ଝିଅମାନଙ୍କର ଡ୍ରେସର ବୋତାମ ସବୁବେଳେ ବାମପାର୍ଶ୍ୱରେ କାହିଁକି ଥାଏ ।

ଜୀବନଚର୍ଯ୍ୟା

ଝିଅମାନଙ୍କର ଡ୍ରେସର ବୋତାମ ସବୁବେଳେ ବାମପାର୍ଶ୍ୱରେ କାହିଁକି ଥାଏ ।

ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବୁ ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।ଆଜିର ସମୟରେ ଉଭୟ ପୁଅ ଏବଂ ଝିଅ ସାର୍ଟ ପିନ୍ଧନ୍ତି ଦୁଃହୀଙ୍କ ସାର୍ଟ ଏକା ପରି ମଧ୍ୟ ।କିନ୍ତୁ କଣ ଆପଣ ଜାଣିଛନ୍ତି କି ମହିଳାଙ୍କ ସାର୍ଟ ର ବୋତାମ ବାମପାଶ୍ୱରେ ଥାଏ ।ଯେଉଁଠି କି ପୁରୁଷମାନଙ୍କର ସାର୍ଟ ର ବୋତାମ ଡାହାଣ ପାଶ୍ୱର୍ରେ ଥାଏ।କିନ୍ତୁ ଆପଣ କେବେ ଭାବିଛନ୍ତିକି ଝିଅମାଆଙ୍କର ସାର୍ଟ ର ବୋତାମ କାହିଁକି ବାମପାଶ୍ୱରେ ଥାଏ। ଯଦି ଆପଣ ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଏପରି କାହିଁକି ହୁଏ ।ଏଇତିହାସିକ ମାନଙ୍କ ମତରେ ମହିଲାମାନଙ୍କ ସାର୍ଟ ର ବୋତାମ ବାମପାଶ୍ୱରେ ଥାଏ କାରଣ ଏହାର ଆଦେଶ ନେପୋଲିଅନ ବୋନପାର୍ଟ ଦେଇଥିଲେ।କାରଣ ନେପୋଲିଅନ ନିଜର ବାମ ହାତ ସାର୍ଟ ରେ ରଖୁଥିଲେ ।ଏବଂ ମହିଳା ମାନେ ତାଙ୍କୁ ଦେଖି ତାଙ୍କର ମଜାକ ଉଡାୁଉଥିଲେ। ଯେତେବେଳେ ଏ କଥା ନେପୋଲିଅନ ଜାଣିଲେ ସେତେବେଳେ ସେ ମହିଳା ମାନଙ୍କୁ ରୋକିବା ପାଇଁ ନିଜର ବମାପର୍ଶ୍ୱ ରେ ବୋତାମ ଲାଗେଇବାକୁ ଆଦେଶ ଦେଲେ।

ଏପରିକି ଏହାର ପଛରେ ବହୁତ କିଛି କଥା ଅଛି କିନ୍ତୁ ବହୁ ପୂର୍ବ ର ପରମ୍ପରା ଅନୁସାରେ ପ୍ରଥମେ ପୁରୁଷ ନିଜର ସାର୍ଟ ନିଜେ ପିନ୍ଧୁଥିଲେ କିନ୍ତୁ ମହିଳା ମାନଙ୍କୁ ଅନ୍ୟ ମନେ ପୋଷକ ପିନ୍ଧାଇ ଦେଉଥିଲେ।ଏବଂ ବହୁତ ଲୋକ ନିଜ ଡାହାଣ ହାତ ରେ କାର୍ଯ୍ୟ କରୁଥିଲେ ଏହି କାରଣ ପାଇଁ ପୁରୁଷ ମାନଙ୍କର ସାର୍ଟ ର ବୋତାମ ଡାହାଣ ପାଶ୍ୱର୍ରେ ଏବଂ ମହିଳା ମାନଙ୍କ ର ବାମ ପାଶ୍ୱର୍ରେ ରେ ରହିଥାଏ।କାରଣ ମହିଳା ମାନଙ୍କୁ ଅନ୍ୟ ମହିଳା ମାନେ କପଡା ପିନ୍ଧାଇ ଦେଉଥିଲେ।ଯେଉଁ କାରଣରୁ ବୋତାମ ଖୋଲିବା ଏବଂ ବନ୍ଦ କରିବା ରେ ସୁବିଧା ହେଉଥିଲା।

ଏହାକୁ ଛାଡି ଅନ୍ୟ ଏକ ତଥ୍ୟ ଅଛି କି ଯେଉଁ ମହିଳା ମାନେ ଡାହାଣ ହାତ ବ୍ୟବହାର କରନ୍ତି ସେମାନେ ନିଜର ପିଲାମାଙ୍କୁ କ୍ଷୀର ପିଆଇବା ସମୟରେ ପିଲାମାଙ୍କୁ ବାମ ହାତ ରେ ଧରିଥାନ୍ତି।ସେହି ସମୟରେ ମହିଳା ମାନେ ନିଜ ଡାହାଣ ହାତ ରେ ନିଜ ସାର୍ଟ ର ବୋତାମ ଖୋଲିଥାନ୍ତି।ଏହି କାରଣ ପାଇଁ ମହିଳା ମାନଙ୍କ ର ସାର୍ଟ ରେ ବୋତାମ ବାମ ପାଶ୍ୱର୍ରେ ରେ ଦିଅ ଯାଇଥାଏ।

Leave a Reply

Your email address will not be published. Required fields are marked *