ଲତା ମଙ୍ଗେସକର ଙ୍କର ସ୍ୱର ସହିତ ତୁଳନା ହେଉ ଥିବା ରାନୁ ମଣ୍ଡଳଙ୍କର ଆଉ କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ । ରେଲୱେ ଷ୍ଟେସନରେ ଅତୀନ୍ଦ୍ର ଚକ୍ରବର୍ତ୍ତୀ ଙ୍କର ବନେଇ ଥିବା ଦୁଇ ମିନିଟର ଭିଡ଼ିଓ ତାଙ୍କୁ ରାତା ରାତି ଷ୍ଟାର ବନେଇ ଦେଲା । ଏପରିକି ଏବେ ରାନୁ ମଣ୍ଡଳ ଙ୍କୁ ବଡ଼ ବଡ଼ ଅଫର ବି ମିଳିବାରେ ଲାଗିଛି । ଅତୀନ୍ଦ୍ର ଚକ୍ରବର୍ତ୍ତୀ ହିଁ ରାନୁ ମଣ୍ଡଳଙ୍କର ସମସ୍ତ କାମ କାର୍ଯ୍ୟ ଦେଖୁଛନ୍ତି । ରାନୁ ତାଙ୍କୁ ନିଜର ପୁଅ ଭଳିଆ ମାନି ଥାନ୍ତି । ଏହି ଭିତରେ ରାନୁଙ୍କର ଝିଅ ଏଲିଜାବେଥ ସାତି ରାୟ ଅତୀନ୍ଦ୍ର ଚକ୍ରବର୍ତ୍ତୀ ଉପରେ ଏକ ଗମ୍ଭୀର ଅଭିଯୋଗ ଲାଗେଇଛନ୍ତି । ଏଲିଜାବେଥଙ୍କର କହିବା କଥା ଯେ ତାଙ୍କୁ ତାଙ୍କର ମା ସହିତ ମିଶିବାକୁ ଦିଆ ଯାଉ ନାହିଁ । ତାଂକୁ ଧମକ ଦିଆ ଯାଉଛି ଯେ ଯଦି ରାନୁ ମଣ୍ଡଳ ସହିତ ସାକ୍ଷାତ କରିବା ପାଇଁ ଚେଷ୍ଟା କରିବ ତେବେ ତାଙ୍କର ଗୋଡ଼ ମଧ୍ୟ ଭାଙ୍ଗି ଦିଆ ଯିବ ।
କଥା ଏହା କି , ରାନୁ ଏବଂ ତାଙ୍କର ଝିଅ ଏଲିଜାବେଥ ଗତ 10 ବର୍ଷ ଧରି ସମ୍ପର୍କରେ ନ ଥିଲେ । ଏମିତିରେ ତାଙ୍କୁ ମିଶେଇବା ପାଇଁ ରାନୁ ମଣ୍ଡଳଙ୍କର ସେଇ ଭାଇରଲ ଗୀତ ସାହାଯ୍ୟ କରି ଥିଲା । ଭିଡ଼ିଓ ଭାଇରଲ ହେବା ପରେ ରାନୁ ର ଝିଅ ତାଙ୍କ ଘରକୁ ଯାଇ ସାକ୍ଷାତ କରିଥିଲେ । ଝିଅ ସହିତ ଦେଖା ହେବା ପରେ ରାନୁ ବହୁତ ଖୁସି ହୋଇ ଯାଇ ଥିଲେ । ରାନୁ ଏହା ପରେ କହି ଥିଲେ -” ଏହା ମୋର ଦ୍ଵିତୀୟ ଜୀବନ ଅଟେ , ଏହାକୁ ମୁଁ ବହୁତ ଭଲ କରିବା ପାଇଁ ଚେଷ୍ଟା କରିବି ” । ଏବେ କିଛି ଦିନ ପରେ ରାନୁ ମଣ୍ଡଳ ଙ୍କର ଝିଅ ଅତୀନ୍ଦ୍ର ଉପରେ ଅଭିଯୋଗ କରିଛନ୍ତି ଯେ ସେ ଲୋକମାନେ ମୋତେ ମୋ ମା ସହିତ ସାକ୍ଷାତ କରିବା ପାଇଁ ଦେଉ ନାହାନ୍ତି, ବରଂ ଚେଷ୍ଟା କଲେ ଗୋଡ଼ ଭାଙ୍ଗି ଦେବାର ଧମକ ଦେଉଛନ୍ତି । ଏଲିଜାବେଥଙ୍କର କହିବା କଥା ହେ ତାଙ୍କୁ ନେଇ ତାଙ୍କ ମା ଙ୍କର ବ୍ରେନ ୱ।ସ କରୁଛନ୍ତି ।
ଏଲିଜାବେଥଙ୍କର ଆଗକୁ ଏହା ବି କହିଲେ ଯେ ଅତୀନ୍ଦ୍ର ଚକ୍ରବର୍ତ୍ତୀ ଛଡା “ଅମରା ସବାଇ ସୈତାନ ” କ୍ଳବର ସଦସ୍ୟ ତପନ ଦାସ ଦାସ ହିଁ ତାଙ୍କର ମା ରାନୁ ମଣ୍ଡଳ ଙ୍କର ଭିଡ଼ିଓ ଭାଇରଲ କରି ଥିଲେ । ଏବେ ସେ ଦୁହେଁ ମା ଙ୍କର ବାହାର କାମ କାର୍ଯ୍ୟ ସମ୍ଭାଳୁଛନ୍ତି । ଅଭିଯୋଗ ଏହାକି ତାଙ୍କୁ ସେ ଦୁହେଁ ତାଙ୍କର ମା ସହିତ ଦେଖା କରିବାକୁ ଦେଉ ନାହାନ୍ତି କି ଫୋନରେ ବି କଥା ହେବାକୁ ଦେଉ ନାହାନ୍ତି । କ୍ଳବର ଅନ୍ୟ ସାଥି ମାନେ ବି ତାଙ୍କର ସାଙ୍ଗ ଦେଉ ନାହାନ୍ତି । ଯଦି ମୁଁ କୌଣସି ପାଦ ଉଠେଇବି ତୋ ଏହାର ଖରାପ ପ୍ରଭାବ ମୋ ମା ରାନୁ ମଣ୍ଡଳଙ୍କ ଉପରେ ପଡିବ ଆଉ ନିଜର କାମ ଉପରେ ଫୋକସ କରି ପାରିବେ ନାହିଁ ଆଉ ଚିନ୍ତାରେ ବି ପଡିବେ । ମୋ ମା ଏବେ ମାନସିକ ଭାବରେ ସମ୍ପୂର୍ଣ୍ଣ ଠିକ ନାହାନ୍ତି ଆଉ ମିଡ଼ିଆ ବି ତାଙ୍କୁ କଥା କହିବାର ଚାପ ସୃଷ୍ଟି କରୁଛନ୍ତି ।
ଏଲିଜାବେଥ ତପନ ଆଉ ଅତୀନ୍ଦ୍ର ଉପରେ ଦୋଷାରୋପ କରି କହିଛନ୍ତି ଯେ ସେମାନେ ଦୁହେଁ ମା ଙ୍କ ସାଥିରେ ରହିବାର ନାଟକ କରୁଛନ୍ତି , ପ୍ରକୃତରେ କ୍ଳବର ଲୋକମାନେ ମୋ ମା ଙ୍କର ପଇସାର ଦୁରୂପଯୋଗ କରିବାରେ ଲାଗିଛନ୍ତି । ଦୁହେଁ ପରିବାର ଓ କାମ ଛାଡି ମୋ ମା ଙ୍କ ସାଥିରେ ମୁମ୍ବାଇ ଯାଆନ୍ତି , କିନ୍ତୁ ମୋତେ ତାଙ୍କ ସହିତ ମୁମ୍ବାଇ ଯିବାକୁ ଦିଆ ଯାଉ ନାହିଁ । ମା ଙ୍କର ଘରକୁ ଯିବା ପରେ ମୋତେ ତପନ ର ସତ୍ୟତା ଜଣା ପଡିଲା। ସେ ଏସବୁ ପାଇଁ ମା ଙ୍କ ଠାରୁ ପଇସା ନେଉ ଥାଏ । ସେ ମା ଙ୍କ ଖାତାରୁ 10 ହଜାର ଟଙ୍କା ନେଲେ ଆଉ ସେଥିରେ କେବଳ ଗୋଟେ ସୁଟ କେସ ଓ ଏକ ଯୋଡା କପଡା କିଣି ଦେଇଛନ୍ତି । ମୁଁ ତାଙ୍କୁ ଆଦୌ ଭରସା କରୁ ନାହିଁ । ମୁଁ ମୋ ମା ରାନୁଙ୍କ ପାଖରେ ରହିବାକୁ ଚାହେଁ ବା ତାଙ୍କୁ ମୋ ପାଖରେ ରଖିବାକୁ ଚାହେଁ ।