ପରିବା ବିକି ମାଆ ପୁଅକୁ ବନେଇଲା ଡାକ୍ତର, ଏବେ ସେହି ଗାଁରେ ମା ନାମରେ ହସ୍ପିଟାଲ ଖୋଲିବ ପୁଅ

ବିଶେଷ

ନିଜ ପୁଅର ଉନ୍ନତି ପାଇଁ ମା ନିଜର ସବୁ ଦୁଃଖ କଷ୍ଟ ଭୁଲି ଯାଇ ଥାଏ । ପିଲାର ସପ୍ନକୁ ନିଜର ଭାବି ମା ତାକୁ ପୁରା କରିବା ପାଇଁ କଠିନ ରୁ କଠିନ ପରିଶ୍ରମ କରି ଥାଏ । ଜଣେ ମାର ଏମିତି ପରିଶ୍ରମ ଯୋଗୁଁ ତାର ପୁଅ ସଫଳ ଡାକ୍ତର ହୋଇ ପାରିଛନ୍ତି । ଲକ୍ଷନୌର କିଙ୍ଗ ଜର୍ଜ ମେଡ଼ିକାଲ କଲେଜ ର ଏମଡି ର ଡିଗ୍ରୀ ପୁରା କରି ଥିବା ଗୋଲଡ ମେଡେଲିଷ୍ଟ ଡଃ. ମେଘନାଥନ ନିଜର ସଫଳତାର ପୁରା ଶ୍ରେୟ ତାଙ୍କର ମା କୁ ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କର ମା ପରିବା ବିକ୍ରିକରି ତାଙ୍କୁ ପଢ଼ା ଲେଖା କରୁ ଥିଲେ ।

ମା ପରିବା ବିକି ପୁଅକୁ ପଢେଇ ଥିଲେ:-
ଲକ୍ଷନୌର କିଙ୍ଗ ଜର୍ଜ ମେଡ଼ିକାଲ କଲେଜରେ ମଙ୍ଗଳବାର ଦିନ 14ଶ ଦିକ୍ଷାନ୍ତ ସମାରୋହ ଆୟୋଜିତ କରାଯାଇଛି । ଏଥିରେ ଡାକ୍ତର ମେଘନାଥନ ବି ଅଛନ୍ତି । ଯିଏକି ପିଡିୟାଟ୍ରିକସ୍ ରେ ଗୋଲଡ ମେଡେଲ ହାସଲ କରିଛନ୍ତି । ଏନବିଟି ଖବର ଅନୁସାରେ , ଡଃ ମେଘନାଥନ ଏହି ସ୍ଥାନରେ ପହଁଚିବା ପାଇଁ ବହୁତ କଷ୍ଟ କରିଛନ୍ତି । MBBS ରେ ଭର୍ତ୍ତି ହେବା ପରେ ଦ୍ଵିତୀୟ ବର୍ଷ ରେ ତାଙ୍କ ପିତାଙ୍କର ମୃତ୍ୟୁ ପରେ ମା ପରିବା ବିକ୍ରି କରି ତାଙ୍କୁ ପଢେଇ ଥିଲେ । ସେ କହିଛନ୍ତି ଯେ ପିତାଙ୍କର ମୃତ୍ୟୁ ପରେ ତାଙ୍କ ଘରେ ରୋଜଗାର କରିବା ପାଇଁ ଆଉ କେହି ନ ଥିଲେ ।

ପଢ଼ା ଛାଡି ଦେବେ ବୋଲି କହିବାରୁ ମା ତାଙ୍କୁ ହିମତ ଦେଇ ଥିଲେ:-

ମେଘନାଥନ ଙ୍କ ପାଖରେ ବି ରୋଜଗାର ର କୌଣସି ସୁବିଧା ନ ଥିଲା । ସେ ଘରକୁ ଯାଇ ମା ଆଉ ଭଉଣୀ ର ଧ୍ୟାନ ରଖିବ ବୋଲି ନିଷ୍ପତ୍ତି ନେଲେ କିନ୍ତୁ ମା ତାଙ୍କର ହିମତ ବଢ଼େଇଲେ । ମା ତାଙ୍କୁ କହିଲେ ଯେ ସେ ନିଜର ପଢିବା ଜାରି ରଖନ୍ତୁ ଆଉ ତାଙ୍କ ବାପା ଙ୍କର ସ୍ୱପ୍ନ ଅନୁସାରେ ସେ ଜଣେ ଯୋଗ୍ୟ ଆଉ ଭଲ ଡାକ୍ତର ଟିଏ ହୋଇ ବାହାରନ୍ତୁ । ମେଘନାଥନ କହିଛନ୍ତି ଯେ ମୋତେ କିଛି ବୁଝା ପଡୁ ନ ଥିଲା ଯେ ଏମିତି କେମିତି ହେବ , କିନ୍ତୁ ସବୁ ଉପରବାଲା ଆଉ ନିଜ ମାଙ୍କ ଉପରେ ଛାଡି ଦେଇ ଚାଲି ଆସିଲି । ମୁଁ ଏହା ଭାବି କରି ସବୁବେଳେ କାନ୍ଦୁ ଥାଏ ଯେ ମୋ ମା ମୋ ପାଇଁ ପରିବା ବିକ୍ରି କରୁଛନ୍ତି । ଡଃ ମେଘନାଥନ ଙ୍କର ମା କହିଛନ୍ତି ଯେ ସେ କେବେବି ତାଙ୍କ ପୁଅକୁ କହି ନାହାନ୍ତି ଯେ ସେ ପରିବା ବିକି କରି ପଇସା ଦେଉଛନ୍ତି ।

ମା ଙ୍କର ନାମରେ ଶିଶୁ ମାନଙ୍କ ପାଇଁ ଏକ ହସ୍ପିଟାଲ ଖୋଲିବେ:-

ଡଃ ମେଘନାଥନ କହିଛନ୍ତି ଯେ ସେ ଯେତେବେଳେ ଘରକୁ ଆସନ୍ତି ତାଙ୍କ ମା ପରିବା ବିକିବାକୁ ଯାଇ ନ ଥାନ୍ତି । ଯାହା ଫଳରେ ତାଙ୍କୁ ସେ ବିଷୟରେ କିଛି ଜଣା ପଡିବ ନାହିଁ । ଆଉ ସେଥିପାଇଁ ସେ ଜାଣି ଶୁଣି ଘରେ ବେସି ସମୟ ରହୁ ନ ଥିଲେ । ମେଘନାଥନ ତାଙ୍କର ସବୁ ସଫଳତା ର ଶ୍ରେୟ ତାଙ୍କର ମାଆ ଙ୍କୁ ହିଁ ଦେଇଛନ୍ତି । ଆଉ ସେ ଏବେ ନିଜ ଗସଁ ରେ ତାଙ୍କ ମାଙ୍କ ନାମରେ ଶିଶୁ ହସ୍ପିଟାଲ ଖୋଲିବାକୁ ଚାହୁଁଛନ୍ତି । ସେ ଚାହାନ୍ତି ଯେ ସବୁ ପିଲା ମାନଙ୍କୁ ଉତ୍ତମ ଚିକିତ୍ସା ମିଳି ପାରୁ । ସେ ତାଙ୍କର ଗାଁରେ ଏକ ହସ୍ପିଟାଲରେ ଏବେ କାମ କରୁଛନ୍ତି

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.