ନଣନ୍ଦ ସାଙ୍ଗ ସହିତ ମିଶି କରି ଭାଉଜର ଅଶ୍ଳୀଳ ଭିଡ଼ିଓ ବନେଇଲେ, ଟିକଟୋକରେ କଲେ ଭାଇରଲ

କ୍ରାଇମ

ୟୁପିର କୌଶାଂମ୍ବୀ ଜିଲ୍ଲାର ଜଣେ ଯୁବତୀ ନିଜର ସାଙ୍ଗ ସହିତ ମିଶି କରି ସମ୍ପର୍କୀୟ ଭାଉଜର ଅଶ୍ଳୀଳ ଭିଡ଼ିଓ ବନେଇଲା ଆଉ ତାଙ୍କୁ ବ୍ଲାକମେଲ କରିବାରେ ଲାଗିଲେ । ବ୍ଲାକମେଲର ଯୁବତୀ ଓ ତାର ସାଙ୍ଗ ପିଡ଼ିତା ଙ୍କୁ ସେ ଭିଡ଼ିଓ ଦେଖେଇ ତାଙ୍କ ଠାରୁ ନଗଦ ସହିତ ଲକ୍ଷାଧିକ ଟଙ୍କାର ଅଳଙ୍କାର ହାତେଇ ନେଲେ । ଖାଲି ଏତିକି ନୁହେଁ ସେ ବ୍ଲାକମେଲର ଯୁବକ କିଛି ଆପତ୍ତିଜନକ ଭିଡ଼ିଓ ଟିକଟୋକ ରେ ଭାଇରଲ ବି କେରି ଦେଲା । ପିଡ଼ିତା ଏହି ବିଷୟରେ ପୋଲିସ କୁ ଜଣେଇଲା ପରେ ପୋଲିସ ତାଙ୍କର ସମ୍ପର୍କୀୟ ନଣନ୍ଦ ଓ ତାର ମା କୁ ଗିରଫ କରି ନେଇଛି । ପୋଲିସ ସେ ବ୍ଲାକମେଲର ଯୁବକଙ୍କର ସନ୍ଧାନ ପାଇ ନାହିଁ । ଏହି ଘଟଣା ମୋହବତପୁର ପାଇଁସା ଥାନା ଅଞ୍ଚଳର ଅଟେ ।

ସାଙ୍ଗ ସହିତ ଘରକୁ ଆସିଥିଲା ନଣନ୍ଦ:-

ମୋହବତପୁର ପାଇଁସା ଥାନା ଅଞ୍ଚଳରେ ରହୁ ଥିବା ଜଣେ ଯୁବତୀ ପୋଲିସ କୁ କହିଛନ୍ତି ଯେ ତାଙ୍କର ସମ୍ପର୍କୀୟ ନଣନ୍ଦ କିଛି ଦିନ ପୂର୍ବରୁ ତାଙ୍କ ଘରକୁ ଆସି ଥିଲେ । ତାଙ୍କ ସହିତ ଜଣେ ଯୁବକ ବି ଥିଲା । ତାଙ୍କ ନଣନ୍ଦ କହିଲେ ଯେ ସେ ଯୁବକ ଯୌନପୁରର ବାସିନ୍ଦା ଅଟନ୍ତି ଆଉ ସେ ଏବେ ମୁମ୍ବାଇ ରେ ତାଙ୍କ ପୋଡ଼ଶୀ ଭାବରେ ରହି ଗୋଟେ ପ୍ରାଇଭେଟ କମ୍ପାନୀରେ ଜୋବ କରୁଛନ୍ତି । ପିଡ଼ିତା କହିଛନ୍ତି ଯେ ଯେତେବେଳେ ସେ ନିଜ ଘରେ ଶୋଇ ଥିଲେ ତାଙ୍କର ସେ ନଣନ୍ଦ ଆଉ ସେ ଯୁବକ ଚୁପଚାପ ଆସି ଧୋକାରେ ଅଶ୍ଳୀଳ ଭିଡ଼ିଓ ବନେଇ ନେଇଛନ୍ତି । ଏହା ପରେ ଦୁହେଁ ମିଶି ତାଙ୍କୁ ବ୍ଲାକମେଲ କରିବାରେ ଲାଗିଲେ ।

ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ହଡପ କରି ନେଲେ:-

15 ଦିନ ଭିତରେ ଦୁହେଁ ମିଶି କରି ନଗଦ 60 ହଜାର ଟଙ୍କା, ସୁନା ଆଙ୍ଗୁଠି, ସୁନା ହାର, ସୁନାର ମଙ୍ଗଳସୁତ୍ର ଓ କିଛି ଅନ୍ୟ ଗହଣା ବି ହଡପ କରି ନେଲେ । ଏହା ପରେ ବି ସେ ଯୁବକ ଜଣକ କିଛି ଭିଡ଼ିଓ ଟିକଟୋକ ର ସୋସିଆଲ ମେଡିଆରେ ଭିଡ଼ିଓ ଭାଇରଲ ବି କରି ଦେଲେ । ଟିକଟୋକରେ ପିଡ଼ିତା ର ସ୍ୱାମୀ ଏହି ଭିଡ଼ିଓ ଦେଖିଲା ପରେ ତାଙ୍କ ପାଦ ତଳୁ ମାଟି ଖସି ଗଲା । ସେ ତାଙ୍କର ସ୍ତ୍ରୀକୁ ପଚରାଉଚରା କରିବାରୁ ପିରା ସତ୍ୟତା ସାମ୍ନାକୁ ଆସିଲା ।

ଅଭିଯୁକ୍ତ ନଣନ୍ଦ ଓ ତାର ମା ଗିରଫ :-

ସ୍ୱାମୀ ନିଜର ପିଡ଼ିତା ସ୍ତ୍ରୀକୁ ନେଇ ଥାନା ପହଁଚିଲେ ଆଉ ରିପୋର୍ଟ ଥାନାରେ ଦାଖଲ କଲେ । ପୋଲିସ ସୋସିଆଲ ସାଇଟ ର ଦୁରୂପଯୋଗ କରି ଥିବା ଅଭିଯୋଗ ରେ ଅଭିଯୁକ୍ତ ନଣନ୍ଦ ଆଉ ତାର ମା କୁ ଗିରଫ କରି ନେଇଛି। ପୋଲିସ ଏବେ ସେ ବ୍ଲାକମେଲର ଯୁବକକୁ ଖୋଜିବାରେ ଲାଗିଛି ।ଏସପି ପ୍ରଦୀପ ଗୁପ୍ତାଙ୍କର କହିବା କଥା ଯେ ଆମେ ଏକ ଟିମ କରି ଅଭିଯୁକ୍ତ ଯୁବକ କୁ ଖୋଜିବାରେ ଲାଗିଛୁ ଅତି ଶୀଘ୍ର ସେ ଆମ ହାତରେ ଧରା ପଡି ଯିବ ।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.