ବିନା ଜୋତା – ଚପଲରେ ସିବନ ଙ୍କର ପିଲାଦିନ ବିତି ଥିଲା, ଏହି ପରି ଭାବରେ ISRO ପ୍ରମୁଖ ହୋଇ ଥିଲେ ….

ବିଶେଷ

ଚନ୍ଦ୍ରଯାନ 2 ର ଲେଣ୍ଡର ଚାନ୍ଦ ଉପରେ ପହଁଚିବା ବିଫଳ ହୋଇ ଗଲା ଏଥିପାଇଁ ଭାବୁକ ହୋଇ ଥିବା ଇସ୍ରୋ ପ୍ରମୁଖ ସିବନଙ୍କୁ ପିଏମ ମୋଦି ଗଳାରେ ଲଗେଇଲେ ଆଉ ତାଙ୍କର ପିଠି ଥପୁଡ଼ାଇ ଦମ୍ଭ ବଢ଼େଇଲେ ।

ISRO ପ୍ରମୁଖ ସିବନ ଅନେକ ପରୀକ୍ଷାକୁ ପାରି କରି ଆଜି ଏ ଯାଏଁ ପହଂଚି ପାରିଛନ୍ତି । ଏକ ତାମିଲ କୃଷକ ପରିବାରରେ ଜନ୍ମ ଇସ୍ରୋ ପ୍ରମୁଖ ହେବା ଯାଏଁ ଅନେକ ସମସ୍ୟାକୁ ପାର କରି ସଫଳ ହୋଇଛନ୍ତି ।

କେ ସିବନ ଙ୍କର ଜନ୍ମ 14 ଏପ୍ରିଲ 1957 ରେ ତାମିଲନାଡୁ ର କନ୍ୟାକୁମାରୀ ଜିଲ୍ଲାର ସରାକଲ୍ଲାବିଲାଇ ଗାଁରେ ଏକ କୃଷକ ପରିବାରରେ ହୋଇ ଥିଲା । କେ ସିବନ ଙ୍କର ପ୍ରାଥମିକ ଶିକ୍ଷା ତାମିଲ ମାଧ୍ୟମରୁ ହୋଇ ଥିଲା । ଘରର ଆର୍ଥିକ ସ୍ଥିତି ଭଲ ନ ଥିବା କାରଣରୁ ସେ ତାଙ୍କର ଅନ୍ୟ ଭାଇ ଭଉଣୀଙ୍କ ସହିତ କ୍ଷେତରେ ତାଙ୍କର ବାପା ଙ୍କୁ ସାହାଯ୍ୟ କରୁ ଥିଲେ । ସିବନ ନାଗରକୋୟଲର ଏସଟି ହିନ୍ଦୁ କଲେଜରୁ ବିଏସସି (ଗଣିତ) ର ପଢା ପୁରା କଲେ । ସେ ଗଣିତରେ 100 ପ୍ରତିଶତ ନମ୍ବର ହାସଲ କରି ଥିଲେ ।

1980 ରେ ମନ୍ଦ୍ରାସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT) ରୁ ଏୟରନୋଟିକଲ ଇଞ୍ଜିନିୟରିଂ କଲେ ।ସିବନ ଙ୍କର ପିଲା ଦିନ ବିନା ଜୋତା -ଚପଲ ରେ ବିତିଛି ।ସେ କଲେଜକୁ ଧୋତି ପିନ୍ଧିକରି ଯାଉ ଥିଲେ । ସେ ପ୍ରଥମ ଥର ତାଙ୍କ ଜୀବନରେ ପ୍ୟାଣ୍ଟ ଏମଆଇଟି ରେ ପଢିବା ସମୟରେ ପିନ୍ଧି ଥିଲେ ।

ସିବନ ଏହା ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (IISC) ରୁ ଇଞ୍ଜିନିୟରିଂ ରେ ସ୍ନାତକ କଲେ । ତାପରେ ବର୍ଷ 2006 ରେ ବମ୍ବେ ରୁ ଏୟରସ୍ପେସ ଇଂଜିନିୟରିଂ ରେ ପିଏଚଡି ର ଡିଗ୍ରୀ ହାସଲ କଲେ ।

1982 ରେ ସିବନ ଇସ୍ରୋ ସହିତ ଯୋଡିଲେ ଯେଉଁଠି ସେ ଇସ୍ରୋ ର ବିଭିନ୍ନ ଅଭିଯାନରେ ଯୋଗଦାନ ଦେଲେ । 2011 ମସିହାରେ ତାଙ୍କୁ ଜିଏସଏଲବି ପରିଯୋଜନା ର ନିର୍ଦେଶକ କରା ଗଲା । 2015 ମସିହାରେ ସିବନ ଙ୍କୁ ବିକ୍ରମ ସାରା ଭାଇ ସ୍ପେସ ସେଣ୍ଟରର ନିର୍ଦେଶକ କରା ଗଲା । ଯାହା ପରେ 15 ଜାନୁଆରୀ 2018 ରେ ସିବନ ଇସ୍ରୋ ପ୍ରମୁଖ ର ପଦ ସମ୍ଭାଳିଛନ୍ତି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.