ମରିବା ପୂର୍ବରୁ ୮ଜଣଙ୍କ ଜୀବନ ବଞ୍ଚେଇଦେଲା, ସ୍ତ୍ରୀ ଅନ୍ତିମ ସଂସ୍କାର କରିବାକୁ ମନା କରିଦେଲେ; ଏହି ଗୋଟେ ଜିଦ୍ଦୀ ଧରି ବସିଛନ୍ତି

ବିଶେଷ

ଅମୃତସର ରେଳ ଦୁର୍ଘଟଣାରେ ରାବଣର ମୃତ୍ୟୁ ଉପରେ ସାଙ୍ଗମାନେ କହିଲେ: ଲଙ୍କାପତି କହିକି ଚିଡଉଥିଲୁ ତାକୁ, କିନ୍ତୁ ସେ ଯାହା କରିଗଲା ଭୁଲିପାରିବୁନି, ଆମ ହିରୋ ସେ

ମରିବା ପୂର୍ବରୁ ୮ଜଣଙ୍କ ଜୀବନ ବଞ୍ଚେଇଦେଲା, ସ୍ତ୍ରୀ ଅନ୍ତିମ ସଂସ୍କାର କରିବାକୁ ମନା କରିଦେଲେ; ଏହି ଗୋଟେ ଜିଦ୍ଦୀ ଧରି ବସିଛନ୍ତି

ଅମୃତସର: ଯୋଡ଼ା ଫାଟକରେ ରାବଣ ପୋଡି ସମୟରେ ହେଇଥିବା ରେଳ ଦୁର୍ଘଟଣାରେ ରାମଲୀଳାର ରାବଣ ବି ମୃତୁ ମୁଖରୁ ବର୍ତି ପାରିନଥିଲେ ! କିନ୍ତୁ ମାରିବା ପୂର୍ବରୁ ୮ଜଣଙ୍କ ଜୀବନ ବଂଚେଇ ଲୋକଙ୍କ ହୃଦୟରେ ଅମର ହୋଇ ରହିଗଲେ ! ତାଙ୍କର ଜଣେ ପଡୋଶୀ କୃଷ୍ନାଲାଲ ଙ୍କ କହିଛନ୍ତି, ଆମେ ସବୁବେଳେ ତାକୁ ଲଙ୍କାପତି କହି ଚିଡଉଥିଲୁ ! କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ସେ ଯାହା କଲେ ଆମେ ତାକୁ କେବେ ବି ଭୁଲିପାରିବୁନି ! ସେ ଆମ ହିରୋ ! ଏହି ଘଟଣାରେ ୫୯ ଲୋକଙ୍କ ମୃତ୍ୟୁ ହେଇଗଲା , ବହୁ ଲୋକଙ୍କ ଅବସ୍ତା ଏବେ ବି ଗୁରୁତର ରହିଛି !

ମୁଁ ତାକୁ ସେହି ଦିନ କାନ୍ଦିବାର ଦେଖିଥିଲି :..

– ରେଳ ଦୁର୍ଘଟଣା ସମୟରେ ଦଲବୀରଙ୍କ ଜଣେ ବନ୍ଧୁ ଦୁର୍ଘଟଣା ସ୍ଥଳରୁ କିଛି ମିଟର ଦୂରରେ ରହି ରାବଣ ପୋଡି ଦେଖୁଥିଲେ !
– ଘଟଣା କୁ ମାନେ ପକେଇ ସେ କହିଲେ ” ମୁଁ ଦଲବୀରଙ୍କୁ କାନ୍ଦୁଥିବାର ଦେଖିଥିଲି ! ସେ ଦୋୖଡିକି କମସେକମ ୮ଜଣଙ୍କୁ ଧକ୍କା ଦେଇ ବଂଚେଇଥିଲା ! କିନ୍ତୁ ନିଜକୁ ଟ୍ରେନ ତଳକୁ ଆସିବାରୁ ବଂଚେଇପାରିଲା ନାହିଁ !

ପତ୍ନୀ ଅନ୍ତିମ ସଂସ୍କାର କରିବାକୁ ମନା କରୁଛନ୍ତି :..

– ମୃତକ ଦଲବୀର ଙ୍କ ଦେଢ଼ ବର୍ଷ ପୂର୍ବରୁ ହିଁ ବିବାହ ହୋଇଥିଲା ! ତାଙ୍କର ୮ମାସର ପୁଅ ଟିଏ ! ଦଲବୀରଙ୍କ ମୃତ୍ୟୁ ପରେ ପରିବାର ଶୋକରେ ବୁଡିରହିଛନ୍ତି ! ମା ଓ ପତ୍ନୀ ତାଙ୍କର ଅନ୍ତିମ ସଂସ୍କାର ଲରିବାକୁ ମନା କରିଦେଇଛନ୍ତି !
– ଦଲବୀର ପରିବାରଙ୍କ ସରକାରକୁ କୁହଜିଛି କି ତାଙ୍କ ପତ୍ନୀ ଙ୍କୁ ସରକାରୀ ଚାକିରୀ ମିଳୁ ଏବଂ ଦୁର୍ଘଟଣା ପାଇଁ ଦାୟୀ ଥିବା ଲୋକଙ୍କୁ ଦଣ୍ଡ ମିଳୁ , କାରଣ ଦଲବୀର ପରିବାରର ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ !

କେବେ କେଉଁଠି ଓ କିପରି ହେଇଥିଲା ଦୁର୍ଘଟଣା :..

ପଞ୍ଜାବ ର ଅମୃତସର ରେ ଦଶହରା ଦିନ ରାବଣ ପୋଡି ସମୟରେ ହୋଇଥିବା ଦୌଡା ଦୋୖଡି ସମୟରେ ଟ୍ରେନ ତଳେ ଆସି ପାଖା ପାଖି 6୦ ଲୋକଙ୍କ ମୃତ୍ୟୁ ହୋଇଛି।ଏହି ଘଟଣା ହାଦସା ଯୋଡ଼ା ରେଳ ଫାଟକରେ ସେତେବେଳେ ହୋଇଥିଲା ଯେତେବେଳେ ପଠାନକୋଟ ରୁ ଅମୃତସର ଡେମୁ ଟ୍ରେନ ଯାଉଥିଲା।ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରୁ ବହୁତ ଲୋକ ଉତ୍ତର ପ୍ରଦେଶ ଏବଂ ବିହାର ର ଲୋକ ଥିଲେ।ଘଟଣା ସ୍ଥାନରେ ୩୦୦ ଲୋକ ଥିଲେ ଯେଉଁମାନେ ରେଳ ଧାରଣା ପାଖରେ ଏକ ପଡ଼ିଆରେ ରାବଣ ପୋଡ଼ି ଦେଖୁଥିଲେ। ଅମୃତସର ର ପ୍ରଥମ ଉପମଣ୍ଡଳୀଅ ମାଜିଷ୍ଟ୍ରେଟ ରାଜେଶ ଶର୍ମା କହିଛନ୍ତି ଯେ ୫୦ ଟି ଶବ କୁ ଉଦ୍ଧାର କରାଯାଇଛି ଏବଂ ପାଖା ପାଖି ୫୦ ଆହତମାନଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଅଧିକାରୀ ମାନେ କହିଛନ୍ତି ଯେ ରାବଣର ମୂର୍ତ୍ତିକୁ ନିଆଁ ଲଗାଇବା ଏବଂ ବାଣ ଫୁଟିବା ପରେ ଭିଡ଼ ମଧ୍ୟରୁ କିଛି ଲୋକ ରେଳ ଧାରଣା ଆଡକୁ ବଢିବାକୁ ଲାଗିଲେ ଯେଉଁଠି ପ୍ରଥମରୁ ବହୁତ ଲୋକ ରାବଣ ପୋଡି ଦେଖିଥିଲେ। ସେ କହିଛନ୍ତି ଯେ ସେହି ସମୟରେ ଦୁଇ ବିପରୀତ ଦିଗରୁ ଏକ ସାଥିରେ ଦୁଇଟି ଟ୍ରେନ ଆସିଲେ ଏବଂ ଲୋକମାନଙ୍କୁ ବଞ୍ଚିବା ପାଇଁ ବହୁତ କମ ସମୟ ମିଳିଲା।ସେ କହିଥିଲେ ଯେ ଗୋଟିଏ ଟ୍ରେନ ତଳେ ବହୁତ ଲୋକ ଆସିଯାଇଥିଲେ। ଏହି ଘଟଣା ସହ ସଂପୃକ୍ତ ଜଣେ ବ୍ୟକ୍ତି ଙ୍କର କହିବା ଅନୁଯାୟୀ ଟ୍ରେନ ପ୍ରବଳ ଗତି ରେ ଯାଉଥିଲା ଏବଂ ରେଳ ଫାଟକ ରେ କେହି ହର୍ନ ମଧ୍ୟ ବଜେଇ ନାହାନ୍ତି।ସେଠି ବାଣ ର ବହୁତ ଶବ୍ଦ ହେଉଥିଲା ଯାହା ଫଳରେ ଟ୍ରେନ ଆସିବା ଖବର କେହି ଜାଣି ପାରିଲେ ନାହିଁ। .

  • 1.5K
  •  
  •  
  •  
  •  
  •  
    1.5K
    Shares
  • 1.5K
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.