ୱାର୍ଲଡ଼ ରେକର୍ଡ ! 74 ବର୍ଷ ବୟସରେ ଏ ମହିଳା ମାଆ ହେଲେ, ଜନ୍ମ ହେଲେ ଯାଆଁଳା ପିଲା

ବିଶେଷ

କଥାରେ ଅଛି ଯଦି ଭଗବାନ ଦୟା କରିବେ ତେବେ କିଛି ବି ହୋଇ ପାରିବ । ଏମିତି କିଛି ଆନ୍ଧ୍ରପ୍ରଦେଶ ର ଗୁଣ୍ଟୁର ଜିଲ୍ଲାରେ ହୋଇଛି ଯେଉଁଠି ଜଣେ 74 ବର୍ଷୀୟ ମହିଳା ଯାଆଁଳା ପିଲାକୁ ଜନ୍ମ ଦେଇଛନ୍ତି । ଏହି ବୟସରେ ମହିଳା ଜଣକ ଏକ ଘୋରେଇ ହସ୍ପିଟାଲରେ ଦୁଇଟି ପିଲାକୁ ଜନ୍ମ ଦେଇ ଦେଶରେ ଏହି ବୟସରେ ପିଲା ଜନ୍ମ ଦେବାର ନୂଆ ୱାର୍ଲଡ଼ ରେକର୍ଡ ସୃଷ୍ଟି କରିଛନ୍ତି ।

ମହିଳା ୱାଇ ମାଙ୍ଗାୟାମ୍ମା IVF ( କୃତ୍ରିମ ଗର୍ଭ ଧାରଣ ) ର ସାହାରା ନେଇଛନ୍ତି ଆଉ ସେ ଲଗାତାର ଚିକିତ୍ସକ ମାନଙ୍କ ତତ୍ୱାବଧାନରେ ରହିଲେ ତଥା ସେ ସିଜେରୀୟନ ଅପରେସନ ମାଧ୍ୟମରେ ଦୁଇଟି ପିଲାକୁ ଜନ୍ମ ଦେଲେ । ଚିକିତ୍ସକଙ୍କ ଅନୁସାରେ ମା ଏବଂ ଦୁଇ ଜଣ ପିଲା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମହିଳାଙ୍କର ସ୍ୱାମୀ 78 ବର୍ଷୀୟ ୱାଇ ରାଜା ରାୱ ମିଡ଼ିଆକୁ କହିଛନ୍ତି ଯେ ତାଙ୍କର ବିବାହ 22ମାର୍ଚ୍ଚ 1962 କୁ ହେଇ ଥିଲା । ଏତେ ଦିନ ଧରି ତାଙ୍କର କୌଣସି ପିଲା ଛୁଆ ହୋଇ ନ ଥିଲା ଆଉ ଏଥିପାଇଁ ସମ୍ପର୍କୀୟ ବନ୍ଧୁ ବାନ୍ଧବ ମାନଙ୍କର ଟାହି ଟାପୁରା ଶୁଣିବାକୁ ପଡୁ ଥିଲା । ସନ୍ତାନ ନ ହେବା କାରଣରୁ ସେ ତାଙ୍କ ଘରକୁ କୌଣସି ବି ବନ୍ଧୁ ବାନ୍ଧବ ମାନଙ୍କୁ ନିମନ୍ତ୍ରଣ କରି ପାରୁ ନ ଥିଲେ । ସେ ଦୁହେଁ ଆଜି ଯାଏଁ ଗୋଟେ ପିଲା ଜନ୍ମ ହେବ ବୋଲି ଭକ୍ତିରେ ସବୁ ଦେବା ଦେବୀ ମନ୍ଦିରରେ ମାନସିକ ବି କରି ଥିଲେ ।

ରାୱ କହିଛନ୍ତି ଯେ ଶେଷରେ ସେ ଏଠାରେ ଥିବା ଅହଲ୍ୟା ହସ୍ପିଟାଲର ଚିକିତ୍ସକ ମାନଙ୍କର ସଲାହ ନେଲେ ଆଉ ଏବେ 57 ବର୍ଷ ପରେ ପିଲାର ବାପା ମାଆ ହୋଇ ଆମେ ଦୁହେଁ ବହୁତ ଖୁସି ଅଛୁ । ଏହି ଦମ୍ପତି ଦୁହେଁ ପୁର୍ବ ଗୋଦାବରୀ ଜିଲ୍ଲାର ଦ୍ରକସାରାମ୍ମ ଗାଁରେ ରୁହନ୍ତି । ଚିକିତ୍ସକ ମାନେ କହିଛନ୍ତି ଯେ ଦେଶରେ କୌଣସି ବି 74 ବର୍ଷୀୟ ମହିଳାଙ୍କର ଯାଆଁଳା ପିଲା ଜନ୍ମ ଦେବାର ଏହା ପ୍ରଥମ ମାମଲା ଅଟେ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.