ଯଦି ଆପଣଙ୍କର ବୟସ 40 ବର୍ଷରୁ ଅଧିକ ଅଟେ , ତେବେ ଆଜି ହିଁ ଛାଡି ଦିଅନ୍ତୁ ଏହି ସବୁ ଜିନିଷର ସେବନ

ଜୀବନଚର୍ଯ୍ୟା

40 ରୁ ଅଧିକ ବୟସ୍କର ଲୋକେ ସମୟ ହିସାବରେ ନିଜର ଖାଦ୍ୟପେୟ ରେ ପରିବର୍ତ୍ତନ କରିବା ଆବଶ୍ୟକ କାହିଁକି ନା ଏହି ସମୟ ମୋନୋପୋଜ୍ ର ସମୟ ହୋଇ ଥାଏ । ଏହି ସମୟରେ ପାଚନ କ୍ରିୟା ବହୁତ ସକ୍ରିୟ ହୋଇ ଯାଇ ଥାଏ ତେଣୁ ଭୋକ ବି ଅଧିକ ଲାଗି ଥାଏ । ଜଣେ ମହିଳା ଯିଏକି ଉଚିତ ଶାରୀରିକ ବ୍ୟାୟାମ କରି ନ ଥାଏ ତାକୁ ବସା ଲାଗି ଥାଏ ।

ଚାହା ଆଉ ଛଣା ହୋଇ ଥିବା ବ୍ୟଞ୍ଜନ ଅଧିକ ସେବନର ଦୈନିକ ଦୁଷ୍ପ୍ରଭାଵ ସ୍ୱାସ୍ଥ୍ୟ କୁ ପ୍ରଭାବିତ କରିବା ପାଇଁ ଜଣା ଯାଇ ଥାଏ । ଏଥିପାଇଁ ଏହି ବୟସରେ ଅଧିକରୁ ଅଧିକ ପୋଷାକ ତତ୍ତ୍ୱ ସେବନର ଉପଦେଶ ଦିଆ ଯାଇ ଥାଏ । ଦୈନିକ ଆଧାରରେ ଅତିକମରେ 5 ରୁ 5 ପ୍ରତିଶତ ଫାଇବାର ପ୍ରାପ୍ତ କରିବା ଆବଶ୍ୟକ ଅଟେ । ଏଥିପାଇଁ ଫଳର ସେବନ ବଢ଼େଇବା , ତାସହିତ ଅଙ୍କୁରିତ ଚଣା , ମୁଗ ଡାଲି ଓ ଚଣା ଡାଲି ସାମିଲ କରନ୍ତୁ । ଏଥିରେ ସୋୟାବିନ କୁ ସାମିଲ କରନ୍ତୁ ।

ବଜାରରେ ସୋୟାବିନ କ୍ଷୀର ବି ଉପଲବ୍ଧ ଅଛି । ସୋୟାବିନ ହର୍ମୋନ ଓ ଇନ୍ସୁଳୀନର ମାତ୍ରାକୁ ନିୟନ୍ତ୍ରଣ କରି ଥାଏ । ତେଣୁ ମଧୁମେହର ସମ୍ଭାବନା କମ୍ ହୋଇ ଥାଏ । କ୍ୟାଲସିୟମର ଆବଶ୍ୟକତା ପିଲାଟି ଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ ନିରନ୍ତର ହୋଇ ଥାଏ । ଏଥିପାଇଁ ଆପଣ ଦୈନିକ ଆହାରରେ କ୍ଷୀର, ଦହି ଓ ପନିପରିବାକୁ ସଠିକ ଭାବରେ ସାମିଲ କରନ୍ତୁ । ଡାକ୍ତରଙ୍କର ପରାମର୍ଶ ନେଇ ଭିଟାମିନର ବଟିକା ଖାଆନ୍ତୁ

ଯେଉଁ ମହିଳା ମାନଙ୍କୁ ଗଣ୍ଠି ରୋଗ ବା ଅଷ୍ଟିୟୋପୋରୋସିସ ଅଛି, ତାଙ୍କ ପାଇଁ ଭିଟାମିନ ଡି ବହୁତ ଉପଯୋଗୀ ଅଟେ । ବୟସ ହୋଇ ଯିବାରୁ ଖରାପ ପାଚନ ଯୋଗୁଁ ପେଟ ଯନ୍ତ୍ରଣା, ଗ୍ୟାସ, ବଦହଜମି ଯେମିତି ସାଧାରଣ ସମସ୍ୟା ସବୁ ଅଧିକ ହୋଇ ଥାଏ ଏଥିପାଇଁ ବୃଦ୍ଧବସ୍ତାରେ ହଜମ ହେବା ପରେ ଓ ଭୋକ ଲାଗିଲା ପରେ ହିଁ ଖାଦ୍ୟ ଗ୍ରହଣ କରନ୍ତୁ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.