3ଟି ପିଲାର ମାଆ ଫେସବୁକ ଫ୍ରେଣ୍ଡ ସହିତ ହେଲା ଫେରାର, ଏବେ FB ରେ ଆପଡେଟ କରୁଛନ୍ତି ଡିଟେଲ

ବିଶେଷ

ରାତି ୧୦ ଟାରେ ପତ୍ନୀ ଅଚାନକ ଗାୟବ ହୋଇ ଗଲା । ସ୍ୱାମୀ ଭାବିଲେ ଖାଦ୍ୟ ଖାଇ ସାରିବା ପରେ ବାହାରେ ଟିକେ ବୁଲୁ ଥିବେ , କିନ୍ତୁ ସେ ଦୁଇ ଘଣ୍ଟା ଯାଏଁ ନ ଆସିବାରୁ ସ୍ୱାମୀଙ୍କୁ କିଛି ଅଘଟଣ ଘଟିବାର ସନ୍ଦେହ ହେଲା । ସ୍ୱାମୀ ରାତିରେ ସ୍ତ୍ରୀକୁ ଖୋଜିବାରେ ଲାଗିଲା । ଆଉ ତାପରେ ଜଣା ପଡିଲା ଯେ ସେ ତାଙ୍କର ଜଣେ ଫେସବୁକ ଫ୍ରେଣ୍ଡ ସହିତ ପଳେଇଛନ୍ତି ।

ଏହି ମାମଲା ରାଜସ୍ଥାନ ର କରୋଲୀ ର ହିଂଡୋନ ଥାନା ଅଞ୍ଚଳ ର ଅଟେ । ସ୍ୱାମୀର ରିପୋର୍ଟ ପରେ କରୋଲି ପୋଲିସ ମହିଳାର ତଲାସୀ ଆରମ୍ଭ କରି ଦେଇଛନ୍ତି । ପତ୍ନୀ ହଜିବା ପରେ ସ୍ବାମୀ ପ୍ରଥମେ ନିଜ ସ୍ତରରେ ଖୋଜି ଥିଲେ । ସ୍ୱାମୀ ସେଇ ରାତିରେ ଶ୍ୱଶୁର ଘର ଠାରୁ ଆରମ୍ଭ କରି ଅନ୍ୟ ସମ୍ପର୍କୀୟ ଘର ମାନଙ୍କରେ ଖୋଜା ଖୋଜି କଲେ କିଛି ସନ୍ଧାନ ନ ପାଇବାରୁ ସେ ସକାଳୁ ଥାନାକୁ ଯାଇ ତାଙ୍କର ଗାୟବ ହେବାର ଖବର ଦାଖଲ କରି ଥିଲେ ।

ପୋଲିସ ଅନୁସାରେ କରୋଲୀ ର ଜଣେ ତିନିଟି ପିଲାର ମାଆ କିଛି ଦିନ ଆଗରୁ ଫେସବୁକ ରେ ଜଣେ ଯୁବକ ସହିତ ବନ୍ଧୁତା ହୋଇ ଥିଲା । ଦୁଇ ଜଣଙ୍କ ମଧ୍ୟରେ ଫେସବୁକ ରେ ଚାଟିଙ୍ଗ ରେ କଥା ବାର୍ତା ଆରମ୍ଭ ହୋଇ ଗଲା । ଆଉ ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ବଦଳି ଗଲା ଆଉ ମଙ୍ଗଳବାର ଦିନ ରାତିରେ ହଠାତ ଗାୟବ ହୋଇ ଗଲେ । ସ୍ୱାମୀର ଆଶଙ୍କା ଥିଲା ଯେ ତାର ପତ୍ନୀର ସେ ଫେସବୁକ ଫ୍ରେଣ୍ଡ ସହିତ ପ୍ରେମ ଚକ୍କର ଚାଲି ଥିଲା ଆଉ ସେଇ ଯୁବକ ସହିତ ସେ ପଳେଇ ଥିବ ।

ଲୋକେସନ ଆଧାରରେ ତଲାସ ଆରମ୍ଭ ହେଲା:-
କରୋଲି ପୋଲିସ ଅନୁସାରେ, ମହିଳା ଆଉ ତାଙ୍କର ପ୍ରେମୀ ର ତଲାସୀ ଆରମ୍ଭ କରି ଦିଆ ଯାଇଛି । ସ୍ୱାମୀ ସୂଚନା ଦେଇଛନ୍ତି ଯେ ତାଙ୍କର ସ୍ତ୍ରୀ ଫେସବୁକ ରେ ବାରମ୍ବାର ଅପଡେଟ ଦେଉଛନ୍ତି । ଆଉ ସେଥିରେ ଲୋକେସନ ବି ଅପଡେଟ ହେଉଛି । ଲୋକେସନରେ କେବେ ଦିଲ୍ଲୀ ତୋ କେବେ କାନପୁର ଆସୁଛି । ଏହାର ତଲାସ ରେ ମହିଳା ପୋଲିସ ଟିମ ଦିଲ୍ଲୀ ଓ କାନପୁର ପଠା ଯାଇଛି

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.