ଶାସ୍ତ୍ର ଅନୁସାରେ ଏମିତି ବହୁତ କାମ ଅଛି ଯାହାକୁ କି ନିର୍ବସ୍ତ୍ର ହୋଇ କରିବା ଉଚିତ ନୁହେଁ । ଏହାକୁ ଅଶୁଭ ମାନା ଯାଇ ଥାଏ । ତାହେଲେ ଚାଲନ୍ତୁ ଆଜି ଆମେ କହିବୁ ଶାସ୍ତ୍ରରେ ବାରଣ କରି ଥିବା ତିନିଟି କାମ ଯାହାକୁ କି ନଗ୍ନ ହୋଇ ଜମାରୁ କରିବା ଉଚିତ ନୁହେଁ ।
ନଗ୍ନ ହୋଇ ସ୍ନାନ କରନ୍ତୁ ନାହିଁ:-
ବିଷ୍ଣୁ ପୁରାଣର ଦ୍ଵାଦଶ ଅଧ୍ୟାୟରେ କୁହା ଯାଇଛି ଯେ ମହିଳା କିମ୍ବା ପୁରୁଷ କେହିବି ବ୍ୟକ୍ତି କୁ ସମ୍ପୂର୍ଣ୍ଣ ନଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ଯଦି ଆପଣ ସ୍ନାନ କରିବାକୁ ଯାଉଛନ୍ତି ତୋ ଆପଣଙ୍କ ଦେହରେ ଗୋଟେ କପଡା ହେବା ନିହାତି ଆବଶ୍ୟକ ଅଟେ । ଶ୍ରୀକୃଷ୍ଣ ତାଙ୍କର ଲୀଳା ରେ ଗାଧୋଉଥିବା ବେଳେ ଗୋପୀ ମାନଙ୍କର ଚୁରେଇ ଏହା ସନ୍ଦେଶ ଦେଇ ଥିଲେ ଯେ ମନୁଷ୍ୟ କୁ ସ୍ନାନ କରି ଥିବାବେଳେ ନିର୍ବସ୍ତ୍ର ହେବା ଉଚିତ ନୁହେଁ କାହିଁକିନା ଏହା ଦ୍ୱାରା ଜଳର ଦେବତାଙ୍କୁ ଅପମାନିତ ହୋଇ ଥାଏ ।
ନଗ୍ନ ହୋଇ ଶୋଇବା ଉଚିତ ନୁହେଁ :-
ହେଇପାରେ ବିଜ୍ଞାନ ଏହା କହୁଛି ଯେ ନଗ୍ନ ହୋଇ ଶୋଇଲେ ଦେହ ପାଇଁ ବହୁତ ଲାଭଦାୟକ ହୋଇ ଥାଏ କିନ୍ତୁ ଵିଷ୍ଣୁ ପୁରାଣ ଅନୁସାରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ଶୋଇବା ଉଚିତ ନୁହେଁ । ଏମିତି କଲେ ଚନ୍ଦ୍ର ଦେବତାଙ୍କର ଅପମାନ ହୋଇ ଥାଏ । ଏହା ଛଡା ଏହା ବି କୁହା ଯାଇ ଥାଏ ଯେ ରାତ୍ରି ସମୟରେ ପିତୃ ଗଣ ତାଙ୍କର ପରିଜନ ମାନଙ୍କୁ ଦେଖା କରିବା ପାଇଁ ଆସି ଥାନ୍ତି ଆଉ ସେମାନେ ନଗ୍ନ ଦେଖିଲେ ତାଙ୍କୁ ବହୁତ ଦୁଃଖ ହୋଇ ଥାଏ । ଏହା ସହିତ ଏହା ବି କୁହା ଯାଇ ଥାଏ ଯେ ନଗ୍ନ ଶୋଇଲେ ନକରାତ୍ମକ ଶକ୍ତି ମାନେ ଆପଣଙ୍କୁ ତାଙ୍କର ଶିକାର ଶନେଇ ଥାନ୍ତି ।
ନଗ୍ନ ହୋଇ କାହାର ପୂଜା କରନ୍ତୁ ନାହିଁ:-
କିଛି ଲୋକ ନିର୍ବସ୍ତ୍ର ହୋଇ ଦେବୀ – ଦେବତାଙ୍କର ଆରାଧନା କରି ଥାନ୍ତି କିନ୍ତୁ ବିଷ୍ଣୁ ପୁରାଣ ଅନୁସାରେ ପୂଜା ସମୟରେ ନଗ୍ନ ହେବା ବଦଳରେ ବିନା ସିଲେଇ ହୋଇ ଥିବା ବସ୍ତ୍ର ପିନ୍ଧିବା ଉଚିତ । ଏହା ଛଡା ପୂଜା ଓ ଯଜ୍ଞ ସମୟରେ ନଗ୍ନ ହୋଇ ଆଚମନ କରିବା ବିଧିର ବିରୁଦ୍ଧ ହୋଇ ଥାଏ । ଏଥିପାଇଁ ପୂଜା ସମୟରେ ନଗ୍ନ ହେବା ଉଚିତ ନୁହେଁ ।