ଜାଣନ୍ତୁ, ସ୍ୱତନ୍ତ୍ରତା ଦିବସରେ ଜାମ୍ମୁ କାଶ୍ମୀରରେ ଭାଜପାର କଣ ଯୋଜନା ରହିଛି

ସମାଚାର

ସ୍ୱତନ୍ତ୍ରତା ଦିବସ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରଦେଶର ମୁଖ୍ୟ ପ୍ରତି ପଞ୍ଚାୟତରେ ତ୍ରିରଙ୍ଗା ଉଡେଇବା ପାଇଁ ସିଲ୍କ ଓ ଖଦି ର 50 ହଜାର ଖାସ ପତାକା ଦିଲ୍ଲୀ ରୁ ମଗେଇଛନ୍ତି ଆଉ ଏହା କାର୍ଯ୍ୟକର୍ତ୍ତା ଓ ପଞ୍ଚାୟତ ମାନଙ୍କୁ ଦିଆ ଯିବ । ନୂଆ ହୋଇ ଥିବା କେନ୍ଦ୍ର ଶାସିତ ଅଞ୍ଚଳରେ 15 ଅଗଷ୍ଟ ଅବସରରେ 4 ହଜାର ରୁ ଅଧିକ ପଞ୍ଚାୟତରେ ଏହି ପତାକା ଉଡା ଯିବ । ଏହା ସହିତ ପ୍ରତି ଗାଁରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରା ଯିବ ।

ସ୍ୱତନ୍ତ୍ରତା ଦିବସରେ ଏତେ ମାତ୍ରାରେ ପତାକା ଉଡେଇବାର ଯୋଜନା କୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଜବରଦସ୍ତ ସୁରକ୍ଷା ର ବ୍ୟବସ୍ତା କରିଛନ୍ତି । ଯାହାର ଦେଖା ରଖା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଉ ତାଙ୍କର ଟିମ କରୁଛନ୍ତି ।

ପ୍ରଦେଶ ଭାଜପା ଅଧ୍ୟକ୍ଷ ରବୀନ୍ଦ୍ର ରାଇନା ମିଡିଆ ସହିତ କଥା ହେଲା ବେଳେ କହିଛନ୍ତି ଯେ ସିଲ୍କର 25 ହଜାର ଓ ଖଦି ର 25 ହଜାର ତ୍ରିରଙ୍ଗା ଦିଲ୍ଲୀରେ ବିଶେଷ ଅର୍ଡର ଦେଇ ମଗା ଯାଇଛି । ଏହି ସବୁ ଜାମ୍ମୁ କାଶ୍ମୀର ଓ ଲଦାଖ ରେ ବଣ୍ଟନ କରା ଯିବ । ସବୁ ସରପଞ୍ଚ ମାନଙ୍କୁ ଏହି କାର୍ଯ୍ୟକ୍ରମ ର ରୂପରେଖ ଜଣେଇ ଦିଆ ଯାଇଛି ।

ରାଇନା କହିଛନ୍ତି ଯେ ଆଜାଦିର ଆନନ୍ଦ ମନେଇବା ପାଇଁ ଲୋକଙ୍କ ମଧ୍ୟରେ ଜବରଦସ୍ତ ଜୋସ ରହିଛି । ଏମିତି ଲାଗୁଛି ଯେମିତି ପ୍ରଥମ ଥର ପାଇଁ ଆମେ ଗୁଲାମିରୁ ବହାରିଛୁ ।

ଭାଜପା ସୂତ୍ରରୁ କହିବା କଥା ଯେ ଏହି ଅବସରରେ ମଟର ସାଇକେଲ ରେଲି ବି ବାହାର କରା ଯିବ । ହଁ କିନ୍ତୁ ଶାସନ ଏଥିପାଇଁ କୌଣସି ଟିପ୍ପଣୀ କରି ନାହାନ୍ତି । ଏବେ ପୋଲିସ ପ୍ରଶାସନର ନଜର ବକରିଦ ଉପରେ ଅଛି । ତାଙ୍କର କହିବା କଥା ଯେ ଯଦି ଏହି ବକରିଦ ଶାନ୍ତିପୂର୍ଣ୍ଣ ଭାବରେ ଅତିବାହିତ ହୋଇ ଯିବ ତୋ ମଟର ସାଇକେଲ ରେଲିକୁ ଅନୁମତି ଦିଆ ଯାଇ ପାରେ ।

ବିଶେଷ ସୂତ୍ରରୁ ଖବର ମିଳିଛି ଯେ ପାକିସ୍ତାନ ର ସ୍ୱତନ୍ତ୍ରତା ଦିବସ ( ଅଗଷ୍ଟ 14) ଭାରତର ସ୍ୱତନ୍ତ୍ରତା ଦିବସ (15 ଅଗଷ୍ଟ) ରେ ସୀମାରେ ଆତଙ୍କବାଦୀ କୌଣସି ଏକ ବଡ଼ ଘଟଣା ଘଟେଇବା ପାଇଁ ଚେଷ୍ଟା କରୁଛନ୍ତି ।

ଏଥିପାଇଁ ଡୋଭାଲ ପ୍ରଦେଶର ଡିଜିପି ଦିଲବାଗ ସିଂହ ଓ ମୁଖ୍ୟ ସଚିବ ବି. ବି. ଆର ଶୁଭ୍ରମନ୍ୟମ ଙ୍କ ସହିତ ଚର୍ଚ୍ଚା କରିଛନ୍ତି ଆଉ ସ୍ଥିତି ଉପରେ ତିକ୍ଷ୍ନ ଦୃଷ୍ଟି ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.