ସୋନିଲିଅନ ଫିଲ୍ମରେ ମୋବାଇଲ ନମ୍ବର କହିଦେଲେ ଆଉ ତାପରେ ହେଇଗଲା କାଣ୍ଡ , ପଢନ୍ତୁ ପୁରା

ବିଶେଷ ଭାଇରଲ

କିଛି ଦିନ ପୂର୍ବରୁ ଏକ ଫିଲ୍ମ ଆସିଥିଲା ‘ଅର୍ଜ୍ଜୁନ ପଟିୟାଲା’।ଦିଲଜିତ ଏବଂ କୃତି ଙ୍କ ଏହି ଫିଲ୍ମରେ ସନି ଲିଓନି ମଧ୍ୟ ଥିଲେ।ଫିଲ୍ମର ଗୋଟିଏ ସିନ ରେ ବରୁନ ଶର୍ମା ଙ୍କୁ ନିଜ ନମ୍ବର ଦେଉଛନ୍ତି।ଏବେ ଏହି ସିନ ଦିଲ୍ଲୀର ଇଂକଲେବ ରହୁଥିବା ଲୋକ ପାଇଁ ଅସୁବିଧା ହୋଇଯାଇଛି।

୨୭ ଦିନ ପୂର୍ବରୁ ପୁନିତ ଅଗ୍ରୱାଲ ତିନି ଦିନ ହେଲା ବହୁତ ଅସୁବିଧା ରେ ଅଛନ୍ତି।ସେ ଦେଶ ବିଦେଶରେ ୪୦୦ ଲୋକ ଫୋନ କରି ସାରିଲେଣି।କାହିଁକି?ଲୋକଙ୍କୁ ସନି ଲିଓନି ଙ୍କ ସହ କଥା ହେବାର ଅଛି।ଯେଉଁ ସିନ ବିଷୟରେ ଆମେ କଥା ହେଉଛନ୍ତି,ସେହି ସିନରେ ସନି ଙ୍କ ଦ୍ଵାରା ଦିଆ ଯାଇଥିବା ନମ୍ବର ପୁନିତ ଙ୍କର।ଏବେ ସେହି ନମ୍ବର ରେ ଦିନ ରାତି ଫୋନ ଆସୁଛି।

ପୁନିତ ଏକ ପ୍ରାଇଭେଟ କମ୍ପାନୀ ରେ କାମ କରୁଛନ୍ତି।ଦୈନିକ ଭାସ୍କର ରେ ଦେଇଥିବା ଇଣ୍ଟରଭ୍ୟୁ ରେ ପୁନିତ କହିଛନ୍ତି-

‘ଶୁକ୍ରବାର ଦିନ ସନି ଲିଓନି ଙ୍କ ଫିଲ୍ମ ‘ଅର୍ଜ୍ଜୁନ ପଟିୟାଲା’ ରିଲିଜ ହୋଇଛି।ଫିଲ୍ମ ର ଏକ ସିନ ରେ ସେ ବରୁନ ଶର୍ମାଙ୍କୁ ନିଜ ମୋବାଇଲ ନମ୍ବର ଦେଉଛନ୍ତି, ଯାହା ମୋ ନମ୍ବର।ଶୁକ୍ରବାର ଠାରୁ ଲୋକ ମୋ ପାଖକୁ ସନୀଙ୍କ ସହ କଥା ହେବା ପାଇଁ ଫୋନ କରୁଛନ୍ତି।ଏତିକି ନୁହେଁ କିଛି ଲୋକ ୱାଟ୍ସଆପ ରେ ମେସେଜ ବି କରୁଛନ୍ତି।କିଛି ଲୋକ ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି।

ପୁନିତ ଏହା ମଧ୍ୟ କହିଛନ୍ତି ତାଙ୍କ ମୋବାଇଲ ନମ୍ବର ବ୍ୟବହାର ଫିଲ୍ମରେ ତାଙ୍କୁ ବିନା ପଚାରି କରିଛନ୍ତି।ଏହା ସହ ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରି ସହ କିଛି କାମ ନାହିଁ।ସେ କାହାକୁ ଜାଣି ନାହାଁନ୍ତି।ଏହାର ଅଭିଯୋଗ ସେ ଥାନାରେ କରିଛନ୍ତି।କିନ୍ତୁ ପୋଲିସ କୌଣସି ଆକ୍ସନ ନେଇ ନାହିଁ।ପୁନିତ ଙ୍କୁ ଏବେ ମଧ୍ୟ ଫୋନ ଆସୁଛି।

ପୁନିତ ଙ୍କ କହିବା ଅନୁଯାୟୀ ସେ ଏହି କାମ ପାଇଁ ଏତେ ଅସୁବିଧା ରେ ଅଛନ୍ତି ଯେ ମାମଲା କୋର୍ଟ କୁ ନେବାକୁ ଚାଂହୁଛନ୍ତି।ସେ ଫୋନକୁ ଆସୁଥିବା କଥା ରେକର୍ଡ କରୁଛନ୍ତି, ଯାହା ସେ ପ୍ରମାଣ ରୂପରେ ରଖୁଛନ୍ତି।

ଏହା ପ୍ରଥମ ଥର ପାଇଁ ନୁହେଁ।ଏହା ପୂର୍ବରୁ ଫିଲ୍ମରେ ଏପରି ହୋଇ ସାରିଛି।ଏହା ବହୁ ବର୍ଷ ପୂର୍ବରୁ ‘କୋନ ବନେଗା କରୋଡ଼ ପତି’ ରେ ଅମିତାଭ ଵଚନ ଙ୍କୁ ତାଙ୍କ ନମ୍ବର ମାଗିଥିଲେ।ଅମିତାଭ ବଚନ ମନରୁ ଭାବି କୌଣସି ନମ୍ବର ଦେଇଥିଲେ।ସେ ସତରେ କାହାର ଫୋନ ନମ୍ବର ଥିଲା।ତାକୁ ଦିନ ରାତି ଫୋନ ଆସିବାକୁ ଲାଗିଲା।ଏହି କଥା ଖବର କୁ ମଧ୍ୟ ଆସିଥିଲା।ଏହା ପରେ ଅମିତାଭ ଙ୍କୁ ସୋ ରେ କ୍ଷମା ମାଗିବାକୁ ପଡିଥିଲା।

ତେବେ ଆପଣ ଯଦି ଫିଲ୍ମରୁ କୌଣସି ମୋବାଇଲ ନମ୍ବର ଶୁଣି ତାକୁ ଫୋନ କରିବା ଆରମ୍ଭ କରୁଛନ୍ତି ତେବେ ରହିଯାଅନ୍ତୁ।ତାହା ସତ ନୁହେଁ।

  •  
  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.