6 ବର୍ଷର ଝିଅ ପାଇଁ ଦୁଇ ମାଆ ଙ୍କ ମଧ୍ୟରେ “ମମତା” ର ଲଢେଇ, ନ୍ୟାୟାଳୟ ପହଁଚିଲା ମାମଲା

ସମାଚାର

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମ ପୃଷ୍ଠାକୁ ସ୍ୱାଗତ । ସାଙ୍ଗମାନେ ପ୍ରତି ଦିନ ପରି ଆଜିବି ଏକ ନୂଆ ଖବର ନେଇ ଆସିଛୁ । ଆଜିର ଏହି ଖବର ଦୁଇ ମା ଙ୍କର ମମତା କୁ ନେଇ ଅଟେ । ଗୋଟେ 6 ବର୍ଷର ଝିଅକୁ ଦୁଇ ଜଣ ମା ପାଇବା ପାଇଁ ଚାହିଁଛନ୍ତି ଆଉ ଏହି ମାମଲା ଏବେ ନ୍ୟାୟାଳୟ ରେ ପହଞ୍ଚିଛି । ସମ୍ପୂର୍ଣ୍ଣ ଘଟଣା ଟି କଣ ଚାଲନ୍ତୁ ଆଗକୁ ବିସ୍ତାର ଭାବରେ ଜାଣିବା ।

ମେନପୁରୀ ରେ ତିନି ମାସ ପୂର୍ବେ ଗୋଟେ ଝିଅ ପିଲାକୁ ଦେଇ ଦେବା ପରେ ପୁଣି ଫେରେଇ ନେବାର ମାମଲା ଏବେ ବାଳ ନ୍ୟାୟାଳୟ ଯାଏଁ ପହଞ୍ଚିଛି । ପୋଲିସକୁ5 ଦିନରେ ଦୁଇ ପକ୍ଷ ଙ୍କୁ କୋର୍ଟକୁ ଆଣିବା ପାଇଁ ଆଦେଶ ଦିଆ ଯାଇଛି । ଏହି ଆଦେଶ ପୀଡିତ ଦମ୍ପତି ଙ୍କ ତରଫରୁ ଅଭିଯୋଗ ଦେବା ପରେ ଦିଆ ଯାଇଛି । ଭୋଗାଁବ ତହସିଲର କୁସୁମା ଖେଡା ନିବାସୀ ପ୍ରଦୀପ ଚୌହାନ ଆଉ ତାଙ୍କର ସ୍ତ୍ରୀ ବନ୍ଦନା ଚୌହାନ ବର୍ତ୍ତମାନ ଦିଲ୍ଲୀ ର କୁନ୍ଦନ ନଗରରେ ରୁହନ୍ତି । ସନ୍ତାନ ନ ହେବା କାରଣରୁ ସେ ଖୀରଦ ପୁର ନିବାସୀ ସଞ୍ଜୟ ସିଂହ ଙ୍କର 6 ବର୍ଷୀୟ ଝିଅ ଦିୟା ଓରଫ ବୈଷ୍ଣବୀ ଙ୍କୁ 21 ମଇ 2019 ରେ ପୋଷ୍ୟ କନ୍ୟା କରି ନେଇ ଥିଲେ । ନିବନ୍ଧନ କାର୍ଯ୍ୟାଳୟ ରେ ବି ତାଙ୍କର କାଗଜପତ୍ର ସବୁ କରା ଯାଇ ଥିଲା ।

ଦମ୍ପତି 16 ସେପ୍ଟେମ୍ବର ଦିନ ବୈଷ୍ଣବୀ ଙ୍କୁ ନେଇ ଦିଲ୍ଲୀ ରୁ ଖୀରଦପୁର ଗାଁକୁ ଆସି ଥିଲେ । ଏଠାରେ ପହଁଚିଲା ପରେ ସଞ୍ଜୟ ଓ ତାଙ୍କର ପତ୍ନୀ ଅନୁପମ ପିଲାଟିକୁ ନିଜ ପାଖରେ ରଖିଲେ । ଯେତେବେଳେ ପ୍ରଦୀପ ନେବାକୁ ଆସିଲେ ତୋ ସେମାନେ ସଫା ସଫା ଦେବେ ନାହିଁ ବୋଲି ମନା କରି ଦେଲେ । ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ଥିବା ଦମ୍ପତି ତାଙ୍କୁ 10 ଲକ୍ଷ ଟଙ୍କା ମାଗା ଯିବାର ଅଭିଯୋଗ କରିଛନ୍ତି । ପୋଲିସ ଠାରେ ଅଭିଯୋଗ କଲେ କିନ୍ତୁ କୌଣସି ଫଳାଫଳ ବାହାରିଲା ନାହିଁ । ଏହା ପରେ ପିଡ଼ିତା ବାଳ କଲ୍ୟାଣ ସମିତି / ନ୍ୟାୟାଳୟ ପହଁଚିଲେ । ନ୍ୟାୟାଳୟ ଇନ୍ସପେକ୍ଟର ପିଆର ଶର୍ମା ଙ୍କୁ 5 ଦିନରେ ଦୁଇ ପକ୍ଷଙ୍କୁ ନ୍ୟାୟାଳୟକୁ ନେଇ ଆସିବା ପାଇଁ ଆଦେଶ ଦେଇଛନ୍ତି ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.