ଶନିବାର ଦିନ ଏହି ୫ଟି ଜିନିଷର ବ୍ୟବହାର ଦ୍ୱାରା ,ଶନି ଦେବ ରାଗିଯାନ୍ତି,ଏବଂ ଆପଣ ଅସୁବିଧାରେ ପଡ଼ିଥାନ୍ତି।

ଜୀବନଚର୍ଯ୍ୟା

ଶନିବାର ଦିନ ନ୍ୟାୟର ଦେବତା ମାନା ଯାଉଥିବା ଶନି ଦେବତାଙ୍କ ଦିନ ଅଟେ।ଏହି ଦିନରେ ସବୁ ଲୋକ ଶନି ଦେବତାଙ୍କୁ ପ୍ରସନ୍ନ କିରିବା ପାଇଁ ପୂଜା ଅର୍ଚ୍ଚନା କରନ୍ତି।ଏହା ଛଡା ବହୁତ ଗୁଡ଼ାଏ ଉପାୟ ପ୍ରୟାସ କରନ୍ତି ଯାହା ଦ୍ୱାରା ସେମାନେ ଶନି ଦେବତାଙ୍କ କୃପା ପ୍ରାପ୍ତ କରିପାରିବେ।ଯଦି ଶନି ଦେବତା କାହା ଉପରେ ରାଗିଯାନ୍ତି ତାହା ହେଲା ତା ଜୀବନରେ କେବଳ ଦୁଃଖର ଲାହରି ଖେଳି ଯାଏ।ଲୋକ ଯେତେ ବି ଚେଷ୍ଟା କରନ୍ତୁ ନା କାହିଁକି ତା ଜୀବନରେ ସେ ବହୁତ ଅସୁବିଧା ଦେଖାଦିଏ।କୌଣସି ବି କାର୍ଯ୍ୟ ଠିକରେ ହେବ ନାହିଁ।ଯଦି ଶନି କାହା ଉପରେ ପ୍ରସନ୍ନ ହୋଇଯାଆନ୍ତି ସେହି ବ୍ୟକ୍ତିର ଜୀବନ ପୁରା ବଦଳି ଯାଏ।ବ୍ୟକ୍ତିର କମ ପରିଶ୍ରମରେ ସେ ଜୀବନରେ ସଫଳ ପ୍ରାପ୍ତ କରିଦିଏ।

ଶନି ଦେବଙ୍କୁ କର୍ମର ଫଳଦାତା ବୋଲି କୁହାଯାଏ।ଭଲ କାମ କରୁଥିବା ଲୋକଙ୍କ ଉପରେ ଶନି ଦେବ ସର୍ବଦା ତାଙ୍କ କୃପା ଦୃଷ୍ଟି ରଖନ୍ତି,ଏବଂ ତାଙ୍କୁ ଶୁଭ ଫଳ ଦିଅନ୍ତି।କିନ୍ତୁ ଖରାପ କାମ କରୁଥିବା ଲୋକଙ୍କୁ ଶନି ଦେବଙ୍କ କ୍ରୋପ ର ସମ୍ନା କରିବାକୁ ପଡିଥାଏ।ଶନିବାର ଦିନକୁ ବହୁତ ମହତ୍ତ୍ୱ ମାନା ଯାଏ ,ଶନିବାର ଦିନ କିଛି ଜିନିଷ ଏମିତି ବି ଥାଏ ଯାହାକୁ ଭୁଲରେ ମଧ୍ୟ ସେବନ କରନ୍ତୁ ନାହିଁ,କାହିଁକି ନା ଏହି ଜିନିଷ ଖାଇବା ଦ୍ୱାରା ଶନି ଦେବଙ୍କ ରିସାର ସମ୍ନା କରିବାକୁ ପଡିବ।ତେଣୁ ଆପଣ ଶନିବାର ଦିନ ଏହି ସବୁ ଜିନିଷର ସେବନ କରନ୍ତୁ ନାହିଁ।

ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ସବୁ ଜିନିଷର ସେବନ କରିବା ଅନୁଚିତ।

ମସୁର ଡାଲି:-

ଆପଣ ଶନି ବାର ଦିନ ମସୁର ଡାଲି ଖାଇବାରୁ ବଞ୍ଚନ୍ତୁ,ମସୁର ଡାଲି ମଙ୍ଗଳ ଗ୍ରହକୁ ପ୍ରଭାବିତ କରେ।ଯାହା ଶନିଙ୍କ କ୍ରୁର ଦୃଷ୍ଟିକୁ ବଢାଇବାରେ କାର୍ଯ୍ୟ କରେ ଯାଡି ଆପଣ ଶନି ବାର ଦିନ ମସୁର ଡାଲି ଖାନ୍ତି ତାହାହେଲେ ଏହା ଦ୍ୱରା ଶନିଙ୍କ ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିବ।ଆପଣ ଶନିବାର ଦିନ ମୁଗ କିମ୍ବା ଚଣା ଖାଇ ପାରନ୍ତି।

ମଦ୍ୟ ପାନ କରନ୍ତୁ ନାହିଁ:-

ଯଦି ଆପଣ ଶନିବାର ଦିନ ମଦ୍ୟ ପାନ ଭୁଲରେ ସୁଦ୍ଧା କରନ୍ତୁ ନାହୁଁ,କାହିଁକି ନା ଯଦି ଆପଣଙ୍କ କୁଣ୍ଡଳୀରେ ଶନି ଶୁଭ ସ୍ଥିତିରେ ଅଛନ୍ତି ତାହା ହେଲେ ଆପଣ ଶୁଭ ଫଳ ପ୍ରାପ୍ତି କରିପାରିବେ ନାହିଁ।ଏହା ଛଡା ଦୁର୍ଘଟଣାର ମଧ୍ୟ ସମ୍ଭାବନା ଥାଏ।

କ୍ଷୀର ଏବଂ ଦହୀର ସେବନ କରନ୍ତୁ ନାହିଁ:-

ଶନି ବାର ଦିନ କ୍ଷୀର ଏବଂ ଦହୀର ସେବନକୁ ବର୍ଜିତ କରା ଯାଇଛି।ଯଦି ଆପଣ ଚାହାନ୍ତି ଶନି ବାର ଦିନ କ୍ଷୀର ଦହି ସେବନ କରିବାକୁ ତାହା ହେଲେ ସେଥିରେ ଚିନି ନ ହେଲେ ଗୁଡ଼ ମିଶାଇ ସେବନ କରନ୍ତୁ।

ଆମ୍ବର ଆଚାର ଖାନ୍ତୁ ନାହିଁ:-

ଆପଣ ଶନି ବାର ଦିନ ଆମ୍ବର ଆଚାର ଖାଇବାରୁ ବଞ୍ଚନ୍ତୁ। କାହିଁକି ନା ଆମ୍ବ କଞ୍ଚା ଏବଂ କଷା ହୋଇ ଥାଏ ଯାହା ଶନି ଦେବଙ୍କୁ ପସନ୍ଦ ନାହିଁ।

ଲାଲ ମରିଚ:-

ଆପଣ ଶନି ବାର ଦିନ ଲାଲ ମରିଚ ବ୍ୟବହାର କରିବାରୁ ବଞ୍ଚନ୍ତୁ।କାହିଁକି ନା ଏହା ଦ୍ୱାରା ଶନି ଦେବ ଆପଣଙ୍କ ଉପରେ ରାଗିଯିବେ। ଆପଣ ଏହି ଜାଗାରେ କଞ୍ଚା ଲଙ୍କା ବ୍ୟବହାର କରି ପାରନ୍ତି।

ବନ୍ଧୁଗଣ ଯଦି ଆର୍ଟିକିଲଟି ଭଲ ଲାଗିଲା ତେବେ ଲାଇକ ସେଆର କରିବାକୁ ଭୁଲିବେନି । ଧନ୍ୟବାଦ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.