ଡାକ୍ତର ଓ କମ୍ପାଉଣ୍ଡର ଗୋଟେ ବର୍ଷ ଯାଏଁ ହସ୍ପିଟାଲରେ ନର୍ସକୁ କଲେ ରେପ, ଆଉ ତାପରେ ହେଲା ଏମିତି…

କ୍ରାଇମ

ରାଜସ୍ଥାନର ବାଡ଼ମେର ରେ ଏକ ବଡ଼ ଖବର ସାମ୍ନାକୁ ଆସିଛି , ଯେଉଁଠାରେ କି ଏକ ହସ୍ପିଟାଲରେ କାମ କରୁ ଥିବା ଏକ ନର୍ସକୁ କଥିତ ଭାବରେ ରେପ କରାଯାଇଛି । ଖାସ କଥା ଏହା ଯେ ନର୍ସ ସହିତ ଡାକ୍ତର ଆଉ କମ୍ପାଉଣ୍ଡର ଛଡା ଅନ୍ୟ ଜଣେ ବ୍ୟକ୍ତି ତା ସହିତ ହସ୍ପିଟାଲରେ ବଳାତ୍କାର କରିଛନ୍ତି । ପିଡ଼ିତା ର କହିବା କଥା ଯେ ନିଶା ଔଷଧ ଖୁଆଇ ତାଙ୍କ ସହିତ ରେପ କରା ଯାଇଛି । ଆଉ ଏହି ଖବର ଆସିଲା ପରେ ପୁରା ଜିଲ୍ଲାରେ ଚହଳ ପଡି ଯାଇଛି ।

ମିଳିଥିବା ଖବର ଅନୁସାରେ, ଅଭିଯୁକ୍ତ ଡାକ୍ତର ବାଡ଼ମେର ଚୌହଟନରେ ସ୍ଥିତ ଏକ ପ୍ରାଇଭେଟ ହସ୍ପିଟାଲର ସଞ୍ଚାଳନ କରନ୍ତି । ନର୍ସ ସେଇ ହସ୍ପିଟାଲରେ କାମ କରୁ ଥିଲେ । ପିଡ଼ିତାଙ୍କର କହିବା କଥା ଯେ ରାତିରେ ଡ୍ୟୁଟି ସମୟରେ ଜୁସ ରେ ନିଶା ଔଷଧ ମିଶାଇ ଦିଆ ଗଲା । ଏହା ପରେ କମ୍ପାଉଣ୍ଡର ମହିଳାଙ୍କର ଭିଡ଼ିଓ ବନେଇ ନେଲେ ଆଉ ତାଙ୍କୁ ପାଖା ପାଖି ଗୋଟେ ବର୍ଷ ଯାଏଁ ବ୍ଲାକମେଲ କଲେ ।

ନର୍ସର ଅଭିଯୋଗ ପରେ ପୋଲିସ ଭିଡ଼ିଓ ବନେଇ ଥିବା ଆଉ ଏକ ବର୍ଷ ଯାଏଁ ରେପ କରି ଥିବା ଅପରାଧରେ ତିନି ଜଣ ଲୋକଙ୍କ ଉପରେ ମାମଲା ଦାଖଲ କରିଛି । ପିଡ଼ିତା କହିଛନ୍ତି ଯେ ସେ 2016 ରୁ ଏହି ଘୋରେଇ ହସ୍ପିଟାଲରେ କାମ କରି ଆସୁଛନ୍ତି । ତାଙ୍କର ରାତିରେ ଡ୍ୟୁଟି ଥିଲା । ସେ କହିଛନ୍ତି ଯେ ହସ୍ପିଟାଲରେ ଷ୍ଟାଫ ମାନଙ୍କର ବିଶ୍ରାମ କରିବା ପାଇଁ ଗୋଟେ ରୁମ ଅଛି । ଦିନେ ରାତି 10 ଟାରେ ହସ୍ପିଟାଲର ଜଣେ ଷ୍ଟାଫ ତାଙ୍କୁ ଜୁସ ପିଇବା ପାଇଁ ଦେଲେ । ଏହା ପରେ ମହିଳା ବେହୋସ ହୋଇ ଗଲେ । ଏହି ସମୟରେ କମ୍ପାଉଣ୍ଡର ଅଶୋକ ତାଙ୍କୁ ରେପ କରିଛନ୍ତି ।

ଆଜ ତକ ଅନୁସାରେ, ଯଦି ମହିଳା ଙ୍କର କଥା ମାନା ଯିବ ତେବେ ତାଙ୍କ କହିବା ଅନୁସାରେ ଅଶୋକ ତାଙ୍କୁ ରେପ କରୁ ଥିବାର ଭିଡ଼ିଓ ବନେଇ ନେଲା ଓ ପରେ ବ୍ଲାକମେଲ କରିବାରେ ଲାଗିଲା । କିଛି ମାସ ପରେ ହସ୍ପିଟାଲର ସଂଚାଳକ ଡଃ ସୁରେନ୍ଦ୍ର ମାହେଶ୍ୱରୀ ଷ୍ଟାଫ ରୁମ କୁ ଆସିଲେ ଆଉ କହିଲେ ସେ ତାଙ୍କର ସେଇ ଭିଡ଼ିଓ ଦେଖିଛନ୍ତି । ସମସ୍ତ ଷ୍ଟାଫ ଙ୍କୁ ସେ ବିଷୟରେ ଜଣେଇ ଦେବେ । ଏହା ପରେ ସୁରେନ୍ଦ୍ର ବି ରେପ କଲେ । ମହିଳାଙ୍କର କହିବା ଅନୁସାରେ କିଛି ଦିନ ପୂର୍ବେ ସୁରେନ୍ଦ୍ର ଙ୍କର ଭାଇ ବି ତାଙ୍କୁ ରେପ କଲେ । ମହିଳା ଜଣକ ଏହା ବି ଅଭିଯୋଗ କରିଛନ୍ତି ଯେ ଏହା ପରେ ସେ ତିନି ଜଣ ଅଭିଯୁକ୍ତ ତାଙ୍କୁ ଭିଡ଼ିଓ ଭାଇରଲ କରିବାର ଧମକ ଦେଇ ଗ୍ୟାଙ୍ଗ ରେପ କରନ୍ତି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.