15 ବର୍ଷର ନାବାଳକ ସ୍କୁଟି ଚଲାଉ ଥିଲା, ପୋଲିସ ମା-ବାପା ଙ୍କର କାଟିଲେ 42 ହଜାର ଟଙ୍କାର ଚାଲାଣ

ସମାଚାର

ଭାଗଲପୁର :1 ସେପ୍ଟେମ୍ବର ରୁ ଲାଗୁ ହୋଇ ଥିବା ନୂଆ ମଟର ବାହାନ ଅଧିନିୟମ ଆଇନ ଜରିଆରେ ପରିବହନ ବିଭାଗ ସହରରେ ଏବେ ଯାଏଁ ସବୁଠାରୁ ଅଧିକ ଫାଇନ ଵାଲା ଚାଲାଣ କାଟିଛି । ପୋଲିସ ଦ୍ୱାଦଶରେ ପଢୁ ଥିବା ଜଣେ ନାବାଳକ ଛାତ୍ରର ବାପା- ମା ଙ୍କର 42 ହଜାର ଟଙ୍କାର ଚାଲାଣ କାଟିଛି । ସୋମବାର ଦିନ ଦ୍ବୀପହର 12 ଟାରେ କଚେରୀ ଚୌକିରେ ଏମବିଆଇ ବିନୟ ଶଙ୍କର ତିୱ।ରୀ ଚେକିଙ୍ଗ ସମୟରେ ଜିରୋମାଇଲ ର ଚାଣକ୍ୟ ବିହାର କୋଲାନି ର ବାସିନ୍ଦା 15 ବର୍ଷର କିଶୋର ଙ୍କୁ ତାଙ୍କର ଦୁଇ ବନ୍ଧୁ ସହିତ ସ୍କୁଟିରେ ଯାଉ ଥିବା ସମୟରେ ଧରି ଥିଲେ ।

ତାକୁ ଯେତେବେଳେ ଫାଇନ ଜମା କରିବାକୁ କୁହା ଗଲା ତୋ ସେ କଲା ନାହିଁ । କିଶୋର ପାଖରେ ଗାଡିର କାଗଜପତ୍ର ବି ନ ଥିଲା । ଆଉ ତାପରେ ପୋଲିସ 42 ହଜାର ଟଙ୍କାର ଫାଇନ ଲଗେଇଲା , ଯାହାକି କିଶୋର ର ଅଭିଭାବକ ଠାରୁ ନିଆ ଯିବ । ଉଲ୍ଲେଖ ଯୋଗ୍ୟ ଯେ ସ୍କୁଟି ଏହି ବର୍ଷ 28 ଅଗଷ୍ଟ ଦିନ କିଣା ଯାଇ ଥିଲା , ଯାହାର ମୂଲ୍ୟ 56 ହଜାର 127 ଟଙ୍କା ଅଟେ ।

ଏମବିଆଇ ନାବାଳକ କୁ ଫାଇନ ଜମା କରିବାକୁ କହିବାରୁ ସେ କହିଲା ଯେ ତାର ବାପା ଫୋୖଜିରେ ଅଛନ୍ତି । ସେ ହାଇଦ୍ରାବାଦ ରେ ରୁହନ୍ତି । ସେ ଏଠାରେ ଏକୁଟିଆ ରୁହେ । ବିଭାଗ ତାର ସ୍କୁଟି କାଗଜପତ୍ର ସବୁ ଜବତ କରି ନେଇଛି ।ଏମବିଆଇ କହିଛନ୍ତି ଯେ ଛାତ୍ରର ଆଇ କାର୍ଡ ଯାଂଚରେ ଜଣା ପଡିଲା ଯେ ତାର ବୟସ 15 ବର୍ଷ ଅଟେ । ମଟର ଅଧିନିୟମ ଅନୁସାରେ ତାଙ୍କୁ 42 ହଜାର ଟଙ୍କାର ଫାଇନ କରା ଗଲା । ତାର ଅଭିଭାବକ ଯଦି ଗାଡି ରେଜିଷ୍ଟ୍ରେସନ ର କାଗଜପତ୍ର ଦେବେ ତୋ 5 ହଜାର ଟଙ୍କା ଫାଇନ କମ୍ ହୋଇ ଯିବ ।

ଚାଲାଣ ର କାରଣ ଓ ଜୋରିମାନା:-

ନାବାଳକ ହୋଇ ଥିବା ପରେ ବି ଗାଡି ଚଲେଇବା – 25,000 ଟଙ୍କା
ଅନ୍ୟର ଗାଡି ଚଲେଇବା- 5,000 ଟଙ୍କା
ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ – 5, 000 ଟଙ୍କା
RC ନ ଥିବାରୁ – 5,000 ଟଙ୍କା
ହେଲମେଟ ନ ପିନ୍ଧି ଥିବାରୁ – 1,000 ଟଙ୍କା
ଟ୍ରିପଲିଙ୍ଗ – 1,000 ଟଙ୍କା

କିଶୋର କୁ 25 ବର୍ଷ ବୟସ ଯାଏଁ DL ମିଳିବ ନାହିଁ :-

ନୂଆ ନିୟମ ଅନୁଯାୟୀ ନାବାଳକ ଗାଡି ଚଳାଇଲେ 25 ହଜାର ଟଙ୍କା ଫାଇନ ଓ ତିନି ବର୍ଷ ଜେଲ ଦଣ୍ଡ ରହିଛି । ବାହାନ ର ରେଜିଷ୍ଟ୍ରେସନ ରଦ୍ଧ ହୋଇ ପାରେ । ଏହା ଛଡା ଗାଡିର ମାଲିକ ଓ ଅଭିଭାବକ ଙ୍କୁ ଦୋଷୀ ମାନା ଯିବ । ଏହା ସହିତ ସେ ନାବାଳକ କୁ 25 ବର୍ଷ ନ ହେବା ଯାଏଁ ଗାଡି ଚଲେଇବାର ଲାଇସେନ୍ସ ଦିଆ ଯିବ ନାହିଁ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.