ରାନୁ ମଣ୍ଡଳ ଏହି ଅଭିନେତାଙ୍କ ଘରେ ରୋଷେଇବାସ ଓ ସଫା ସୁତରା କାମ କରି ଥିଲେ , ନିଜେ ଏହାର ଖୁଲାସା କଲେ

ଭାଇରଲ

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଗୋଟେ ଚେହେରା ଓ ସ୍ୱର ଧୁମ ମଚେଇଛି । ଯେ କେହି ତାଙ୍କର ସ୍ୱରର ଦିୱାନା ଅଟେ , ଆଉ ସମସ୍ତେ ତାଙ୍କ ସହିତ ଥରେ କାମ କରିବାକୁ ଚାହୁଁଛନ୍ତି । ଦିନେ ରେଲୱେ ପ୍ଲାଟଫର୍ମ ରେ ଗୀତ ଗାଇ ନିଜର ଗୁଜୁରାଣ ମେଣ୍ଟାଉ ଥିବା ଏହି ମହିଳାଙ୍କ ପାଖରେ ଏବେ ଅନେକ ଗୁଡିଏ ଗୀତର ଅଫର ଅଛି । ଆଉ ପ୍ରଥମ ମୌକା ବଲିଉଡର ପ୍ରସିଦ୍ଧ କମ୍ପୋଜର ହୀମେଶ ରେଶମିଆ ହିଁ ଦେଇଛନ୍ତି । ଏବେ ତୋ ଆପଣ ଜାଣି ପାରୁ ଥିବେ ଯେ ଆମେ ରାନୁ ମଣ୍ଡଳ ଙ୍କର କଥା ହେଉଛୁ । ରାନୁ ମଣ୍ଡଳ ଏହି ଅଭିନେତା ଘରେ ରୋଷେଇ କରିବା ଓ ସଫାସୁତୁରା କରିବା କାମ କରିଛନ୍ତି , କିଏ ଅଟନ୍ତି ସେଇ ଅଭିନେତା ଜାଣନ୍ତୁ ?

ଏହି ଅଭିନେତା ଘରେ ରୋଷେଇବାସ ଓ ସଫାସୁତୁରା କାମ କରିଥିଲେ:-

ସୋସିଆଲ ମିଡିଆରେ କିଛି ଦିନ ହେଲା ଛାଇ ରହି ଥିବା ରାନୁ ମଣ୍ଡଲ ଙ୍କ ପାଖରେ ଏବେ ଟିକେ ବି ସମୟ ନାହିଁ । କେହି ତାଙ୍କ ସହିତ ଗୀତ ରେକର୍ଡ଼ିଂ କରିବାକୁ ଚାହୁଁଛନ୍ତି ତୋ କେହି ତାଙ୍କର ଇଣ୍ଟରଭ୍ୟୁ ନେବାକୁ ଚାହୁଁଛନ୍ତି । ଯାହାଙ୍କ ପାଖରେ କିଛି ଦିନ ପୂର୍ବରୁ ରହିବାର କୌଣସି ଘର ନ ଥିଲା ତାଙ୍କୁ ଏବେ ଦବଙ୍ଗ ହିରୋ ସଲମାନ ଖାଁ ଏକ ଫ୍ଲାଟ ଉପହାର ଦେଇଛନ୍ତି । ଏହାକୁ କୁହନ୍ତି ଭାଗ୍ୟ ପଲଟିବା କିନ୍ତୁ ଏହା ପୂର୍ବରୁ ବି ରାନୁ ମଣ୍ଡଳ ଏହା ପୂର୍ବରୁ ବି ଇଣ୍ଡଷ୍ଟ୍ରି ରେ ଆସି ସାରି ଥିଲେ । ରାନୁ ମଣ୍ଡଳ ତାଙ୍କର ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି ଯେ ସେ ଫିଲ୍ମ ନିର୍ଦେଶକ ଓ ଏକଟର ଫିରୋଜ ଖାଁ ଙ୍କର ଘରେ ମେଡ଼ ଭାବରେ କାମ କରି ଥିଲେ । ରାନୁ ମଣ୍ଡଳ ତାଙ୍କ ଘରେ କେବଳ ରୋଷେଇ କରିବା ନୁହେଁ ବରଂ ସଫେଇ କରିବା କାମ ମଧ୍ୟ କରୁ ଥିଲେ । ରାନୁ ମଣ୍ଡଳ ତାଙ୍କର ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି ଯେ ” ମୁଁ ଫରଦିନ ଖାଁ ଓ ତାଙ୍କର ଚାଚା ଙ୍କର ବହୁତ ଧ୍ୟାନ ରଖୁ ଥିଲି । ମୁଁ ବଙ୍ଗାଳି ଅଟେ ତେଣୁ ହିନ୍ଦୀ କହିବାରେ ଟିକେ ଅସୁବିଧା ହେଉ ଥିଲା ତଥାପି ମୁଁ ତାଙ୍କର କଥାକୁ ବୁଝୁ ଥିଲି ଆଉ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି ଥିଲି । ଆଉ ଏହା ସହିତ ରାନୁ ମଣ୍ଡଳ ହୀମେଶ ରେଶମିଆ ଙ୍କ ବିଷୟରେ କହିଛନ୍ତି ଯେ ସେ ମୋତେ ପ୍ରଥମ ମୌକା ଦେଇଛନ୍ତି ତେଣୁ ମୁଁ ତାଙ୍କର ଉପକାର କେବେ ଭୁଲିବି ନାହିଁ ।

ଗୋଟେ ଟିଭି ଶୋ ସମୟରେ ଯେତେବେଳେ ତାଙ୍କୁ ପଚରା ଗଲା ଯେ ସେ ରେଲୱେ ଷ୍ଟେସନରେ କାହିଁକି ଗୀତ ଗାଉ ଥିଲେ ? ଏହାର ଉତ୍ତରରେ ରାନୁ ମଣ୍ଡଳ କହିଲେ ଯେ ମୋ ପାଖରେ ରହିବା ପାଇଁ ଘର ନ ଥିଲା ତେଣୁ ସେଠାରେ ହିଁ ରହୁ ଥିଲି ଆଉ ଯେତେବେଳେ ଗୀତ ଗାଉ ଥିଲି ଲୋକେ ମୋତେ କିଛି ଖାଇବା ପାଇଁ ଦେଉ ଥିଲେ ନହେଲେ କିଛି ପଇସା ଦେଉ ଥିଲେ । ରାନୁ ମଣ୍ଡଳ ଙ୍କୁ ଲଗାତାର ଏବେ ଅଫର ମିଳୁଛି । ହୀମେଶଙ୍କ ପରେ ଭୋଜପୁରୀ ଗାୟକ – ଅଭିନେତା ପ୍ରଦୀପ ପାଣ୍ଡେ ଚିଣ୍ଟୁ କହିଛନ୍ତି ଯେ ସେ ଜଳଦି ରାନୁଙ୍କ ସହିତ ରେକର୍ଡ଼ିଂ କରିବେ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.