ବାରମ୍ବାର ମୂଡ଼ ବଦଳୁଛି , ଚିଡିଚିଡା ଲାଗୁଛି କି, ତେବେ ଏହାକୁ ପଢନ୍ତୁ…

ଜୀବନଚର୍ଯ୍ୟା

ଆଜିକାଲି ଆପଣଙ୍କର ମନ ଭଲ ଲାଗୁନି, ଦିନସାରା ଚିଡିଚିଡା ଲାଗୁଛି, ଆଉ ସବୁ କଥାରେ ରାଗ ଲାଗୁଛି ଏମିତି ସବୁ ହେଉଛି ତୋ ସାବଧାନ ହେଇ ଯାଆନ୍ତୁ । ହେଇପାରେ ଏମିତି ଆପଣଙ୍କୁ ଆପଣଙ୍କର ଶୋଇବା ନିୟମ ଯୋଗୁଁ ହେଉଛି । ଅନେକ ଥର ଶୋଇବା ଆଉ ଉଠିବାର ଏକ ନିୟମ ନ ହେବା କାରଣରୁ ଲୋକଙ୍କର ମୂଡ଼ ସ୍ୱିଙ୍ଗ ସହିତ ଆହୁରି ବି ଅନେକ ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡି ଥାଏ ।

କିଛି ଦିନ ପୂର୍ବରୁ ହୋଇ ଥିବା ଏକ ରିସର୍ଚ୍ଚରେ ଏହା ଜଣା ପଡ଼ିଛି ଯେ ରାତିରେ କମ୍ ଶୋଉ ଥିବା ଲୋକ କୌଣସି ବି ସାମାନ୍ୟ କଥାରେ ବହୁତ ଶୀଘ୍ର ରାଗି ଯାଆନ୍ତି । ଏହା ସହିତ ଏପରି ଲୋକଙ୍କର ତନାଵ ଓ ଡିପ୍ରେସନ ସମସ୍ୟା ବି ଅଧିକ ହୋଇ ଥାଏ ।

ଅନିଦ୍ରାର ଶିକାର:-

ବହୁତ ଲୋକ ଯେଉଁମାନେ କି ଅନିଦ୍ରାର ଶିକାର ହୋଇ ଥାନ୍ତି ସେମାନେ ସିଧା ଡିପ୍ରେସନରେ ଘେରି ରହି ଥାନ୍ତି । କିନ୍ତୁ ଡିପ୍ରେସନ ରେ ଶିକାର ହୋଇ ଥିବା 15% ଲୋକେ ବହୁତ ଅଧିକ ଶୋଇ ଥାନ୍ତି । ଯେଉଁଥି ପାଇଁ ତାଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ପକେଇ ଥାଏ ।

ସେଂସେଟିଭ ବୋଡି:-
ଯଦି ଆପଣଙ୍କୁ ଏମିତି ଲାଗୁଛି ଯେ ଆପଣଙ୍କର ଶରୀର ପୂର୍ବ ତୁଳନାରେ କିଛି ଅଧିକ ଦୁର୍ବଳ କିମ୍ବା ସେଂସେଟିଭ ହୋଇ ଯାଇଛି ତେବେ ଏହା ଜରୁରୀ ଯେ ଆପଣ ଆପଣଙ୍କର ଶୋଇବାର ସମୟ ଉପରେ ଧ୍ୟାନ ଦିଅନ୍ତୁ । ଅନେକ ଥର ବହୁତ ଲମ୍ବା ସମୟ ଧରି କମ୍ ଶୋଇବା କାରଣରୁ ଶରୀରର ରୋଗପ୍ରତିରୋଧକ କ୍ଷମତା ଉପରେ ପ୍ରଭାବ ପଡି ଥାଏ ଯାହା ଦ୍ୱାରା ଶରୀର ସମ୍ବେଦନଶୀଳ ହୋଇ ଯାଇ ଥାଏ ।

ଶୋଇବାର ସମୟ ନିର୍ଦ୍ଧାରିତ ନ ହେବା:-

ଶରୀରର ନିଜର ବାୟୋଲୋଜିକଲ ଘଡି ଥାଏ । ଯଦି ଆପଣଙ୍କର ଶୋଇବାର ସମୟ ଓ ନିଦ୍ରାର ଘଣ୍ଟା ନିର୍ଦ୍ଧାରିତ ନ ହେବ ତ ଶରୀରର ଇନ୍ସୁଲିନର ସ୍ତର ଗଡ଼ବଡ଼ ହୋଇ ଯିବ । ଯାହା ଫଳରେ ଟାଇପ 2 ଡାଇବେଟିସ ହେବାର ସମ୍ଭାବନା ବଢି ଯାଇ ଥାଏ ।

ରାତିର ନିଦ ଦିନରେ:-
ଯଦି ଆପଣ ଏହି ଭ୍ରମରେ ରହିଛନ୍ତି ଯେ ରାତିରେ ନିଦ ପୁରା ହେବ ନାହିଁ ତୋ ଦିନରେ ଶୋଇ ପଡିବେ । ଏହା ଭୁଲ ଅଟେ ।କାହିଁକି ନା ଏମିତି କଲେ ଶରୀରର ବାୟୋଲୋଜିକଲ ଘଡି ବିଗିଡି ଯାଇ ଥାଏ କାହିଁକିନା ତାହା ଦିନ ଓ ରାତିର ହିସାବରେ ପ୍ରାକୃତିକ ଭାବରେ ନିର୍ଦ୍ଧାରିତ ହୋଇ ଥାଏ । ଯେତେବେଳେ ଆପଣ ରାତିରେ ପୁରା ନିଦ ନେଇ ପାରନ୍ତି ନାହିଁ ତୋ ଏହା ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡି ଥାଏ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.