ସୁଷମା ସ୍ୱରାଜ ଏଥିପାଇଁ ତାଙ୍କର ଏକ ମାତ୍ର ଝିଅର ନାମ ବାଂସୁରୀ ରଖି ଥିଲେ, ଜୀବନରେ ଏହାର ଖାସ ସ୍ଥାନ ଥିଲା

ବିଶେଷ

ନୂଆଦିଲ୍ଲୀ। ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବେ ଆମ ମାନଙ୍କ ମଧ୍ୟରେ ନାହାନ୍ତି।୬ ଅଗଷ୍ଟ ରାତିରେ ୬୭ ବର୍ଷ ବୟସରେ ସୁଷମା ସ୍ୱରାଜ ସମସ୍ତଙ୍କୁ କଂଦେଇ ଦୁନିଆରୁ ଚାଲିଗଲେ।ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିଲା।ଯାହା ପରେ ତାଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଥିଲା।କିନ୍ତୁ ବହୁତ ଚେଷ୍ଟା ପରେ ମଧ୍ୟ ସେ ବଞ୍ଚି ପାରିଲେ ନାହିଁ ଏବଂ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।୭ ଅଗଷ୍ଟ ରେ ତାଙ୍କର ଅନ୍ତିମ ସଂସ୍କାର କରାଗଲା।ଝିଅ ବାଂସୁରି ସବୁ କ୍ରିୟା ଶେଷ କରିଥିଲେ।ଆପଣ ଏପର୍ଯ୍ୟନ୍ତ ତାଙ୍କ ସହିତ ଜଡ଼ିତ ବହୁତ କଥା ଜାଣିଥିବେ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ସେ ତାଙ୍କର ଝିଅର ନାମ ବାଂସୁରି କଣ ପାଇଁ ଦେଇଥିଲେ।ତେବେ ଆସନ୍ତୁ ଜାଣିବା।

ଭଗବାନ ଶ୍ରୀକୃଷ୍ଣ ଙ୍କୁ ତାଙ୍କର ବଂଶୀ ବହୁତ ପସନ୍ଦ ଥିଲା ଏବଂ ସୁଷମା ଙ୍କୁ ତାଙ୍କ ଝିଅ

ସୁଷମା ସ୍ୱରାଜ ଭଗବାନ ଶ୍ରୀକୃଷ୍ଣ ଙ୍କୁ ବହୁତ ଭଲ ପାଉଥିଲେ।ସେ ଚାଂହୁଥିଲେ ଭଗବାନ ଙ୍କ ପରି ସେ କିଛି ରୂପରେ ନିଜ ଭୂମିକା କରିଛନ୍ତି।ସେ ଏହା ଏପରି କହିଥିଲେ କାରଣ ସେ ଏକ ମା,ଏକ ଝିଅ,ଏକ ସ୍ତ୍ରୀ, ଏକ ରାଜନୀତିଜ୍ଞ ରୂପେ ଜୀବନ ଙ୍କୁ କଟୁଥିଲେ।ଝିଅ ବାଂସୁରି ତାଙ୍କ ଜୀବନରେ ଖାସ ସ୍ଥାନରେ ଥିଲେ ସେଥିପାଇଁ ସେ ତାର ନାମ ବହୁତ ଭାବି ଦେଇଥିଲେ।ଯେଉଁପରି ଭଗବାନ ଶ୍ରୀକୃଷ୍ଣ ଙ୍କୁ ତାଙ୍କର ବଂଶୀ ବହୁତ ପ୍ରିୟ ଥିଲା ସୁଷମା ଙ୍କୁ ତାଙ୍କ ଝିଅ ବହୁତ ପ୍ରିୟ ଥିଲେ।ଏହି କାରଣରୁ ସେ ତାଙ୍କ ଝିଅର ନାମ ବାଂସୁରି ରଖିଥିଲେ।

କଣ କରନ୍ତି ବାଂସୁରି

ବାଂସୁରି ସ୍ୱରାଜ ସୁଷମା ସ୍ୱରାଜ ଙ୍କ ଏକ ମାତ୍ର ଝିଅ।ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ରୁ ଗ୍ରାଜୁଇଟ ପଢିଥିଲେ।ଇନର ଟେମ୍ପଲ ରୁ କାନୁନରେ ବାରିଷ୍ଟର ଡିଗ୍ରୀ ନେବା ପରେ ନିଜ ବାପାଙ୍କ ପରି କ୍ରିମିନାଲ ଓକିଲ ଅଟନ୍ତି।ବାଂସୁରି ମିଡ଼ିଆର ଧ୍ୟାନ ସେହି ସମୟରେ ଆକର୍ଷିତ କରିଥିଲେ ଯେବେ ଏହା ଖୁଲାସା ହୋଇଥିଲା ସୁଷମା ସ୍ୱରାଜ ଙ୍କ ଝିଅ ବାଂସୁରି ସ୍ୱରାଜ IPL ର ପୂର୍ବ କମିଶନର ଲଳିତ ମୋଦି ଙ୍କ ଲିଗଲ ଟିମରେ ସାମିଲ ଥିଲେ।

ବିଜେପି ର ବରିଷ୍ଠ ନେତା ଙ୍କ ରାଜକୀୟ ସମ୍ମାନ ସହିତ ଶେଷ ସଂସ୍କାର କରାଗଲା।ଏହା ମଧ୍ୟରେ ତାଙ୍କ ସ୍ୱାମୀ ସ୍ୱରାଜ କୌଶଳ ଏବଂ ଝିଅ ବାଂସୁରି ସ୍ୱରାଜ ଙ୍କ ଆଖି ଭରି ଯାଇଥିଲା।ସେ ସେଲପୁଟ ଦେଇ ତାଙ୍କ ଶେଷ ବିଦାୟ ଦେଇଥିଲେ।ତାଙ୍କ ଝିଅ ବାଂସୁରି ସ୍ୱରାଜ ଶେଷ ସଂସ୍କାର ରୀତିନୀତି ଅନୁସାରେ ଶେଷ କରିଥିଲେ।ଏହା ମଧ୍ୟରେ ପିଏମ ନରେନ୍ଦ୍ର ମୋଦି,ଲାଲା କୃଷ୍ଣ ଆଡ଼ବାଣି,ଗୃହ ମନ୍ତ୍ରୀ ଅମିତ ସାହ, ରାଜନାଥ ସିଂ,ଲୋକସଭା ଅଧ୍ୟକ୍ଷ ଏବଂ ବିଜେପିର ବହୁ ବରିଷ୍ଠ ନେତା ଶବ ଦାହ ଗୃହରେ ଥିଲେ।ଏହା ଛଡା ସୋନିଆ ଗାନ୍ଧୀ,ଗୁଲାମ ନବୀ ଆଜାଦ,ଆନନ୍ଦ ଶର୍ମା, ରାଜସ୍ଥାନ ର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ,ରାମଦାସ ଅଠାବଲେ ନେତା ଉପସ୍ଥିତ ଥିଲେ।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.