ପାପା, ମୁଁ ଝରକାରୁ ଡିଆଁ ମାରୁଛି , ଏତିକି କହିବା କ୍ଷଣି ଫୋନ କଟି ଗଲା

ଭାଇରଲ

ପାପା, ଆମର ଏଠାରେ ତକ୍ଷଶିଳା ବିଲ୍ଡିଂଗ ରେ ନିଆଁ ଲାଗି ଯାଇଛି , ସବୁଠାରୁ ପ୍ରଥମେ ଆମର କାଠ ସିଡ଼ି ହିଁ ଜଳି ପାଉଁଶ ହୋଇ ଯାଇଛି । ପାପା, ସବୁ ପୁଅମାନେ ଝରକା ବାଟେ ଡେଇଁ ତଳକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି , ମୁଁ ବି ଝରକାରୁ ଡିଆଁ ମାରିବାକୁ ଯାଉଛି । ନିଜର ଜୀବନ ବଞ୍ଚେଇବାକୁ ଚେଷ୍ଟା କରୁଛି ପାପା…. ଏହା 16 ବର୍ଷୀୟ କୃଷ୍ନା ଆଉ ତାର ବାପାଙ୍କ ମଧ୍ୟରେ ହୋଇ ଥିବା ଶେଷ କଥା..

ଛଳ ଛଳ ଆଖିରେ ବାପା କହିଲେ- ” ମୁଁ ମୋ ଝିଅକୁ ତଲାସ କରୁଅଛି “

ଗେଲହି ଝିର ଏହି ଫୋନ ପରେ ତକ୍ଷଶିଳା ବିଲ୍ଡିଂଗ ର ପଛରେ ସ୍ଥିତ ରାଧାକୃଷ୍ଣ ସୋସାଇଟି ରେ ରହୁଥିବା କୃଷ୍ନା ଙ୍କର ପିତା ସୁରେଶ ଭାଇ ଓ ପରିବାର ଲୋକେ ଘଟଣା ସ୍ଥଳରେ ପହଁଚିଲେ । ଆଉ ସେତେବେଳେ ଜଣା ପଡିଲା ଯେ ନିଆଁ ରୁ ବଞ୍ଚି ଯାଇ ଥିବା ଆଉ ଚତୁର୍ଥ ମହଲା ରୁ ଡିଆଁ ମାରି ଥିବା ପିଲା ମାନଙ୍କୁ ହସ୍ପିଟାଲ ନିଆ ଯାଇଛି । ଏହି କଥା ସେତେବେଳେ କୃଷ୍ନା ଙ୍କର ବାପା ଙ୍କୁ ବୁଝା ପଡିଲା ନାହିଁ । ସେ ଜାଣି ପାରିଲେ ନାହିଁ ଯେ ହସ୍ପିଟାଲ ଯାଇ ସେଠାରେ କାହାକୁ କଣ ପଚାରିବି । ଆଉ ତାପରେ ସେ ତାଙ୍କର ଝିଅକୁ ପୁଣି ଥରେ ଫୋନ ଲଗେଇଲେ । କିନ୍ତୁ ଏଥର ସେପଟୁ ତାଙ୍କ ଝିଅର ଶବ୍ଦ ଶୁଭିଲା ନାହିଁ । କିଛି ସମୟ ଭିତରେ ତାଙ୍କ ଆଗରେ ଅନ୍ଧାର ଛାଇ ଗଲା । ତାଙ୍କର ଫୋନକୁ ଆଉ ଜଣେ କେହି ଉଠେଇଲା ଆଉ କହିଲା ତାଙ୍କର ଝିଅ ଆଉ ଏ ଦୁନିଆ ରେ ନାହିଁ । ସେଠାରେ ଯାଇ ସେ ତାଙ୍କର ଝିଅକୁ ଖୋଜିଲେ ।

ଫ୍ରେଣ୍ଡସିପ ବେଲ୍ଟ ରୁ ଚିହ୍ନା ପଡିଲା:-

ଫୋନରେ କେହି ଜଣେ ଅଜଣା ବ୍ୟକ୍ତି କହିଲା ଯେ ଏଠାରେ ସମସ୍ତ ପିଲା ଙ୍କର ଶବ ରଖା ଯାଇଛି । ଗୋଟେ ଶବ ପାଖରୁ ମୋବାଇଲ ର ଆବାଜ ଆସିଲା , ବୋଧେ ସେଇ ଶବ ଆପଣଙ୍କ ଝିଅର ହୋଇ ଥିବ । ଅନ୍ୟ ଲୋକମାନେ ତାଙ୍କର ପିଲାଙ୍କର କପଡା ଦେଖି ଚିହିଁ ବାକୁ ଲାଗିଲେ । କିଏ ତାଙ୍କ ପିଲା ହାତରେ ବନ୍ଧା ଥିବା ଫ୍ରେଣ୍ଡସିପ ବେଲ୍ଟ ଦେଖି ଚିହିଁଲା । ସବୁ ମାତା ପିତା ସେଠାରେ ନିଜ ନିଜର ପିଲାଙ୍କର ଶବକୁ ଚିନ୍ହିବାକୁ ଚେଷ୍ଟା କରୁ ଥିଲେ । ଏହି ଦୃଶ୍ୟ ଏତେ ଦୁଃଖ ଦାୟକ ଥିଲା ଯେ ସୁରେଶ ଭାଇ ସେଠାରେ ଗୋଟେ କୋଣ ରେ ଛିଡା ହୋଇ ଥରୁ ଥିଲେ । କେତେକ ଶବ ଏମିତି ଥିଲା ଯାହାକୁ କି କେହି ଚିହ୍ନି ପାରୁ ନ ଥିଲା । ଶେଷରେ କୋଇଲା ଭଳି ଦେଖା ଯାଉ ଥିବା ଶବକୁ ଲୋକମାନେ ନିଜର ପିଲା ଭାବି ନେଇ ଯାଉ ଥିଲେ ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଲାଇକ ସେଆର କରନ୍ତୁ । ଧନ୍ୟବାଦ ।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.