ଶ୍ରୀ ଗଣେଶଙ୍କର ବିସର୍ଜନ ବିଧି : ପ୍ରଭୁ ଗଣେଶଙ୍କୁ ବିସର୍ଜିତ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଏହି ୭ଟି କାମ , ବର୍ଷସାରା ରହିବ କୃପା

ପର୍ବ ପର୍ବାଣୀ

ଏବେ ସାରା ଦେଶରେ ଗଣେଶ ପୂଜାର ଉତ୍ସବ ଚାଲିଛି । ସମସ୍ତେ ପ୍ରଭୁ ଗଣେଶ ଙ୍କୁ ପ୍ରସନ୍ନ କରିବାରେ ଲାଗିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଗଣେଶ ଚତୁର୍ଥୀ 2 ସେପ୍ଟେମ୍ବର ଦିନ ପଡି ଥିଲା । ଏହି ଦିନ ଭକ୍ତମାନେ ନିଜ ଘରେ , ଅଫିସ ଓ ମହଲରେ ପ୍ରଭୁ ଗଣେଶ ଙ୍କୁ ବିରାଜିତ କରି ଥିଲେ । ସାଧାରଣ ଭାବରେ ପ୍ରଭୁ ଗଣେଶଙ୍କୁ 10 ଦିନ ପୂଜା ହୋଇ ଥାଏ ଓ ତାପରେ ତାଙ୍କୁ ସମ୍ମାନ ପୂର୍ବକ ବିଦା କରା ଯାଇ ଥାଏ । ହଁ କିନ୍ତୁ ଦେଶର କେତେକ ସ୍ଥାନରେ ତୃତୀୟ, ଚତୁର୍ଥ ଓ ସପ୍ତମ ଦିନ ବି ବିସର୍ଜିତ କରି ଦିଅନ୍ତି । ଦଶମ ଦିନ 12 ସେପ୍ଟେମ୍ବର କୁ ପଡୁ ଅଛି । ଆଉ ଏହି ଦିନ ଯଦି ଆପଣ ବି ପ୍ରଭୁ ଗଣେଶ ଙ୍କୁ ବିସର୍ଜିତ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ନିୟମ ଓ ବିଧିର ଜ୍ଞାନ ରହିବା ଜରୁରୀ ଅଟେ । ଯଦି ଆପଣ ସଠିକ ପ୍ରକ୍ରିୟା ରେ ପ୍ରଭୁ ଗଣେଶ ଙ୍କ ବିସର୍ଜିତ କରନ୍ତି ତେବେ ଆପଣଙ୍କୁ ସାରା ବର୍ଷ ଗଣପତି ବୋପ୍ପା ଙ୍କର ଆଶୀର୍ବାଦ ମିଳୁ ଥିବ ।

ଗଣେଶ ବିସର୍ଜନ ବିଧି:-

1) ସର୍ବ ପ୍ରଥମେ ଏକ କାଠ ପଟା ନିଅନ୍ତୁ । ଏହାକୁ ଆପଣ ପାଣିରେ ଗଙ୍ଗା ଜଳ ମିଶେଇ ଭଲ ଭାବରେ ଧୋଇ ନିଅନ୍ତୁ । ଏହା ଦ୍ୱାରା ପଟା ର ମଇଳା ସହିତ ନକରାତ୍ମକ ଶକ୍ତି ବି ସମାପ୍ତ ହୋଇ ଯିବ । ଏବେ ସୌଭାଗ୍ୟ ପାଇଁ ଘରର ମହିଳା ଏହି ପଟା ଉପରେ ସ୍ବାସ୍ତିକ ର ଚିହ୍ନ କଟାନ୍ତୁ ।

2) ଏହି ପଟା ଉପରେ ଚାଉଳ ରଖନ୍ତୁ ଆଉ ତା ଉପରେ ହଳଦିଆ, ଗୋଲାପୀ କିମ୍ବା ଲାଲ ରଙ୍ଗର କପଡ଼ା ବିଛାନ୍ତୁ । ଏହା ପରେ ଗଣେଶ ଜି ଙ୍କୁ ଅତି ସାବଧାନତା ର ସହିତ ତାଙ୍କ ଆସନରୁ ଉଠାଇ ଏଥିରେ ବିରାଜିତ କରାନ୍ତୁ ।

3) ଏବେ ଏହି ପଟା ଉପରେ ଫୁଲ , ଫଳ ଓ ମୋଦକ ଇତ୍ୟାଦି ରଖନ୍ତୁ ।

4) ମନେ ରଖିବେ ପ୍ରଭୁ ଗଣେଶ ଙ୍କୁ ବିଦାୟ ଦେବା ପୂର୍ବରୁ ଶେଷ ଥର ପାଇଁ ତାଙ୍କର ଆରତୀ ନିଶ୍ଚିତ କରିବେ । ଆରତୀ ପରେ ଭୋଗ ବି ଲଗେଇବେ ତଥା ତାଙ୍କୁ ବସ୍ତ୍ର ପରିଧାନ ବି କରିବେ ।

5) ଗୋଟେ ରେଶମୀ କପଡା ଭିତରେ ମୋଦକ , ପଇସା, ଦୁବ ଘାସ ଓ ସୁପାରୀ ବାନ୍ଧି ଗୋଟେ ପୁଟଳି କରି ଦିଅନ୍ତୁ । ଏହି ପୋଟଳି କୁ ଆପଣ ଗଣେଶ ଭଗବାନ ଙ୍କ ସହିତ ବାନ୍ଧି ଦେବେ ।

6) ଏବେ ହାତ ଯୋଡି ଭଗବାନ ଙ୍କୁ ପ୍ରାର୍ଥନା କରନ୍ତୁ ଆଉ ହୋଇ ଯାଇ ଥିବା ଭୁଲ କୁ କ୍ଷମା କରିଦେବା ପାଇଁ ବିନତି କରନ୍ତୁ ଏବଂ ଏହା ପରେ ଗଣପତି ବପ୍ପା ମୋରିଆ ର ନାରା ବି ଲଗାନ୍ତୁ ।

7) ଶେଷରେ ସମ୍ପୂର୍ଣ୍ଣ ସମ୍ମାନ ଓ ଶ୍ରଦ୍ଧାର ଭାବନା ସହିତ ଗଣେଶ ପ୍ରଭୁଙ୍କୁ ପାଣିରେ ବିସର୍ଜନ କରି ଦିଅନ୍ତୁ ।

ଗଣେଶ ବିସର୍ଜନ ମୁହୁର୍ତ୍ତ:-
ସକାଳ :- 06:16 ରୁ 07:48 ଯାଏଁ

ଦ୍ଵିତୀୟ ମୁହୁର୍ତ୍ତ – 10:51 ରୁ 3:27 ଯାଏଁ
ଦ୍ବୀପହର ମୁହୁର୍ତ୍ତ- 04:59 ରୁ 06:30 ଯାଏଁ

ସନ୍ଧ୍ୟା ମୁହୁର୍ତ୍ତ- 6:30 ରୁ 9:27

ରାତ୍ରି ମୁହୁର୍ତ୍ତ – 12:23 AM ରୁ 01:52AM
( 13 ସେପ୍ଟେମ୍ବର)

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.