ଘରର ଏହି କୋଣରେ ଭୁଲରେ ବି ମନ୍ଦିର କରନ୍ତୁ ନାହିଁ ହୋଇ ଥାଏ ବହୁତ ଅଶୁଭ

ଆଧ୍ୟାତ୍ମିକ ବାସ୍ତୁ ଶାସ୍ତ୍ର

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଘରେ ମନ୍ଦିର ହେବା ନିହାତି ଆବଶ୍ୟକ ଆଉ ମନ୍ଦିର ବାସ୍ତୁ ଅନୁସାରେ ହେବା ଉଚିତ । ବାସ୍ତୁ ଅନୁସାରେ ମନ୍ଦିର ହେଲେ ହିଁ ଏହା ଶୁଭ ମାନା ଯାଇ ଥାଏ । ଆଜି ଆମେ ମନ୍ଦିର ସହିତ ଯୋଡିତ କିଛି କଥା କହିବାକୁ ଯାଉଛୁ , ଯାହାର ଧ୍ୟାନ ରଖିବା ନିହାତି ଆବଶ୍ୟକ ଅଟେ । ଏହି ସବୁ କଥାର ଧ୍ୟାନ ଯଦି ଆପଣ ରଖିବେ ତୋ ଭଗବାନ ଙ୍କର କୃପା ଘର-ପରିବାର ଉପରେ ସବୁବେଳେ ଲାଗି ରହିବ ।

ଗୋଟେ ଘରେ ଗୋଟେ ହିଁ ମନ୍ଦିର ହେବା ଉଚିତ:-

ଗୋଟେ ଘରେ ଅଲଗା ଅଲଗା ମନ୍ଦିର ହେବା ଉଚିତ ନୁହେଁ । ଯଦି ବହୁତ ଲୋକେ ଘର ଭିତରେ ରୁହନ୍ତି ତୋ ସମସ୍ତେ ମିଶିକରି ଗୋଟେ ମନ୍ଦିର କରିବା ଉଚିତ ଅଟେ । ଗୋଟେ ଘରେ ଏକ ରୁ ଅଧିକ ମନ୍ଦିର ହେବା ଦ୍ୱାରା ଘରର ସଦସ୍ୟଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ସମସ୍ୟା ସବୁ ଆସି ଥାଏ ।

ଏହି ଦିଗରେ ପୂଜା ଘର କରନ୍ତୁ:-

ପୂଜା ଘର ପୂର୍ବ କିମ୍ବା ଉତ୍ତର ଦିଗରେ ହେବା ଆବଶ୍ୟକ ଅଟେ । ଏହି ଦିଗରେ ମନ୍ଦିର ହେଲେ ଘରେ ସକାରାତ୍ମକ ଶକ୍ତି ଲାଗି ରହି ଥାଏ । ପୂଜା ଘର ଯଦି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ହୁଏ ତୋ ଘରେ ଅଶାନ୍ତି ବଢି ଥାଏ ଓ ଅଶୁଭ ଫଳ ପ୍ରାପ୍ତି ହୋଇ ଥାଏ ।

ଏଠାରେ ମନ୍ଦିର କରନ୍ତୁ ନାହିଁ:-

ପୂଜା ଘର ଓ ଶୌଚାଳୟ ଆଖ ପାଖରେ ହେବା ଉଚିତ ନୁହେଁ ଆଉ ରୋଷେଇ ଘରେ ଠାକୁର ମନ୍ଦିର ହେବା ଉଚିତ ନୁହେଁ ।ସିଡ଼ି ପାହାଚ ତଳେ ମଧ୍ୟ ପୂଜା ଘର କରିବା ଉଚିତ ନୁହେଁ । ତଳେ ଏମିତି କରିବା ଦ୍ୱାରା ଘରର ସଦସ୍ୟ ମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡି ଥାଏ ଆଉ ପୂଜା ଅର୍ଚ୍ଚନା ର ଫଳ ବି ମିଳି ନ ଥାଏ ।

ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ:-

ଶୋଇବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ ଯେ ଘରର କୌଣସି ସଦସ୍ୟଂକର ପାଦ ମନ୍ଦିର ଆଡକୁ ନ ହୁଏ । ମନ୍ଦିର କିମ୍ବା ଭଗବାନ ଆଡକୁ ପାଦ କରି ଶୋଇବା ବହୁତ ଅଶୁଭ ମାନା ଯାଇ ଥାଏ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.