ପେଟ୍ରୋଲ ପମ୍ପ କର୍ମଚାରୀର ପୁଅଙ୍କୁ ମିଳିଲା 21 ଲକ୍ଷ ଟଙ୍କାର ପ୍ୟାକେଜ , ମା-ବାପା କହିଲେ ସାର୍ଥକ ହେଲା ଦୁଃଖ , କଷ୍ଟ

ବିଶେଷ

ପେଟ୍ରୋଲ ପମ୍ପରେ 5 ହଜାର ଟଙ୍କା ବେତନରେ ଚାକିରୀ କରୁ ଥିବା ବ୍ୟକ୍ତିର ପୁଅକୁ 20.76 ଲକ୍ଷ ଟଙ୍କାର ବାର୍ଷିକ ପ୍ୟାକେଜ ମିଳିଛି । ଶୁଣିବା ପାଇଁ ଏହି କଥା ଟିକେ ଅଡ଼ୁଆ ଲାଗୁ ଥାଇ ପାରେ କିନ୍ତୁ ସତ୍ୟ , ନିଜର ପ୍ରତିଭା ଓ ପରିଶ୍ରମ ବଳରେ ଏମ ଟେକ ରେ ପଢୁ ଥିବା ଛାତ୍ର ରାହୁଲ ସିଂହ ଏହାକୁ ସତ କରି ଦେଖେଇଛନ୍ତି । ଛାତ୍ରଙ୍କର ସଫଳତା ପରେ ଘର ଓ ଆତ୍ମୀୟ ଲୋକଙ୍କ ଆଖିରେ ଖୁସିର ଲୁହ ବୋହୁ ଥିବାବେଳେ ଗାଁ ପଡ଼ିଶା ବି ଗର୍ବ କରୁଛନ୍ତି । ରାହୁଲ 2020 ରେ ଚାକିରୀ ଜଏନ କରିବେ । ଅମେଠି ର ଛିଡା ଗ୍ରାମ ନିବାସୀ ଚନ୍ଦ୍ର ପ୍ରକାଶ ସିଂହ ଏକ ପେଟ୍ରୋଲ ପମ୍ପରେ ଚାକିରୀ କରନ୍ତି । ତାଙ୍କୁ ମାସିକ 5 ହଜାର ଟଙ୍କା ଦରମା ମିଳି ଥାଏ । ଚନ୍ଦ୍ର ପ୍ରକାଶ ଙ୍କର ପୁଅ ରାହୁଲ ପ୍ରଥମରୁ ଭଲ ଲେଖା ପଢ଼ା କରେ ।

ସେ ହାଇସ୍କୁଲ ଓ ଇଣ୍ଟରମିଡ଼ିଏଟ ର ପଢ଼ା ପ୍ରତାପଗଢ଼ ର କୋହଦୋୖର ସ୍ଥିତ ରଙ୍ଗନାଥ ଦ୍ବିବେଦୀ ଇଣ୍ଟର କଲେଜ ରୁ କରିଛନ୍ତି । ଏହା ପରେ 2018 ରେ କମ୍ପୁଟର ସାଇନ୍ସ ରେ ଆରକେଜି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଗାଜିୟାବାଦ ରୁ ବିଟେକ ପଢ଼ା ଶେଷ କରିଛନ୍ତି । ଏବେ ରାହୁଲ ଏନଆଇଟି ସୁରତକଲ କର୍ଣ୍ଣାଟକ ରେ କମ୍ପୁଟର ସାଇନ୍ସରେ ଏମଟେକ ଦ୍ଵିତୀୟ ବର୍ଷ ଛାତ୍ର ଅଟନ୍ତି ।

ୱାଲମାର୍ଟ ରାହୁଲ ଙ୍କୁ 20 ଲକ୍ଷ76 ହଜାର ଟଙ୍କାର ପ୍ୟାକେଜ ଅଫର ଦେଇଛନ୍ତି । 7 ଅଗଷ୍ଟ ରେ କେମ୍ପସ ପ୍ଲେସମେଣ୍ଟ ଜରିଆରେ ୱାଲମାର୍ଟ ରାହୁଲ ଙ୍କୁ ଚୟନ କରିଛନ୍ତି । ରାହୁଲ ପଢ଼ା ଶେଷ କରିବା ପରେ 2020 ରେ ଚାକିରୀରେ ଜଏନ କରିବେ ।

ରାହୁଲ ଙ୍କ ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନୁହେଁ । ଏହା ପରେ ବି ପିତା ରାହୁଲ ଙ୍କୁ କୌଣସି ପ୍ରକାରେ ଏତେ ଯାଏଁ ପଢେଇଛନ୍ତି । ନିଜର ମେଧାବୀ ଗୁଣ ପାଇଁ ରାହୁଲ ଗୋଟେ ପରେ ଗୋଟେ ପରୀକ୍ଷାରେ ସଫଳତା ହାସଲ କରି ଚାଲିଛନ୍ତି । ବିଟେକ ରେ ତାଙ୍କୁ ସ୍କୋଲରସିପି ମିଳି ଥିଲା । ଫୋନରେ କଥା ବାର୍ତା ହେବାରୁ ରାହୁଲ ତାଙ୍କ ସଫଳତାର ଶ୍ରେୟ ନିଜର ଜେଜେ – ଜେଜେମା, ମାତା – ପିତା ଓ ଭାଇଙ୍କୁ ଦେଇଛନ୍ତି ।

ସାର୍ଥକ ହେଲା ସଂଘର୍ଷ:-
ଚନ୍ଦ୍ର ପ୍ରକାଶ ଙ୍କର ଦୁଇ ପୁଅ ରାହୁଲ ଓ ରିତିକ ଅଟନ୍ତି । ତାଙ୍କର କୌଣସି ଝିଅ ନାହିଁ । ସାନ ପୁଅ ରିତିକ ଏବେ ତାଙ୍କ ଅଞ୍ଚଳର ଏକ କଲେଜ ରେ ପଢୁଛି । ରିତିକ ବି ପଢା ପଢି ରେ ଭଲ ଅଟେ । ଚନ୍ଦ୍ର ପ୍ରକାଶ ସିଂହ କହିଛନ୍ତି ଯେ ବହୁତ କଷ୍ଟରେ ସେ ରାହୁଲ ଙ୍କୁ ପଢେଇଛନ୍ତି । ତାର ସଫଳତା ପରେ ମୋର ଦୁଃଖ କଷ୍ଟ ସବୁ ସାର୍ଥକ ହୋଇ ଗଲା ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.