ଗଛରେ ଅଚାନକ ଦେଖାଗଲେ ସାଇବାବାଙ୍କ ପ୍ରତିମୂର୍ତି, ଦର୍ଶନ ପାଇଁ ଲୋକଙ୍କ ଭିଡ ଜମିଲା, ଭିଡ଼ିଓରେ ଦେଖନ୍ତୁ ସତ୍ୟତା

ଗୁରୁବାର ପର୍ବ ପର୍ବାଣୀ

ଭାରତ ଏକ ଏପରି ଦେଶ ଯେଉଁଠି ଲୋକଙ୍କ ଭାବନା ବହୁତ ସମ୍ବେଦନଶୀଳ ଅଟେ।ଖାସ କରି ଯେବେ ଧର୍ମର କଥା ଆସେ।ତେବେ ଏହାର ଆସ୍ଥା ପ୍ରବଳ ହୋଇଯାଏ।ବହୁତ ଥର ଦେଶର ବିଭିନ୍ନ ସ୍ଥାନରେ ଧର୍ମ କିମ୍ବା ଭଗବାନ ସହ ଜଡିତ ଚମତ୍କାରର ଖବର ଭାଇରଲ ହୁଏ।ଏହି ଦିନ ଇଣ୍ଟରନେଟରେ ଏକ ଭିଡିଓ ବହୁତ ଭାଇରଲ ହେଉଛି।ଏହି ଭିଡ଼ିଓରେ ଗଛରେ ସାଇ ବାବା ଙ୍କ ଆକୃତି ଦେଖା ଦେଇଛି।ଏହି ଚମତ୍କାର ଏବଂ ସାଇ ବାବା ଙ୍କ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗିଛି।ଏପରି ପ୍ରଶ୍ନ ଉଠିଛି ଯେ ଏହା କୌଣସି ଚମତ୍କାର ନା ମାମଲା ଆଉ କଣ?ଉତ୍ତର ଜାଣିବା ପାଇଁ ଖବର ପଢ଼ନ୍ତୁ।

ଏହି ମାମଲା ହରିୟାଣା ର ଆମ୍ବଲା ସହରର ରେଲୱେ କଲୋନୀର ୱାର୍ଡ ୮ ର କୁହାଯାଉଛି।ଏଠାକାର ଜାଗାରେ ଏକ ବହୁତ ପୁରୁଣା ‘ଜଙ୍ଗଲ ଜଲେବି’ ଗଛ ଅଛି।ଏହି ଗଛରେ ସାଇ ବାବା ଙ୍କ ଚେହେରା ଦେଖା ଦେଇଛି।ଏହାକୁ ପ୍ରଥମେ ଏଠି ଖେଳୁଥିବା ଛୁଆମାନେ ଦେଖିଲେ।ଏହା ପରେ ସେମାନେ ଏହାର ସୂଚନା ଘର ଲେକଙ୍କୁ କହିଲେ।ଖବର ବ୍ୟାପି ଗଲା।ଏହା ପରେ ଗଛରେ ହୋଇଥିବା ସାଇ ବାବା ଙ୍କୁ ଦର୍ଶନ କରିବା ପାଇଁ ଲୋକଙ୍କ ଭିଡ଼ ଲାଗିଗଲା।ଦୂର ଦୂରରୁ ଲୋକ ଏହି ବାବାଙ୍କ ଦର୍ଶନ ପାଇଁ ଆସିବାକୁ ଲାଗିଲେ।ଲୋକେ ସେଠି ଭଜନ କୀର୍ତ୍ତନ କରିବାକୁ ଲାଗିଲେ।

ଏହି ମାମଲା ଲୋକଙ୍କ ଆସ୍ଥା ସହ ଜଡିତ ଥିଲା ସେଥିପାଇଁ ସାଇ ବାବା ଙ୍କ ଏହି ଆକୃତି ରକ୍ଷା କରିବା ପାଇଁ ବ୍ୟବସ୍ଥା କରାଗଲା।ଭକ୍ତ ମାନେ ଚାରିପଟେ ବାଡ଼ି ପୋତିଦେଲେ ରେଲୱେ ପ୍ରଶାସନ ଆରପିଏଫ କର୍ମଚାରୀ ଙ୍କୁ ଡ୍ୟୁଟି ରେ ଲଗାଇଦେଲେ।ସମସ୍ତଙ୍କର ଏହି ଚେଷ୍ଟା ଥିଲା ଯେ ବାବାଙ୍କ ଏହି ଆକୃତିକୁ କେହି ଖରାପ ନକରୁ।

କଣ ସତରେ ଅଛି ଚମତ୍କାର?

ଏହି ଘଟଣା ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇ ଯାଇଛି।ସାକ୍ଷୀ ରାମଦିନ କହିଲେ ଯେ ଗଛ ପାଖକୁ ସବୁଦିନ ଜଣେ ଲୋକ ଆସନ୍ତି, ସେ ସେହି ଗଛର ଗୋଟିଏ ଅଂଶରେ କିଛି କାମ କରେ।ବୋଧ ହୁଏ ସେହି ଲୋକ ସାଇ ବାବା ଙ୍କ ଆକୃତି କରିଛି।ଏହି ଗଛ ପାଖରେ ପୁରୁଣା ରେଲୱେ କ୍ୱାଟର ଭାଙ୍ଗି ନୂଆ କ୍ୱାଟର କରିବାର କାମ ଚାଲିଥିଲା।ରାମଦିନ ସେଠି ମଜୁରିଆ ଭାବେ କାମ କରୁଥିଲେ।

ଆମ୍ବଲା ଡିଆରଏମ ଦିନେସ ଚନ୍ଦ୍ର ଶର୍ମା କହିଛନ୍ତି ଯେ ବର୍ତ୍ତମାନ ଯୁଗରେ ଏପରି କିଛି ହେବ ଅସମ୍ଭବ।ଏହି ଗଛ ପାଖରେ କାମ ଚାଲିଥିଲା,ସେହି ଲୋକ ମାନଙ୍କୁ ଏହି ଗଛରେ ଏପରି କିଛି ଦେଖା ଯାଇନଥିଲା।ଯଦି ଆବଶ୍ୟକ ପଡେ ତେବେ ଆମେ ପୁରାତତ୍ୱ ବିଭାଗ ରୁ ଯାଞ୍ଚ କରାଇବୁ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.