ଯଦି ଆପଣ ବି ଚାହାନ୍ତି ଯେ ଲକ୍ଷ୍ମୀ ନାରାୟଣ ଆପଣଙ୍କର ଘରକୁ ନିଜ ଘର କରନ୍ତୁ , ତେବେ ଶନିର ଗୁରୁକୁ ଏମିତି ପ୍ରସନ୍ନ କରନ୍ତୁ

ଆଧ୍ୟାତ୍ମିକ ବାସ୍ତୁ ଶାସ୍ତ୍ର

ସମସ୍ତ ବ୍ୟକ୍ତିଙ୍କର ଜୀବନରେ ଧନ- ଦୌଲତ ର ଆବଶ୍ୟକତା ପଡି ଥାଏ । ଆଜିର ଦିନରେ ବିନା ପଇସାରେ କିଛି ବି କାମ ସମ୍ଭବ ନୁହେଁ । ସିଧା ଭାବରେ କହିବାକୁ ଗଲେ ଆଜିର ଯୁଗ ପଇସାର ଯୁଗ ଅଟେ । ଆଜିର ଦୁନିଆରେ ଲୋକଙ୍କର ସମ୍ମାନ ତାଙ୍କର କର୍ମ ଅନୁସାରେ ନୁହେଁ ବରଂ ତାଙ୍କର ଧନ ସମ୍ପତ୍ତି ଅନୁସାରେ କରା ଯାଇ ଥାଏ। ଯଦି ଆପଣ ଧନୀ ଅଟନ୍ତି ତେବେ ଆପଣଙ୍କୁ ଇଜ୍ଵତ କରିବା ପାଇଁ ଲକ୍ଷ ଲକ୍ଷ ଲୋକେ ଅଛନ୍ତି , କିନ୍ତୁ ଯଦି ଆପଣ ଗରିବ ହେବେ ତେବେ ଆପଣଙ୍କୁ କେହି ପଚାରିବେ ବି ନାହିଁ । ଆଉ ଏଥିପାଇଁ ଧନ ସମ୍ପତ୍ତି ରହିବା ବହୁତ ଜରୁରୀ ହୋଇ ଥାଏ।

ଶିବ ମନ୍ଦିର ଯାଇ କ୍ଷୀର ଓ ମହୁ ଅର୍ପିତ କରନ୍ତୁ:-

ଯେଉଁ ଲୋକ ମାନଙ୍କୁ ଜୀବନରେ ଧନକୁ ନେଇ ବହୁତ ଖରାପ ପରିସ୍ଥିତି ର ସାମ୍ନା କରିବାକୁ ପଡୁଛି , ଆଉ ବହୁତ ପରିଶ୍ରମ ପରେ ବି ବେପାରରେ କୌଣସି ଲାଭ ହେଉ ନାହିଁ , ତାଙ୍କୁ ଶନି ଦେବଙ୍କର ଗୁରୁ ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ଜରୁରୀ ହୋଇ ଥାଏ । ଭଗବାନ ଶିବଙ୍କୁ ମହୁ ବହୁତ ପ୍ରିୟ ଅଟେ। ଶନିବାର ଦିନ କୌଣସି ବି ଏକ ଶିବ ମନ୍ଦିର କୁ ଯାଇ ଶିବ ଲିଙ୍ଗ ଉପରେ କ୍ଷୀରରେ ମହୁ ମିଶେଇ ଭଗବାନ ଶିବ ଙ୍କୁ ଅଭିଷେକ କରାନ୍ତୁ ।

ପିତ୍ତଲ ଲୋଟାରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ:-

ଭଗବାନ ଶିବଙ୍କର ଅଭିଷେକରେ ମହୁର ପ୍ରୟୋଗ କଲେ ଧନ ଦୌଲତ ଛପର ଫାଡ଼ି ଆସି ଥାଏ । କରଜରୁ ମୁକ୍ତି ମିଳି ଥାଏ । ଆଉ ବେପାରରେ ଦିନ ରାତି ଉନ୍ନତି ହୋଇ ଥାଏ । ଛାତ୍ରଛାତ୍ରୀ ମାନେ ବିଦ୍ୟାରେ ଉନ୍ନତି କରି ଥାନ୍ତି । ଯେତେବେଳେ ଭଗବାନ ଶିବଙ୍କର ଅଭିଷେକ କରିବାକୁ ଯିବେ ଗୋଟିଏ କଥା ଧ୍ୟାନ ରଖି ଥିବେ ଅଭିଷେକ ପିତ୍ତଲ ପାତ୍ରରେ ହିଁ କରିବେ । ପିତ୍ତଲ ଲୋଟାରେ ପାଣି କ୍ଷୀର ଓ ମହୁ ମିଶେଇ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଭଗବାନ ଶିବଙ୍କୁ ଭୋଗ ପାଇଁ କଦଳୀ ଅର୍ପିତ କରି ତାରକେଶ୍ବର ଶିବ ମନ୍ତ୍ର ଜପ କରନ୍ତୁ ।

ମନ୍ତ୍ର;-

|| ଓଁ ସ୍ତ୍ରୋ ତାରକେଶ୍ୱର ରୁଦ୍ରାୟ ମମଃ ଦରିଦ୍ରୟ ନାଶୟ ନାଶୟ ଫଟ ||

ଗ୍ରହ ଦୋଷରୁ ମିଳି ଥାଏ ମୁକ୍ତି:-
ଏହି ଉପାୟ କରିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ଘରେ ଲକ୍ଷ୍ମୀ ନାରାୟଣ ବାସ କରିବେ । ଜୀବନରେ ଆପଣଙ୍କୁ କେବେବି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ଯେଉଁ ବ୍ୟକ୍ତି ଧର୍ମର ମାର୍ଗରେ ଚାଲି ଥାଏ ଭଗବାନ ତାଙ୍କୁ ସଂସାରର ଭଵ ସଗାରରୁ ବି ପାରି କରି ଦେଇ ଥାନ୍ତି।

ସଫଳତା ହଠାତ ଅସଫଳତାରେ ବଦଳି ଯାଇ ଥାଏ :-

ଜ୍ୟୋତିଷ ଶାସ୍ତ୍ର କହି ଥାଏ ଯେ ଯଦି ଆପଣଙ୍କ ର ପିତୃଗଣ ନାରାଜ ହୋଇ ଥାନ୍ତି ତେବେ ସଫଳତା ହଠାତ ଅସଫଳତା ରେ ବଦଳି ଯାଇ ଥାଏ । ଯେତେବେଳେ ପିତୃଗଣ ନାରାଜ ହୋଇ ଥାନ୍ତି ତୋ ବ୍ୟକ୍ତି ସନ୍ତାନ ସୁଖରୁ ବି ବଂଚିତ ହୋଇ ଥାଏ । ପିତୃଗଣ କୁ ଖୁସି କରିବା ପାଇଁ ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ କ୍ଷୀର ଚଢାନ୍ତୁ ଓ ସେ ଗଛ ତଳେ ତିଳ ତେଲରେ ଦୀପ ଜଳାନ୍ତୁ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.