ସଫ୍ଟୱେର ଇଞ୍ଜିନିୟର ଫାଶୀ ଲଗେଇ ଆତ୍ମହତ୍ୟା କଲେ, ସୁଇସାଇଡ଼ ନୋଟରେ ଲେଖିଲେ- ସ୍ତ୍ରୀ କରୁ ଥିଲା ସନ୍ଦେହ

କ୍ରାଇମ

ନ୍ୟୁ ଅଶୋକ ନଗର ଅଞ୍ଚଳରେ ବିପ୍ରୋ କମ୍ପାନୀ ର ଜଣେ ସଫ୍ଟୱେର ଇଞ୍ଜିନିୟର ଫାଶୀ ଲଗେଇ ଆତ୍ମହତ୍ୟା କରି ନେଲେ ।ମୃତକର ପରିଚୟ ସନିତ କୁମାର (34) ନାମରେ ହୋଇଛି । ପୋଲିସ କୁ ଗୋଟେ ସୁଇସାଇଡ଼ ନୋଟ ମିଳିଛି , ଯେଉଁଥିରେ ସନିତ ଲେଖିଛନ୍ତି ଯେ ତାଙ୍କର ପତ୍ନୀ ତାଙ୍କ ଅଫିସରେ ଜଣେ ମହିଳା କର୍ମଚାରୀ ଙ୍କ ସହିତ ବନ୍ଧୁତା ଯୋଗୁଁ ତାଙ୍କ ଉପରେ ସନ୍ଦେହ କରୁ ଥିଲେ । ସେଥିରେ ବିରକ୍ତ ହୋଇ ସେ ଏମିତି ପଦକ୍ଷେପ ନେଇ ଥିବା କହିଛନ୍ତି ।ପୋଲିସ ଶବ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠେଇଛନ୍ତି । ସନିତ ର ପିତା ବୋହୁ ଓ ତାଙ୍କ ପୁଅର ଶାଶୁ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛନ୍ତି । ପୋଲିସ ପରିଜନ ଙ୍କ ସହିତ ପଚରାଉଚରା କରି ମାମଲାର ତଦନ୍ତ କରୁଅଛି ।

ପୋଲିସ ଅନୁସାରେ, ମୂଳ ରୂପରେ ଡୁମରୀ , ନାଳନ୍ଦା (ବିହାର) ର ରହୁଥିବା ସନିତ କୁମାର ପାସବାନ ନିଜର ସ୍ତ୍ରୀ ଜ୍ୟୋତି କୁମାରୀ ଓ ପୁଅ ଚିକୁ ସହିତ ନ୍ୟୁ ଅଶୋକ ନଗର ଇଲାକାରେ ରହୁ ଥିଲେ ।

ତାଙ୍କର ପରିବାରରେ ପିତା ଅନୀଲ ପାସବାନ , ମା ଗୀତ ଓ ଦୁଇ ଭାଇ ଜଣେ ଭଉଣୀ ଅଛନ୍ତି । ପିତା ବିହାର ପୋଲିସ ରେ ଏଏସଆଇ ଅଟନ୍ତି । କିନ୍ତୁ ସନିତ କୁମାର 2017 ରୁ ନୋଏଡା ସ୍ଥିତ ବିପ୍ରୋ କମ୍ପାନୀ ରେ ସଫ୍ଟୱେର ଇଞ୍ଜିନିୟର ଥିଲେ ।

ପିତା ଅନୀଲ କହିଛନ୍ତି ଯେ 2014 ରୁ ବିବାହ ପରେ ସନିତ ର ପତ୍ନୀ ଓ ଶାଶୁ ତାକୁ ହଇରାଣ କରୁ ଥିଲେ । ଗତ ତିନି ବର୍ଷ ହେଲା ତାର ବଞ୍ଚିବା ମୁସ୍କିଲ କରି ଦେଉ ଥିଲେ । ରବିବାର ଦିନ ବିଳମ୍ବିତ ରାତ୍ରିରେ ସନିତ ଘରେ ଫାଶୀ ଲଗେଇ ଦେଲେ । ନୋଟରେ ସାନିତ ପତ୍ନୀ ଯୋଗୁଁ ଆତ୍ମହତ୍ୟା କରି ଥିବା କହିବା ସହିତ ନିଜର ମା-ବାପା ଓ ଭାଇ ଭଉଣୀ ଙ୍କୁ କ୍ଷମା ବି ମାଗିଛନ୍ତି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.