ସୁରଟ ଅଗ୍ନିକାଣ୍ଡ : ଲୁହ ଭରା ଆଖିରେ ୧୨ଜଣିଆ ଡାକ୍ତରଙ୍କ ଟିମ ଲଗାତାର ୧୪ ଘଣ୍ଟା ପର୍ଯ୍ୟନ୍ତ କଲେ ପୋଷ୍ଟମଟମ

ସମାଚାର

ଡାକ୍ତର କହିଲେ ପ୍ରଥମ ଥର ପାଇଁ ଏତେ ଶବ ର ଏକାଥରେ କରିଛନ୍ତି ପୋଷ୍ଟମର୍ଟମ।

ସୁରତ : ସୁରତ ରେ ଘଟିଥିବା ମରଣାତ୍ମକ ଘଟଣା ରେଜୀବନ ହରେଇଥିବା ଛୁଆଙ୍କ ଶବର ସମସେର ହସ୍ପିଟାଲରେ ଶୁକ୍ରବାର ରାତି ୧୦ ଟାରେ ପୋଷ୍ଟମର୍ଟମ ଆରମ୍ଭ ହୋଇଛି ଏବଂ ଶନିବାର ଦୁଇପହର ୧୨ ପର୍ଯ୍ୟନ୍ତ ଚାଲିଥିଲା।୧୨ ଡାକ୍ତର ଙ୍କ ସହ ୨୨ ଷ୍ଟାଫ ମିଶି ଲଗାତାର ୧୪ ଘଣ୍ଟା ପର୍ଯ୍ୟନ୍ତ ଶବର ପୋଷ୍ଟମର୍ଟମ କରିଛନ୍ତି।ସମସେର ରେ ପ୍ରଥମ ଥର ପାଇଁ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ପୋଷ୍ଟମର୍ଟମ ଚାଲିଥିଲା।

ପୋଷ୍ଟମର୍ଟମ କରୁଥିବା ସମୟରେ ଡାକ୍ତର ଏବଂ ନର୍ସ ଙ୍କ ଆଖିରୁ ଲୁହ ଭରି ହୋଇ ଯାଉଥିଲା।

ଡାକ୍ତର କହିଲେ ଯେ ପ୍ରଥମ ଥର ପାଇଁ ଏତେ ଶବ ର ଏକାଥରେ ପୋଷ୍ଟମର୍ଟମ କରିଛନ୍ତି।ଡ଼.ପ୍ରଣବ ପ୍ରଜାପତି କହିଛନ୍ତି ଯେ ପୁରା ରାତି ପୋଷ୍ଟମର୍ଟମ ଚାଲିଥିଲା।ସକାଳ କିରଣ ହସ୍ପିଟାଲ ର ୧୭ ବର୍ଷିୟ ଝିଅର ମଧ୍ୟ ମୃତ୍ୟୁ ହୋଇଗଲା।ତାର ମଧ୍ୟ ପୋଷ୍ଟମର୍ଟମ ଦ୍ୟୁପହର ୧୨ ରେ ହୋଇଥିଲା।୧୪ ଘଣ୍ଟା ଧରି ଗୋଟିଏ ପରେ ଗୋଟିଏ ୨୨ ଶବ ର ପୋଷ୍ଟମର୍ଟମ ହୋଇଥିଲା।

ଜଳି ଯାଇଥିଲେ ଡେଇଁ ପଡିଲେ କିନ୍ତୁ ବଞ୍ଚି ପାରିଲେ ନାହିଁ

ଶନିବାର ଦିନ କଡୋଦରା ରୋଡ଼ର ସରଦାର ମାର୍କେଟ ପାଖରେ ଅଢେଇ ବର୍ଷର କରଡ଼ବୀ ବିନୟଭାଇ ସିତାପୁର,ବରାଛା ର ଗୋରବ ପାର୍କ ସୋସାଇଟି ର ୧୭ ବର୍ଷୀୟ ହେପି ଦିପକଭାଇ ପଂଚନୀ ଏବଂ ସରଥାନା ଜକାତନାକା ର ଶିବନତା ପ୍ୟାଲେସ ରେ ରହୁଥିବା ୨୦ ବର୍ଷିୟ ଧ୍ରୁବି ସଞ୍ଜୟଭାଇ ରାଖଡ଼ିଆ ଙ୍କ ମୃତ୍ୟୁ ନେଜି ହସ୍ପିଟାଲରେ ହୋଇ ଯାଇଛି।

ବାପାଙ୍କୁ କଣ ଜଣାଥିଲା ଝିଅ ଆଉ ଫେରିବନି

କଡୋଦରା ରୋଡ଼ର ସରଦାର ମାର୍କେଟ ନିବାସୀ ୨୨ ବର୍ଷୀୟ ଗ୍ରୀସ୍ମା ଗଜେରା ତକ୍ଷସିଳା ସ୍ଥିତ ଡ୍ରଇଂ କ୍ଲାସ କୁ ଯାଉଥିଲେ।ଶୁକ୍ରବାର ଦିନ ତାର ଶେଷ କ୍ଲାସ ଥିଲା।ତାର କହିବା ଅନୁଯାୟୀ ବାପା ତାକୁ ୧ ଘଣ୍ଟା ପାଇଁ ଯିବାକୁ ଦେଇଥିଲେ।ତାଙ୍କୁ କଣ ଜଣା ଥିଲା ଯେ ଗ୍ରୀସ୍ମା ଆଉ କେବେ ଫେରିବନି ବୋଲି।

 

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.