ନୂଆ ନୂଆ ରିଲେସନସିପରେ ନିଜର ପାର୍ଟନରକୁ ଭୁଲରେ ବି ଏହି 4ଟି ଜିନିଷ କୁହନ୍ତୁ ନାହିଁ, ନହେଲେ ହେଇ ଯାଇପାରେ ବ୍ରେକଅପ

ଜୀବନଚର୍ଯ୍ୟା

ରିଲେସନସିପ ଯେତେବେଳେ ନୂଆ ନୂଆ ଆରମ୍ଭ ହୋଇ ଥାଏ , ତୋ ପ୍ରତ୍ୟେକ ବ୍ୟକ୍ତି ନିଜର ହୃଦୟ ର ସବୁ କଥା ନିଜର ପାର୍ଟନର କୁ କହି ଦେଇ ଥାଏ ଆଉ ଏହା ବହୁତ ଭଲ ଅଟେ । ପାର୍ଟନର ସହିତ ଈମାନଦାରୀ ରହିବା ବହୁତ ଭଲ ଅଟେ କିନ୍ତୁ ଯଦି ଆପଣଙ୍କର ସମ୍ପର୍କ ନୂଆ ନୂଆ ଆରମ୍ଭ ହୋଇଛି , ତେବେ ଆପଣଙ୍କୁ ସବଧାନୀ ଅବଲମ୍ବନ କରିବା ଜରୁରୀ ଅଟେ । ପାର୍ଟନର ସହିତ ଡେଟରେ ଯିବା , ମସ୍ତି କରିବା ସହିତ ବି ଆପଣ ଆପଣଙ୍କର ସୁରକ୍ଷା ର ବି ଧ୍ୟାନ ରଖିବା ବହୁତ ଜରୁରୀ ହୋଇ ଥାଏ । ଏହି କଥା ବି ତା ସ୍ଥାନରେ ଠିକ ଅଛି ଯେ ପାର୍ଟନର କୁ କିଛି ବି ଲୁଚେଇବା ଉଚିତ ନୁହେଁ , କିନ୍ତୁ ଯେତେବେଳେ ରିଲେସନସିପ ନୂଆ ହୋଇ ଥାଏ କିଛି କଥାକୁ ଲୁଚେଇ ରଖିବା ବି ଆବଶ୍ୟକ ହୋଇ ଥାଏ । ତାହେଲେ ଚାଲନ୍ତୁ ଆଜି ଜାଣିବା ଯେ ଏହି ଲେଖାରେ ଆମେ ଆପଣଙ୍କ ପାଇଁ କେଉଁ ଖାସ କଥା ଆଣିଛୁ ।

ସମ୍ପର୍କକୁ ଈମାନଦାରୀରେ ତୁଲେଇବା ବହୁତ ଭଲ କଥା ହୋଇ ଥାଏ , କିନ୍ତୁ ତା ସହିତ ଆପଣଙ୍କର ସୁରକ୍ଷା ପ୍ରତି ଧ୍ୟାନ ଦେବା ବି ଜରୁରୀ ଅଟେ । ଆଉ ଏଥିପାଇଁ କିଛି କଥା ନିଜର ପାର୍ଟନର ଠାରୁ ଲୁଚେଇ ରଖିବା ଭଲ ଅଟେ । ତାହେଲେ ଚାଲନ୍ତୁ ଜାଣିବା କେଉଁ କଥା ନିଜର ପାର୍ଟନର ଠାରୁ ଲୁଚେଇ ରଖିବା ଭଲ ଅଟେ ।

1) ପାଷ୍ଟ ରିଲେସନସିପ ଡିଟେଲସ :-

ପାଷ୍ଟ ରିଲେସନସିପ ବିଷୟରେ ନିଜର ପାର୍ଟନର କୁ କିଛି କୁହନ୍ତୁ ନାହିଁ, କାହିଁକିନା ଏହା ଦ୍ୱାରା ଆପଣଙ୍କ ସମ୍ପର୍କରେ ତିକ୍ତତା ଆସି ପାରେ , ଆଉ ଏଥିପାଇଁ ବେଶି ସ୍ପଷ୍ଟ ଭାବରେ ନିଜର ପାଷ୍ଟ ରିଲେସନସିପ ବିଷୟରେ କୁହନ୍ତୁ ନାହିଁ । ଯଦି ଆପଣ ସ୍ପଷ୍ଟ ଭାବରେ ବତେଇବେ ତେବେ ଏହା ଦ୍ୱାରା ନୂଆ ନୂଆ ହୋଇ ଥିବା ସମ୍ପର୍କ ଭାଙ୍ଗି ଯାଇ ପାରେ। ଏଥିପାଇଁ ପ୍ରଥମେ ନୂଆ କରି ହୋଇ ଥିବା ରିଲେସନସିପ ରେ ପାର୍ଟନର ର ଭରସା ଜିତନ୍ତୁ ଆଉ ତାପରେ ଧୀରେ ଧୀରେ ସବୁ କଥା କୁହନ୍ତୁ ।

ପରିବାର ଓ ସାଙ୍ଗମାନଙ୍କର ସମସ୍ୟା:-

ପରିବାର ଓ ସାଙ୍ଗ ମାନଙ୍କ ସହିତ ଜଡିତ ସମସ୍ୟା ନିଜର ପାର୍ଟନର ଙ୍କୁ କେବେବି କୁହନ୍ତୁ ନାହିଁ । ହେଇପାରେ ଯେ ଆପଣଙ୍କର ପାର୍ଟନର ଏହାକୁ ଭୁଲ ଭାବରେ ଗ୍ରହଣ କରି ପାରେ । ଆଉ ଏଥିପାଇଁ ପ୍ରଥମେ ନିଜର ପାର୍ଟନର କୁ ଭଲ ଭାବରେ ବୁଝନ୍ତୁ ଆଉ ତାପରେ ଯାଇ ଏହି ସବୁ କଥା କୁହନ୍ତୁ ।

3) ସୋସିଆଲ ମେଡିଆ ବା ମୋବାଇଲ ପାସୱାର୍ଡ :-
ନୂଆ ରିଲେସନସିପ ରେ ନିଜର ପାର୍ଟନର କୁ ସୋସିଆଲ ମିଡିଆ ଆଉ ନିଜର ମୋବାଇଲ ଆଦିର ପାସୱାର୍ଡ କୁହନ୍ତୁ ନାହିଁ । କାହିଁକିନା ଏମିତି କଲେ ହୁଏତ ଆପଣଙ୍କର ପାର୍ଟନର ଜେଲସ ହୋଇ ପାରନ୍ତି ଆଉ ଏହା ଆପଣଙ୍କର ସମ୍ପର୍କ ପାଇଁ କ୍ଷତି କାରକ ହୋଇ ପାରେ । କଥା କଣ କି ଆଜିକାଲି ସୋସିଆଲ ମିଡିଆ ଏକାଉଣ୍ଟ ରେ ଏମିତି କିଛି ଜିନିଷ ଥାଏ ଯାହା ପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇ ଥାଏ । ଆଜିକାଲି ଏହି ସୋସିଆଲ ମିଡିଆ ପାଇଁ ବହୁତ ସମ୍ପର୍କ ଭାଙ୍ଗୁ ଥିବାର ଜଣା ପଡିଛି ।

4) ଫାଇନେସିଆଲ କଣ୍ଡିସନ:-

ନୂଆ ସମ୍ପର୍କରେ ନିଜର ପାର୍ଟନର କୁ ନିଜର ଫାଇନେସିଆଲ କଣ୍ଡିସନ ବିଷୟରେ ଜଣେଇବେ ନାହିଁ, କାହିଁକି ନା ଆଗକୁ ଯାଇ ଏହା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରି ପାରେ । ଏମିତିରେ ନିଜର ପାର୍ଟନରକୁ ଫାଇନେସିଆଲ କଣ୍ଡିସନ ବିଷୟରେ କହିବା ଉଚିତ ନୁହେଁ । ଖାଲି ଏତିକି ନୁହେଁ ଆପଣ ଆପଣଙ୍କର ବ୍ୟାଙ୍କ ଡିଟେଲସ ଇତ୍ୟାଦି ବି ଦେବା ଉଚିତ ନୁହେଁ । ଏହା ଦ୍ୱାରା ଆପଣଙ୍କର ସମ୍ପର୍କ ବି ମଜବୁତ ବନି ରହିବ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.