KBC ରେ 7 କୋଟି ଟଙ୍କା ଜିତୁ ଥିବା ବିଜେତା ଠାରୁ ସରକାର କେତେ ଟଙ୍କା ଟ୍ୟାକ୍ସ ନେଇ ଥାନ୍ତି , ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିଶେଷ

ସୋନି ଟିଭିରେ ପ୍ରସାରିତ ହେଉ ଥିବା ସୋ “କୋନ ବନେଗା କୋରଡପତି ” ଭାରତର ପ୍ରତିଟି ଘରେ ଦେଖା ଯାଇ ଥାଏ । ଏହି ଶୋ କୁ ଅମିତାଭ ବଚ୍ଚନ ହୋଷ୍ଟ କରି ଥାନ୍ତି ଆଉ ଏହି କାରଣ ଯେ ଏହି ଶୋ ଲୋକଙ୍କ ମଧ୍ୟରେ ବହୁତ ପପୁଲାର ଅଟେ ।ଏହି ଶୋ କୁ ଲୋକେ ଏକ ଆଶା ନେଇ ଆସି ଥାନ୍ତି ଯେ ସେ ଏହି ଶୋ ଜରିଆରେ ଯାହାବି ଅର୍ଥ ରାଶି ଜିତିବେ , ସେଥିରେ ସେ ତାଙ୍କର ଜୀବନକୁ ସଜାଡ଼ିବେ କାହିଁକିନା ଯିଏ ବି ଏହି ଶୋ କୁ ଆସି ଥାଏ ତାର କୌଣସି ନା କୌଣସି ସମସ୍ୟା ରହି ଥାଏ , ଯେମିତିକି କେହି କରଜ କରି ଅଛି , ତୋ କେହି ଘର ନେବାର ଅଛି , କେହି ସ୍କୁଲ ଖୋଲିବାକୁ ଚାହୁଁଛି ତୋ କେହି ମା କୁ ନିଜର ଏକ ଘର କରି ଦେବାକୁ ଚାହୁଁଚି , ପ୍ରାୟ ସମସ୍ତଙ୍କର ପଇସାର ଆବଶ୍ୟକତା ରହି ଥାଏ ।

ଏହି ଶୋ ରେ ଏଣ୍ଟ୍ରି ନେବା ଠାରୁ ଆରମ୍ଭ କରି ହଟ ସିଟ ଯାଏଁ ପହଁଚିବା ଏବଂ ତାପରେ ଅମିତାଭ ବଚ୍ଚନ ସହିତ ବସି ” କୋନ ବନେଗା କୋରଡପତି ” ଖେଳିବା ପାଇଁ ଅନେକ ଷ୍ଟେଜ କୁ ପାର କରିବା ପାଇଁ ପଡି ଥାଏ , ଏହା ପରେ ଯାଇ କେହି ପ୍ରତିଯୋଗୀ ପ୍ରଶ୍ନର ଉତ୍ତର ଦେଇ ଅର୍ଥରାଶି ଜିତି ଥାଏ । ଯେମିତି ଯେମିତି ପଇସାର ମୂଲ୍ୟ ବଢ଼ିବାରେ ଲାଗି ଥାଏ ସେମିତି ପ୍ରଶ୍ନ ସବୁ କଠିନ ହେବାରେ ଲାଗି ଥାଏ । ପ୍ରତି ପ୍ରଶ୍ନ ପାଇଁ ଚାରିଟି ସମ୍ଭାବ୍ୟ ଉତ୍ତର ଦିଆ ଯାଇ ଥାଏ ଆଉ ସେଥି ମଧ୍ୟରୁ ଗୋଟେ ଉତ୍ତର ଠିକ ରହି ଥାଏ ।

ସରକାରଙ୍କୁ କେତେ ଟ୍ୟାକ୍ସ ଦେବାକୁ ପଡି ଥାଏ:-

ଆପଣ ଏହି ଶୋ କୁ ଘରେ ବସି ଦେଖୁ ଥିବା ବେଳେ ଏହି ପ୍ରଶ୍ନ ମନକୁ ଆସୁ ଥିବ ଯେ ଏହି ଶୋ ରେ ଜିତୁ ଥିବା ପଇସା ଉପରେ ଟ୍ୟାକ୍ସ ଦେବାକୁ ପଡି ଥାଏ ନା ନାହିଁ ? ତୋ ଆପଣଙ୍କର ଜାଣିବା ପାଇଁ। କହି ଦେଉଛୁ ଏହି ଶୋ ରେ ଜିତୁ ଥିବା ଅର୍ଥ ରାଶି ଉପରେ ସରକାରଙ୍କୁ ଟ୍ୟାକ୍ସ ଦେବାକୁ ପଡି ଥାଏ । ଟ୍ୟାକ୍ସ ସମ୍ବନ୍ଧିତ ଅନେକ ନିୟମ କାନୁନ ଅଛି । ପୁରସ୍କାର ରାଶି, ଜ୍ୟାକପୋଟ କିମ୍ବା କାହାର ଲଟେରୀ ଲାଗେ ତୋ ଏହି ସବୁ ରାଶି ଉପରେ ଟ୍ୟାକ୍ସ ଦେବାକୁ ପଡି ଥାଏ ।

ଜିତି ଥିବା ଧନ ରାଶିର 30% ସରକାରଙ୍କୁ ଦେବାକୁ ପଡି ଥାଏ , ଯଦି ଆପଣ “କୋନ ବନେଗା କୋରଡପତି” ରେ 7 କୋଟି ଟଙ୍କା ଜିତିଲେ ତୋ ଆପଣଙ୍କୁ ଏହାର 30% ଭାଗ ସରକାରଙ୍କୁ ଦେବାକୁ ପଡିବ । ଖାଲି ଏତିକି ନୁହେଁ ଆପଣ 10 ହଜାର ହେଉ ବା 1 କୋଟି ଟଙ୍କା ପୁରସ୍କାରରେ ଜିତିବେ ତୋ ତାର ବି 30% ଭାଗ ଟ୍ୟାକ୍ସ ରୂପରେ ସରକାରଙ୍କୁ ଦେବାକୁ ପଡି ଥାଏ ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.