ପିଲାକୁ ଆଖି ମାରିବା ଶିଖାଉ ଥିଲେ ଶିକ୍ଷୟିତ୍ରୀ, ହେଲେ ସସପେଣ୍ଡ

ଭାଇରଲ

ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଶିକାରପୁର ବ୍ଲକ ର ପରିଷଦିୟ ସ୍କୁଲରୁ ଗୋଟେ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଅଛି । ଏଠାରେ ଜଣେ ଶିକ୍ଷୟିତ୍ରୀ ଛୋଟ ପିଲାକୁ ଆଖି ମାରିବା ଶିଖାଉ ଥିଲେ । ପିଲାଟି ଆଖି ମାରିଲା ତୋ ଆଉ ଜଣେ ଶିକ୍ଷକ ଏହାର ଭିଡ଼ିଓ ବନାଇ ଦେଲେ । ଏହି ଭିଡ଼ିଓ କୌଣସି ପ୍ରକାରେ ସୋସିଆଲ ମିଡିଆରେ ଆସି ଗଲା । ଏହି ଭିଡ଼ିଓ କୁ ଦେଖି ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଲେ । ଏହି ଭିଡ଼ିଓ ଉପରେ ଶିକ୍ଷା ବିଭାଗର ଅଧିକାରୀ ମାନେ ସଜ୍ଞାନ ନେଲେ । ଯାହା ପରେ ସେଇ ଶିକ୍ଷୟିତ୍ରୀକୁ ସସପେଣ୍ଡ କରି ଦିଆ ଗଲା । ଏପଟେ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଦେଖି କେହି କିୟୁଟ କହିଲା ତୋ କିଛି ଏହାକୁ ଅସଭ୍ୟ କହିଲେ । ସ୍କୁଲରେ ପିଲାର ଆଖି ମାରିବା ଭିଡ଼ିଓ ଭାଇରଲ ହେବା ପରେ ବିଏସଏ ଖଣ୍ଡ ଶିକ୍ଷା ଅଧିକାରୀ ଯାଂଚର ଆଦେଶ ଦେଇ ଥିଲେ ।

ଆଉ ଏହା ସହିତ ବିଇଓ ଙ୍କୁ ଏହି ପୁରା ମାମଲାର ରିପୋର୍ଟ ମାଗା ଗଲା । ଯାହା ପରେ ଶିକ୍ଷୟିତ୍ରୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଗଲା । ଫେସବୁକ ରେ କିଛି ଲୋକ ଭିଡ଼ିଓ ତଳେ କମେଣ୍ଟ କରିଛନ୍ତି ଯେ , କଣ ଆମେ ଏହା ଶିଖେଇବା ପାଇଁ ପିଲାଙ୍କୁ ସ୍କୁଲ ପଠେଇଛୁ ? ସରକାର ପିଲା ମାନଙ୍କୁ ଭଲ ଶିକ୍ଷା ଦେବା ପାଇଁ ମୋଟା ବଜେଟ ଖର୍ଚ୍ଚ କରୁଛନ୍ତି ଆଉ ଏଠି ଶିକ୍ଷକ କଣ ଶିଖାଉଛନ୍ତି , ପିଲାଙ୍କୁ ଆଖି ମାରିବା ? ଭିଡ଼ିଓ ରେ ଆପଣ ଦେଖି ପାରିବେ ଯେ ଶିକ୍ଷୟତ୍ରୀ ସେ ପିଲାଟିକୁ ଧରି ରଖିଛନ୍ତି , ଆଉ ତାଙ୍କୁ ଆଖି ମାରିବା ପାଇଁ କହୁଛନ୍ତି , ଆଉ ସେ ପିଲାଟି ସେମିତି ଆଖି ମାରୁଛି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.