ଏଇମାନେ ହେଉଛନ୍ତି ବଲିଉଡର ୫ ଜଣ ସୁନ୍ଦରୀ ଅଭିନେତ୍ରୀ , ଯେଉଁମାନେ ବୁଢା ବୟସରେ ବିବାହ କରିଛନ୍ତି

ବିଶେଷ

ବଲିଉଡ ଦୁନିଆର ସବୁଠାରୁ ସୁନ୍ଦର ଯୋଡି ଦୀପିକା ଓ ରଣବିର ଙ୍କର ବିବାହକୁ ୧ ବର୍ଷ ପୁରା ହୋଇ ଯାଇଛି । ବହୁତ ଜଳଦି ପ୍ରିୟଙ୍କା ଚୋପ୍ରା ଓ ନିକି ଜୋନ୍ସଙ୍କର ବିବାହକୁ ୧ ବର୍ଷ ପୁରା ହେବାକୁ ଯାଉଛି । ଏମିତିରେ ଆଜି ଆମେ ଆପଣଙ୍କୁ ବଲିଉଡର ସେଇ ଅଭିନେତ୍ରୀ ମାନଙ୍କ ବିଷୟରେ ବତେଇବୁ ଯେଉଁମାନେ କି 40 ବର୍ଷ ପରେ ବିବାହ କରିଛନ୍ତି । ଆଉ ଏମାନଙ୍କ ମଧ୍ୟରେ ଜଣେ ଏମିତି ବି ଅଭିନେତ୍ରୀ ଅଛନ୍ତି ଯିଏକି ତାଙ୍କର ୬୦ ବର୍ଷ ପରେ ହିଁ ବିବାହ କରିଛନ୍ତି । ଆଉ ଏବେ ସେ ତାଙ୍କର ସ୍ୱାମୀଙ୍କ ସହିତ ବହୁତ ଖୁସିରେ ଅଛନ୍ତି ।

ବିଗତ ଦିନର ପ୍ରସିଦ୍ଧ ଅବିନେତ୍ରୀ ଉର୍ମିଳାଙ୍କର ଜନ୍ମ ୪ ଫେବୃଆରୀ 1974 କୁ ହୋଇ ଥିଲା । ଏବେ ସେ 43 ବର୍ଷୀୟ ହୋଇ ସାରିଛନ୍ତି । ଉର୍ମିଳା ବହୁତ ଗୁଡିଏ ସୁପରହିଟ ଫ୍ଲିମରେ କାମ କରିଛନ୍ତି । ସେ 42 ବର୍ଷ ବୟସରେ ବିଜନେସ ମ୍ୟାନ ଓ ମୋହସିନ ଅଖତାରଙ୍କୁ ବିବାହ କରି ନେଲେ । ନିକଟରେ ସେ ଲୋକସଭା ନିର୍ବାଚନରେ ବି ଛିଡା ହୋଇ ଥିଲେ ।

ବଲିଉଡ ଦୁନିଆର ଡିମ୍ପଲ ଗାର୍ଲ ଭାବରେ ପରିଚିତ ପ୍ରୀତି ଜିନଟା ବଲିଉଡର ବହୁତ ଗୁଡିଏ ସୁପରହିଟ ଫିଲ୍ମରେ କାମ କରି ସାରିଛନ୍ତି । ଏହା ସହିତ ସେ ଆଇପିଏଲରେ ଗୋଟେ ଦଳ କିଣି ରଖିଛନ୍ତି । ପ୍ରୀତି ଆମେରିକାର ଜିନଙ୍କୁ ଚୁପଚାପ ଭାବରେ ବିବାହ କରି ସାରିଛନ୍ତି ।

ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ଖାସ ଜାଗା ବନେଇ ପାରି ଥିବା ଅଭିନେତ୍ରୀ ନିନା ଗୁପ୍ତା ୱେଷ୍ଟଇଣ୍ଡିଜର ଭିଭିୟାନ ରିଚାର୍ଡ୍ସଙ୍କ ସହିତ ବହୁତ ଡେଟ କରି ଥିଲେ । କିନ୍ତୁ ନିନା ତାଙ୍କୁ ବିବାହ କରି ନ ଥିଲେ ପରେ ତାଙ୍କ ପିଲାର ମାଆ ବି ହୋଇ ଗଲେ , ତାହା ବି ବିନା ବିବାହ କରି ଆଉ ତାପରେ ସେ 2008 ରେ ବିବେକ ମେହେରାଙ୍କୁ ନିଜର 54 ବର୍ଷ ବୟସରେ ବିବାହ କରି ଥିଲେ ।

ବଲିଉଡର ଜଣା ଶୁଣା ଅଭିନେତ୍ରୀ ସୁହାଗିନୀ ବହୁତ ଗୁଡିଏ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ସେ କେବେବି ଲିଡ଼ ରୋଲରେ ଆସି ନ ଥିଲେ । ବହୁତ ଗୁଡିଏ ଫିଲ୍ମରେ ସେ ବହୁତ ବଢିଆ କାମ କରିଛନ୍ତି । 2009 ଯାଏଁ ସେ ରିଲେସନସିପରେ ଥିଲେ ଆଉ ତାପରେ ତାଙ୍କର ହୃଦୟ ଭାଙ୍ଗି ଗଲା । ଏହା ପରେ ସେ 2011 ରେ ଅତୁଲଙ୍କୁ ବିବାହ କଲେ ଆଉ ସେତେବେଳକୁ ତାଙ୍କର ବୟସ 60 ବର୍ଷ ଥିଲା ।

Leave a Reply

Your email address will not be published. Required fields are marked *