ର ଅଭାବ କାରଣରୁ ବି ଓଠ କଳା ହୋଇ ଥାଏ । ଅନେକ ଥର କିଛି ଔଷଧ ସେବନ କାରଣରୁ ବି ହୋଇ ଥାଏ ।

ଏଲୋବେରା ଜେଲ:-

ଏଲୋବେରା ଜେଲ ଓଠରେ ଲଗାନ୍ତୁ, ଯେତେବେଳେ ଏହା ଶୁଖି ଯିବ ହାଲୁକା ଗରମ ପାଣିରେ ଏହାକୁ ଧୋଇ ଦିଅନ୍ତୁ । ଆପଣ ଚାହିଁବେ ଯଦି ତାଜା ଏଲୋବେରା ଜେଲ ର ଉପଯୋଗ ବି କରି ପାରିବେ । ଏହା ମେଲନିନ ସ୍ତର କୁ କମ୍ କରି ଥାଏ ।

ହଳଦୀର ପ୍ରୟୋଗ:-

ଅଧା ଚାମଚ ହଳଦୀ ରେ କ୍ଷୀର ମିଶେଇ ଗାଢ଼ ପେଷ୍ଟ କରି ନିଅନ୍ତୁ । ଏବେ ଏହି ପେଷ୍ଟକୁ ନିଜ ଓଠରେ ଲଗେଇ ନିଅନ୍ତୁ । 10 ମିନିଟ ରଖିବା ପରେ ଏହାକୁ ତାଜା ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ମଇଶ୍ଚରାଇଜର ଲଗେଇ ନିଅନ୍ତୁ ।

ଲେମ୍ବୁର ପ୍ରୟୋଗ:-

ଏକ ରିସର୍ଚ୍ଚରୁ ଏହି କଥା ସମ୍ନାକୁ ଆସିଛି ଯେ ସିଟ୍ରେସ ଏସିଡ ମେଲାନିନ କୁ କମ୍ କରିବାରେ ସାହାଯ୍ୟ କରି ଥାଏ । ମେଲାନିନ ହିଁ କଳାପଣ ବଢିବାର କାରଣ ମାନା ଯାଇ ଥାଏ । ପ୍ରତି ଦିନ ରାତିରେ ଶୋଇବା ପୂର୍ବରୁ ଲେମ୍ବୁ କାଟି ତାର ରସ ବାହାର କରନ୍ତୁ ଆଉ ତାପରେ ତାର ଚୋପା ଦ୍ୱାରା ଓଠକୁ ଘସନ୍ତୁ । ଆଗ ଦିନ ସକାଳେ ତାକୁ ତାଜା ପାଣିରେ ଧୋଇ ଦିଅନ୍ତୁ । ଏହି ସବୁ ପ୍ରସେସ ଦ୍ୱାରା 30 ଦିନ ଭିତରେ ରେଜଲ୍ଟ ଦେଖା ଯିବ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.