ରିଟାୟରମେଣ୍ଟ ପରେ ସ୍କୁଲରୁ ଘରକୁ ଯିବା ପାଇଁ ଶିକ୍ଷକ ବୁକ କରିଲେ ହେଲିକପ୍ଟର , 3.70 ଲକ୍ଷ ଟଙ୍କା ଖର୍ଚ୍ଚ କଲେ

ବିଶେଷ

ଜୀବନରେ କିଛି ଦିନକୁ ଲୋକେ ସ୍ମରଣୀୟ କରିବା ପାଇଁ ବହୁତ ଚେଷ୍ଟା କରି ଥାନ୍ତି । କଥା ବିବାହର ହେଉ ବା ରିଟାୟରମେଣ୍ଟର ବା ଅନ୍ୟ କିଛି ଖାସ ଦିନ ହେଉ । ସେଇ ଦିନ ବିଶେଷ କୁ ସବୁ ଦିନ ପାଇଁ ମନେ ରଖିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । କିଛି ଏମିତି ଇଚ୍ଛା ରାଜସ୍ଥାନ ର ଜଣେ ଶିକ୍ଷକ ପୁରା କରିବାକୁ ଯାଉଛନ୍ତି । ଏଥିପାଇଁ ତାଙ୍କୁ ୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି ।

କଥା ଏହା ଯେ, ସେ ଶିକ୍ଷକ ଜଣକ ରିଟାୟରମେଣ୍ଟ ପରେ ସ୍କୁଲ ରୁ ନିଜ ଘର ଯାଏଁ ହେଲିକପ୍ଟର ରେ ବସି ଯିବେ ।ଏଥିପାଇଁ ହେଲିକ୍ୟାପ୍ଟର ବୁକ କରିଛନ୍ତି । ରାଜସ୍ଥାନ ର ଅଲବର ଜିଲ୍ଲାର ଲକ୍ଷ୍ମଣଗଢ଼ ର ମଲାବଲି ଗାଁ ନିବାସୀ ଶିକ୍ଷକ ରମେଶ ଚନ୍ଦ୍ର ମିଣା ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୌରାଇ ରେ ସାମାଜିକ ବିଜ୍ଞାନ ରେ ବରିଷ୍ଠ ଅଧ୍ୟାପକ ଭାବରେ ନିଯୁକ୍ତ ଅଛନ୍ତି । 31 ଅଗଷ୍ଟ 2019 କୁ ଶିକ୍ଷକ ରମେଶ ଚନ୍ଦ ମିଣା ସରକାରୀ ଚାକିରୀ ରୁ ରିଟାୟର ହେଉଛନ୍ତି।

ରାଜସ୍ଥାନ ର ପ୍ରଥମ ମାମଲା:-
ସୌରାଇ ର ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରୁ ଶିକ୍ଷକ ରମେଶ ଚନ୍ଦ ମିଣା ଙ୍କର ଘର 22 କିଲୋମିଟର ଦୂର ଅଟେ । 3.70 ଲକ୍ଷ ଟଙ୍କା ରେ ରମେଶ ଚନ୍ଦ ହେଲିକ୍ୟାପ୍ଟର ବୁକ କରିଛନ୍ତି । ଶନିବାର ଦିନ ଦ୍ଵିପହରେ ରିଟାୟର ହେଲା ପରେ ହେଲିକେପ୍ଟର ରେ ବସି ଘରକୁ ଯିବେ । ରାଜସ୍ଥାନ ର ଏହା ପ୍ରଥମ ମାମଲା ହେବ ଯାହାକି ଜଣେ ଶିକ୍ଷକ ରିଟାୟରମେଣ୍ଟ ପରେ ହେଲିକେପ୍ଟର ରେ ବସି ଘରକୁ ଯାଇଛନ୍ତି ।

ସ୍ତ୍ରୀଙ୍କୁ ବି ହେଲିକପ୍ଟର ରେ ବସେଇବେ:-

ଶିକ୍ଷକ ରମେଶ ଚନ୍ଦ ମିଣା ଏକ ଘୋରେଇ କମ୍ପାନୀ ରୁ ହେଲିକପ୍ଟର ମଗେଇବା ସହିତ ସେ ଜିଲ୍ଲାର କଲେକ୍ଟର, ଶିକ୍ଷା ବିଭାଗ ସହିତ ସବୁ ଜରୁରୀ ବିଭାଗ ଠାରୁ ଏଥିପାଇଁ ଅନୁମତି ନେଇଛନ୍ତି । ଏହା ସହିତ ଶିକ୍ଷକ ରମେଶ ଚନ୍ଦ ମିଣା ଙ୍କର ଏହା ବି ଇଚ୍ଛା ଯେ ସେ ତାଙ୍କର ସ୍ତ୍ରୀ ସହିତ ହେଲିକପ୍ଟର ରେ ବସି ଘରକୁ ଯିବେ । ତାଙ୍କର ରିଟାୟରମେଣ୍ଟ ମୌକାରେ ସ୍ତ୍ରୀ ପ୍ରଥମ ଥର ପାଇଁ ହେଲିକପ୍ଟର ରେ ବସିବେ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.