ପୂଜା /ପାଠ: ଅଧିକ ପୂଜାପାଠ କରିବାରୁ ବଞ୍ଚନ୍ତୁ, ରାତିରେ ଶୋଇବା ପୂର୍ବରୁ ପୂଜା ଘରେ ପରଦା ପକାଇଦେବା ଆବଶ୍ୟକ। ଘର ସହ ଜଡିତ ୧୦ଟି କଥାକୁ ଧ୍ୟାନରେ ରଖିବେ ତ ଘରେ ସକାରତ୍ମକ ରହିବ

ଜୀବନଚର୍ଯ୍ୟା ପର୍ବ ପର୍ବାଣୀ ରାଶିଫଳ

ପୂଜା /ପାଠ: ଅଧିକ ପୂଜାପାଠ କରିବାରୁ ବଞ୍ଚନ୍ତୁ,ରାତିରେ ଶୋଇବା ପୂର୍ବରୁ ପୂଜା ଘରେ ପରଦା ପକାଇଦେବା ଆବଶ୍ୟକ।

* ଘର ସହ ଜଡିତ ୧୦ଟି କଥାକୁ ଧ୍ୟାନରେ ରଖିବେ ତ ଘରେ ସକାରତ୍ମକ ରହିବ।

* ଶୌଚଳୟର ଆଖପାଖରେ ମନ୍ଦିର ବନାଇବାରୁ ବଞ୍ଚନ୍ତୁ, ନ ହେଲେ ବାସ୍ତୁ ଦୋଷ ବଢିବ।

ଜୀବନ ମନ୍ତ୍ର / ଘରେ ମନ୍ଦିର ବନାଇବାର ପରମ୍ପରା ପୁରୁଣା ସମୟରୁ ଚାଲି ଆସୁଛି।ମାନ୍ୟତା ଏହା ଯେ ଘରେ ମନ୍ଦିର କରିଲେ ଘରେ ସକାରତ୍ମକତା ରହିଥାଏ।ଏହି ସମୟରେ ଧ୍ୟାନ ରଖିବା ଦରକାର ଯେ ମନ୍ଦିର ଆଖ ପାଖରେ ମଇଳା ଯେମିତି ନ ହୁଏ,ନିୟମିତ ରୂପରେ ସକାଳ ସନ୍ଧ୍ୟାରେ ପୂଜା କରିବେ।ଉଜ୍ଜେନର ଯୋତିଶାସ୍ତ୍ର ମାନିସ ଶର୍ମାଙ୍କ ଅନୁସାରେ ଜାଣନ୍ତୁ ମନ୍ଦିର ସହ ଜଡିତ କିଛି ଖାସ କଥା।

ମନ୍ଦିର ସହ ଜଡିତ କିଛି ଖାସ କଥା।

୧.ଘର ମନ୍ଦିରରେ ବହୁତ ବଡ଼ ମୂର୍ତ୍ତି ରଖନ୍ତୁ ନାହିଁ ।ଶିବପୁରାଣ ଅନୁସାରେ ଘରେ ଆଙ୍ଗୁଠି ଆକାର ଠାରୁ ବଡ ଶିବ ମୂର୍ତ୍ତି ରଖିବା କଥା ନାହିଁ। ଶିବଲିଙ୍ଗ ବହୁତ ସମ୍ବେଦନଶୀଳ ଅଟେ,ଏହା କାରଣରୁ ଘରେ ଛୋଟ ଶିବଲିଙ୍ଗ ରଖିବାର ନିୟମ ଅଟେ।ଅନ୍ୟ ଦେବାଦେବୀଙ୍କ ଆକାର ମଧ୍ୟ ଛୋଟ ରଖିବା ଦରକାର।

୨.ଧ୍ୟାନ ରଖନ୍ତୁ ଘରେ ଘଣ୍ଡିତ ମୂର୍ତି ରଖନ୍ତୁ ନାହିଁ।ଯେଉଁ ମୂର୍ତ୍ତି ଘଣ୍ଡିତ ଅଟେ ତାକୁ ଘରୁ ହଟାଇଦେବା ଦରକାର।ଖଣ୍ଡିତ ମୂର୍ତ୍ତି ପୂଜା ପାଇଁ ଅଶୁଭ ମାନା ଯାଏ।ଧ୍ୟାନ ରଖନ୍ତୁ କେବେ ମଧ୍ୟ ଶିବଲିଙ୍ଗ ଖଣ୍ଡିତ ମାନା ଯାଏ ନାହିଁ।

୩. ସବୁବେଳେ ରାତିରେ ଶୋଇବା ପୂର୍ବରୁ ମନ୍ଦିର ଘର ପରଦା ପକାଇ ଶୁଅନ୍ତୁ।ଯାଉଭଳିଆ ଶୋଇବା ସମୟରେ ଆମେ କୌଣସି ମଧ୍ୟ ବାଧା ପସନ୍ଦ କରୁ ନାହିଁ ଠିକ ସେହି ଭାବରେ ମନ୍ଦିରର ପରଦା ଢାଙ୍କି ଦେବା ଦରକାର।ଯାହା ଦ୍ୱାରା ଭଗବାନଙ୍କ ବିଶ୍ୱାସରେ ବାଧା ନ ଉପୁଜେ।

୪.ଘରେ ପୂଜା କରିଥିବା ବ୍ୟକ୍ତିଙ୍କ ମୁଖ ପଶ୍ଚିମ ଆଡକୁ ରହିଲେ ବହୁତ ଶୁଭ ମାନା ଯାଏ। ଏଥି ପାଇଁ ମନ୍ଦିରର କବାଟ ପୂର୍ବ ଆଡକୁ ହେବା ଦରକାର।ଯଦି ଏହା ସମ୍ଭବ ନ ହୁଏ ତାହାହେଲେ ବ୍ୟକ୍ତିଙ୍କ ମୁଖ ପୂର୍ବ ଆଡକୁ ରହିଲେ ଶ୍ରେଷ୍ଟ ଫଳ ମିଳିବ।

୫. ସ୍ୱଚାଳୟ ଆଖପାଖରେ ମନ୍ଦିର ବନେଇବାରୁ ବଞ୍ଚନ୍ତୁ।ଏମିତି ଜାଗାରେ ମନ୍ଦିର ସୁଭାଫଳ ଦେବନାହିଁ।ଏହି କାରଣରୁ ବାସ୍ତୁ ଦୋଷ ବଢେ।

୬.ଘରର ମନ୍ଦିର ଏମିତି ଯାଗାରେ ହବା ଦରକାର ଯାଉଠି ସୂର୍ଯ୍ୟଙ୍କ ରଶ୍ମି କିଛି ସମୟ ପାଇଁ ପଡୁଥିବ।ସୂର୍ଯ୍ୟଙ୍କ ରଶ୍ମି ଏବଂ ସଫା ପବନରେ ଘରର ବହୁତ ଗୁଡ଼ାଏ ଦୋଷ ଶାନ୍ତ ହୋଇଯାଏ।ସୂର୍ଯ୍ୟଙ୍କ ରଶ୍ମି ବାତାବରଣର ନକରାତ୍ମକ ଉର୍ଯାକୁ ନଷ୍ଟ କରିଦିଏ।

୭.ସକାଳ ସନ୍ଧ୍ୟାରେ ଘରେ ପୂଜା କରିବା ନିହାତି ଦରକାର।ମନ୍ଦିରରେ ଦୀପ ଜଳାନ୍ତୁ।ପୂଜା ସମୟରେ ଘଣ୍ଟି ବଜନ୍ତୁ ଏହା ଦ୍ୱାରା ନକରାତ୍ମକତା ନଷ୍ଟ ହୋଇଯାଏ।

୮. ଯେବେ ମଧ୍ୟ ଶ୍ରେଷ୍ଠ ମୁହୂର୍ତ୍ତ ଆସେ,ସେତେବେଳେ ପୁରା ଘରେ ଏବଂ ମନ୍ଦିରରେ ଗୋ ମୂତ୍ରକୁ ଛିଞ୍ଚନ୍ତୁ।ଏହା ଦ୍ୱାରା ପବିତ୍ରତା ବନୀ ରହେ ଏବଂ ବାତାବରଣ ସକାରତ୍ମକ ହୋଇଯାଏ।

୯.ପୂଜାରେ ବାସୀ ଫୁଲ ଅର୍ପିତ କରନ୍ତୁ ନାହିଁ।ସ୍ୱଚ୍ଛ ଏବଂ ତାଜା ଜଳକୁ ହିଁ ପ୍ରୟୋଗ କରନ୍ତୁ।ମନେ ରଖନ୍ତୁ ତୁଳସୀ ପତ୍ର ଏବଂ ଗଙ୍ଗା ଜଳକୁ କେବେ ମଧ୍ୟ ବାସୀ ମାନା ଯାଏ ନାହିଁ।ଏହାର ଉପଯୋଗ କେବେ ମଧ୍ୟ କରାଯାଇପାରିବ।

୧୦.ଘରେ ଯେଉଁ ଠାରେ ମନ୍ଦିର ଅଛି ସେଠାକୁ ଚମଡ଼ାରେ ତିଆରି ଜୋତା ଏବଂ ଜିନିଷକୁ ନିଅନ୍ତୁ ନାହିଁ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.