ଭାରତୀୟ ସେନା ବିଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କର ପ୍ରତିଶୋଧ ନେଲା, ପ୍ରତାଡିତ କରି ଥିବା ପାକ କମାଣ୍ଡରକୁ କଲା ଶେଷ

ଭାଇରଲ

“ବିଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କର ନାମ ଆସିବା ପରେ ଲୋକଙ୍କ ଭିତରେ ଏକ ଅଜବ ଜଯବା ଦେଖିବାକୁ ମିଳି ଥାଏ ।ଛାତି ଗର୍ବରେ ଚଉଡା ହୋଇ ଯାଇ ଥାଏ । ହେବନି ବା କାହିଁକି… ବାୟୁସେନାର ବୀର ପାଇଲଟ ଅଭିନନ୍ଦନ ଶତ୍ରୁ ଘରେ ସିଂହ ଭଳିଆ ଗର୍ଜ୍ଜନ କରୁ ଥିବାର ନଜର ଆସି ଥିଲେ । ଶତ୍ରୁ କବଳରେ ଥିବା ପରେ ବି ଅଭିନନ୍ଦନ ମୁଣ୍ଡ ନୁଆଇଁଲେ ନାହିଁ । ଆଉ ଏହା ଦେଖି ଭାରତୀୟଙ୍କ ଛାତି ଗର୍ବରେ ଚଉଡ଼ା ହୋଇ ଗଲା । ହଁ ଆଜ୍ଞା ଅଭିନନ୍ଦନ ଆମ ଦେଶକୁ ଫେରିବା ବେଳେ ସାରା ଦେଶରେ ଦୀପାବଳି ଭଳି ଉତ୍ସବ ପାଳନ ହୋଇ ଥିଲା । ଆଉ ଏବେ ନିକଟରେ ଭାରତୀୟ ସେନା ଅଭିନନ୍ଦନ ଙ୍କର ପ୍ରତିଶୋଧ ପାକିସ୍ତାନ ପାଖରୁ ନେଇଛି । ତାହେଲେ ଚାଲନ୍ତୁ ଘଟଣା ଟି କଣ ବିସ୍ତାର ଭାବରେ ଆଗକୁ ଜାଣିବା

ମିଗ-୨୧ ରେ ବସି ଯେବେ ଅଭିନନ୍ଦନ ପାକିସ୍ତାନ ର F-୧୬ କୁ ଧ୍ୱଂସ କରି ଦେଇ ଥିଲେ , ସେତେବେଳେ ସେ ପାକିସ୍ତାନ ର ମାଟିରେ ଯାଇ ପଡି ଥିଲେ , ଆଉ ଏହା ପରେ ତାଙ୍କର ଗୋଟେ ଫୋଟ ସୋସିଆଲ ମିଡିଆରେ ଭାଇରଲ ହୋଇ ଥିଲା , ଯାହାକୁ ଦେଖି ସବୁ ଭାରତୀୟ ଙ୍କର ହୃଦୟ ଦୁଃଖରେ କମ୍ପି ଉଠି ଥିଲା । ଦୁଃଖ ଲାଗିବନି ବା କାହିଁକି … ସେତେବେଳେ ଅଭିନନ୍ଦନ ଙ୍କର ଚେହେରାରେ ରକ୍ତ ବୋହି ଯାଉ ଥିଲା ଆଉ ପାକିସ୍ତାନି ମାନେ ତାଙ୍କୁ ଚାରିଆଡୁ ଘେରି ନେଇ ଥିଲେ ।ଏବେ ଆପଣଙ୍କୁ ସେ ଫୋଟ ତୋ ମନେ ପଡି ଯାଉ ଥିବ , ତାହେଲେ ଏବେ ଚାଲନ୍ତୁ ଜାଣିବା ଭାରତୀୟ ସେନା ଅଭିନନ୍ଦନ ଙ୍କର ପ୍ରତିଶୋଧ କେମିତି ନେଲେ ।

ନିୟନ୍ତ୍ରଣ ରେଖାରେ ଢୁକୁ ଥିଲା ପାକିସ୍ଥାନୀ କୋମାଣ୍ଡ ଅହମଦ;-

ଧାରା 370 ହଟିଲା ପରେ ପାକିସ୍ତାନ ଭାରତର ଶାନ୍ତି ଭଙ୍ଗ କରିବା ପାଇଁ ପ୍ରୟାସ କରୁଅଛି , ଆଉ ଏଥିପାଇଁ ସେ ବାରମ୍ବାର ନିୟନ୍ତ୍ରଣ ରେଖାକୁ ପାର କରିବା ପାଇଁ ଚେଷ୍ଟା କରୁଛି । ଏହି ପ୍ରୟାସ ପାକିସ୍ତାନୀ କମାଣ୍ଡର ଅହମଦ ବି କରୁ ଥିବାର ନଜର ଆସି ଥିଲେ , କିନ୍ତୁ ଫଳାଫଳ ଓଲଟା ହେଲା ତାଙ୍କୁ ଏ ଦୁନିଆ ଛାଡି ଯିବାକୁ ପଡିଲା । ହଁ ଆଜ୍ଞା, ଭାରତୀୟ ସେନା ଅହମଦ ଖାଁ କୁ ଶେଷ କରି ଦେଲା ।ଭାରତୀୟ ମିଡ଼ିଆ ରିପୋର୍ଟସ୍ ଅନୁସାରେ 17 ଅଗଷ୍ଟ ଦିନ ଏହି ଘଟଣା ଘଟି ଥିଲା ।

ବିଙ୍ଗ କମାଣ୍ଡର ଅଭିନନ୍ଦନ ଙ୍କର ପ୍ରତିଶୋଧ ପୁରା ହେଲା:-
27 ଫେବୃଆରୀ ଦିନ ପାକ ଦ୍ୱାରା ଅଭିନନ୍ଦନ ଙ୍କୁ କବ୍ଜାରେ ନେବା ପରେ ପାକିସ୍ତାନ ଦ୍ୱାରା ଜାରି ହୋଇ ଥିବା ଫୋଟରେ ଦାଢ଼ି ଵାଲା ଅହମଦ ଖାନ ଙ୍କୁ IAF ଅଧିକାରୀ ଙ୍କ ପଛରେ ଦେଖା ଯାଉ ଥିଲା ଆଉ ସେ ହେଉଛନ୍ତି ଏହି ଅହମଦ ଖାନ , ଯାହାକୁ ଭାରତୀୟ ସେନା ଏହି ନିକଟରେ ମାରି ଦେଇଛି । ମିଡ଼ିଆ ଜଗତରେ ଏହାକୁ ଅଭିନନ୍ଦନ ଙ୍କର ପ୍ରତିଶୋଧ ନେବା ନଜରରେ ଦେଖା ଯାଉଛି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.