ଚନ୍ଦ୍ରଜାନ -୨: ଇସ୍ରୋ ପ୍ରମୁଖ କହିଛନ୍ତି ଚାନ୍ଦ ଉପରେ ବିକ୍ରମ ଲେଣ୍ଡରର ଚିହ୍ନ ମିଳିଲା..

ସମାଚାର

ଭାରତୀୟ ଅନୁସନ୍ଧାନ ସଂଗଠନର ପ୍ରମୁଖ ଶିବନ ରବିବାର ଦିନ ଏହାର ପୃଷ୍ଟି କରିଛନ୍ତି ଯେ ଆଇଏସଆରୋ ଙ୍କୁ ଚନ୍ଦ୍ରରେ ବିକ୍ରମ ଲେଣ୍ଡର ସହ ଜଡିତ କିଛି ଫୋଟୋ ମିଳିଛି।

ତାଙ୍କ କହିବା ଅନୁସାରେ ଆଇଏସଆରୋ ଲଗାତାର ବିକ୍ରମ ଲେଣ୍ଡର ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛି

୪୭ ଦିନର ଯାତ୍ରା ପରେ ଶନିବାର ଦିନ ଯେତେବେଳେ ଚନ୍ଦ୍ରଜାନ-୨ ବିକ୍ରମ ଲେଣ୍ଡର ଚନ୍ଦ୍ର ଠାରୁ ୨.୧କିଲୋମିଟର ଦୂରରେ ଥିଲା ସେତେବେଳେ ତାହାର ଆଇଏସଆରୋ ଠାରୁ ସମ୍ପର୍କ କଟି ଯାଇଥିଲା।
ରବିବାର ଦିନ ଶିବନ କହିଲେ ଯେ “ଆଇଏସଆରୋକୁ ଚନ୍ଦ୍ର ଉପରେ ଏହାର ଫୋଟୋ ମିଳିଛି।ଚନ୍ଦ୍ର ଚାରିପଟେ ବୁଲୁଥିବା ଆର୍ବିଟର ବିକ୍ରମ ଲେଣ୍ଡରର ଥର୍ମାଲ ଫୋଟୋ ନେଇଛି।

ଆଇଏସଆରୋ ପ୍ରମୁଖ ସମାଚାର ଏଜେନ୍ସି ପିଟିଆଇଙ୍କୁ କହିଲେ “ଆର୍ବିଟର ରୁ ମିଳିଥିବା ଫୋଟୋରୁ ଏହା ଜଣା ପଡ଼ିଛି ଯେ ବିକ୍ରମ ଲେଣ୍ଡରର ଚନ୍ଦ୍ର ଉପରେ ହାର୍ଡ ହୋଇ ଥିଲା।
ସେ ଏହା ମଧ୍ୟ କହିଥିଲେ ଯେ ହାର୍ଡ ଲେଣ୍ଡିଙ୍ଗରୁ ବିକ୍ରମ ମାଣ୍ଡୁଲକୁ କ୍ଷତି ପହଞ୍ଚି ପାରେ।

ଆର୍ବିଟର ରୁ ନିଆଯାଇଥିବା ଫୋଟୋରୁ ଏହା ଜଣା ପଡୁଛି ଯେ ଚନ୍ଦ୍ରଜାନ ପର୍ଯ୍ୟନ୍ତ କିଛି ମିନିଟ ଦୂରରେ ଅଛି।
ବିକ୍ରମ ଲେଣ୍ଡର ରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସମ୍ପର୍କ ସ୍ଥାପିତ ହୋଇପାରି ନାହିଁ।ଏବଂ ଶିବନ ଙ୍କ ଅନୁସାରେ ଆଇଏସଆରୋ ବୈଜ୍ଞାନିକ ଲଗାତାର ଡାଟା ର ବିସ୍ଲେସନ କରିବା ପାଇଁ ଚେଷ୍ଟା କରୁଛନ୍ତି।ଚନ୍ଦ୍ରରେ ପହଁଚିଲା ପରେ ଅନ୍ତିମ ଚରଣରେ ପହଁଚିଲା ବିକ୍ରମ ଲେଣ୍ଡର ଜେବେଳେ ଏହାଠାରୁ ୨.୧କିଲୋମିଟର ଦୂରରେ ଥିଲା ସେତେବେଳେ ସମ୍ପର୍କ କାଟି ଯାଇଥିଲା।

କଣ ଅଟେ ହାର୍ଡ ଲେଣ୍ଡିଙ୍ଗ?

ଚନ୍ଦ୍ରରେ କୌଣସି ସ୍ପେସକ୍ରାଫ୍ଟର ଲେଣ୍ଡିଙ୍ଗ ୨ପ୍ରକାର ହୁଏ।ସଫ୍ଟ ଲେଣ୍ଡିଙ୍ଗ ଏବଂ ହାର୍ଡ ଲେଣ୍ଡିଙ୍ଗ।ଯେତେବେଳେ ସ୍ପେସକ୍ରାଫ୍ଟ କୁ ଧୀରେ ଧୀରେ କମ କରି ଚନ୍ଦ୍ର ଉପରେ ଅବତରଣ କରାଯାଏ ତାହାହଲେ ତାକୁ ସଫ୍ଟ ଲେଣ୍ଡିଙ୍ଗ କୁହାଯାଏ।ଯେତେବେଳେ ହାର୍ଡ ଲେଣ୍ଡିଙ୍ଗ ରେ ସ୍ପେସକ୍ରାଫ୍ଟ ଚନ୍ଦ୍ର ଉପରେ କ୍ରାସ କରାଯାଏ।

ଆର୍ବିଟର ରୁ ଆଶା।

ବିକ୍ରମ ଲେଣ୍ଡର ସଫଳତା ପୂର୍ବକ ଚନ୍ଦ୍ର ଉପରେ ଅବତରଣ କରିବାରେ ସଫଳ ନ ହେଲେ ମଧ୍ୟ ଆର୍ବିଟର ଚନ୍ଦ୍ରର କକ୍ଷାରେ ନିଜ କାମ କରୁଛି ୨,୨୭୯ କିଲୋ ଓଜନର ଆର୍ବିଟର ମିଶନର ଜୀବନ ୧ବର୍ଷ ପର୍ଯ୍ୟନ୍ତ ଅଟେ।ଏବଂ ଏହା ୧୦୦କିଲୋ ମିଟର ଦୂରରୁ ଚନ୍ଦ୍ରର ପରିକ୍ରମା କରୁଛି।

ଚନ୍ଦ୍ରଜାନ-୧ ତୁଳନାରେ ଚନ୍ଦ୍ରଜାନ-୨ ର ଆର୍ବିଟର ଅଧିକ ଆଧୁନିକ ଏବଂ ସାଇଣ୍ଟିଫିକ ଉପକାରଣରୁ ଅଧିକ ଅଟେ ଏବଂ ଏହା ଭଲରେ କାମ କରୁଛି।
ଚନ୍ଦ୍ରଜାନ-୨କୁ ଏହି ମିଶନ କୁ ପହଞ୍ଚାଇବା ପାଇଁ ୧୧ବର୍ଷ ଲାଗିଲା।ବିକ୍ରମ ଲେଣ୍ଡର ରୁ ବାହାରି ପ୍ରଜ୍ଞାନ ରୋବରଙ୍କ ସାହାଯ୍ୟରେ ଚନ୍ଦ୍ର ଉପରେ ପାଣିର ସନ୍ଧାନ କରିବା ଆଇଏସଆରଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା।
ବର୍ତ୍ତମାନ ଆର୍ବିଟର ଠିକ ଭାବରେ କାମ କରୁଛି ମାନେ ତାହା ଆସୁଥିବା ସମୟରେ କିଛି ଡାଟା ନିଶ୍ଚୟ ପଠେଇବ।ଯାହାର ବିସ୍ଲେସନ କରି ବୈଜ୍ଞାନିକ ଚନ୍ଦ୍ର ବିଦାୟରେ କିଛି ନୂଆ ତଥ୍ୟ ପ୍ରଦାନ କରିବେ।

୯୭୮ କୋଟି ଟଙ୍କାର ଚନ୍ଦ୍ରରେ-୨ ମାନବହିତ ଅଭିଯାନ ଅଟେ।ଏଥିରେ ଉପଗ୍ରହର ମୂଲ୍ୟ ୬୦୩ କୋଟି ଜିଏସଏଲବିlll ର ମୂଲ୍ୟ ୩୭୫କୋଟି ଅଟେ।
୩,୮୪୦ କିଲୋ ଓଜନ ଚନ୍ଦ୍ରଜାନ-୨ର ବିକ୍ରମ ଲେଣ୍ଡରର ଓଜନ ୧,୪୭୧କିଲୋ ଏବଂ ପ୍ରଜ୍ଞାନ ରୋବରର ଓଜନ ୨୭କିଲୋ ଅଟେ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.