VIDEO : ହାଇୱେରେ ଚାଲୁଥିବା ଟ୍ରକରୁ ହଟାତ ଯେତେବେଳେ ହେଲା ଟଙ୍କାର ବର୍ଷା, ତାପରେ ରାସ୍ତାରେ ଯାଉଥିବା ଲୋକ ଲୁଟିବାକୁ ଲାଗିଗଲେ

ଦେଶ ବିଦେଶ

ନୂଆଦିଲ୍ଲୀ।ଆପଣ କେବେ ଦେଖିଛନ୍ତି କି ହାଇବେ ରେ ଗାଡ଼ିରେ ଆପଣ କୁଆଡେ ଯାଉଛନ୍ତି ଏବଂ ହଠାତ ନୋଟର ବର୍ଷା ହେବାକୁ ଲାଗିବ?ଶୁଣିବାକୁ ଅଜବ ଲାଗିବ କିନ୍ତୁ ଏକ ଆଶ୍ଚର୍ଯ୍ୟ ହେବା ବାକ୍ୟ ସାମ୍ନାକୁ ଆସିଛି।ଯେଉଁଥିରେ ଏକ ଟ୍ରକ ହାଇବେ ରେ ଯାଉଥିଲା,ଏହା ମଧ୍ୟରେ ହଠାତ ତାର ଡୋର ଖୋଲିଗଲା।ଏହା ପରେ ପୁରା ହାଇବେ ଉପରେ ନୋଟର ବର୍ଷା ହେବାକୁ ଲାଗିଲା।ହାଇବେରେ ଯାଉଥିବା ସବୁ ଗାଡି ରହିବାକୁ ଲାଗିଲେ ଏବଂ ଗାଡ଼ିରେ ବସିଥିବା ସବୁ ଲୋକ ପଇସା ଏକଜୁଟ କରିବାକୁ ଲାଗିଲେ।ଏହି ପୁରା ଘଟଣା ର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।ଯେଉଁଥିରେ ସଡକ କଡ଼ରେ ଗାଡିର ଲମ୍ବା ଲାଇନ ଲାଗିଛି, ସେଠି ଗାଡି ମାନଙ୍କର ଡ୍ରାଇଭର ନୋଟ ଉଠାଇବାରେ ଲାଗିଛନ୍ତି।

ହଠାତ ଟ୍ରକର ଡୋର ଖୋଲିଲା ଏବଂ ବର୍ଷିଲା ନୋଟ

ଏହି ଘଟଣା ଆମେରିକା ରାଜ୍ୟ ଜାର୍ଜିୟା ର ଅଟଲଣ୍ଟ ରୁ ସାମ୍ନା କୁ ଆସିଛି।କୁହାଯାଉଛି ଯେ ମଙ୍ଗଳବାର ରାତିରେ ପଇସାରେ ଭରା ଏକ ଟ୍ରକ ହାଇବେ ରେ ଯାଉଥିଲା ଏହା ମଧ୍ୟରେ ସଡକରେ ଏହାର ଡୋର ଖୋଲିଗଲା।ଡୋର ଖୋଲିବା ପରେ ଟ୍ରକରେ ଥିବା ସବୁ ନୋଟ ବାହାରକୁ ଉଡ଼ିଗଲା।ହାଇବେରେ ଏହି ପ୍ରକାର ନୋଟର ବର୍ଷା ଦେଖି ସେଠି ଯାଉଥିବା ଲୋକମାନେ ଏହାକୁ ଉଠାଇବାକୁ ଲାଗିଲେ।

ମଝି ରାସ୍ତାରେ ଗାଡ଼ି ରଖି ନୋଟ ଉଠାଇବାକୁ ଲାଗିଲେ ଲୋକ

ପୁରା ବାକ୍ୟ ଡ଼ନବୁଡି ପୋଲିସ ବିଭାଗ ଫେସବୁକ ରେ ପୋଷ୍ଟ କରିଥିଲେ।ସେ କହିଥିଲେ ପୂର୍ବ ରାତିରେ ପାଖା ପାଖି ୮.୦୦ ରେ,ଡ଼ନବୁଡି ଅଧିକାରୀ ମାନେ I-285 ପଶ୍ଚିମ ଏବଂ ଏସଫୋର୍ଡ ଡ଼ନବୁଡି ରୋଡ଼ ଇଲାକାରେ ରାସ୍ତାରେ ପଇସା ପଡିବାର ଘଟଣା ବିଷୟରେ ଦେଇଥିଲେ।911 ରେ କଲ କରିବା ଲୋକ କହିଲେ ଯେ 15 ରୁ ଅଧିକ ଗାଡି ରାସ୍ତାରେ ଠିଆ ହୋଇଛି ଏବଂ ଲୋକେ ହାଇବେରେ ପଇସା ଉଠାଉଛନ୍ତି।

ଫେସବୁକ ପୋଷ୍ଟରେ ପୋଲିସ ବିଭାଗ କହିଲେ, ଯେବେ ଆମ ଅଧିକାରୀ ସେଠି ପହଁଚିଲେ,ତେବେ ସେମାନେ ଦେଖିଲେ ଏକ ବଡ଼ ଗାଡି ଅଛି।ସେହି ଗାଡିର ଡ୍ରାଇଭର କହିଲେ ଯେ ଗାଡି ଚଳାଇବା ସମୟରେ ସାଇଡ଼ର ଡୋର ଖୋଲିଗଲା,ଯେଉଥି ପାଇଁ ନୋଟ ଉଡ଼ିଗଲା।

ପୂରା ମାମଲା ରେ ଅଧିକାରୀ କହିଲେ ଯେ ଯେଉଁମାନେ ନୋଟ ନେଇଛନ୍ତି ତାଙ୍କୁ ଚିନ୍ହି ତାଙ୍କ ବିରୁଦ୍ଧରେ କୋର୍ଟ ପଦକ୍ଷେପ ନେବ।ଯେଉଁମାନଙ୍କ ପାଖରୁ ନୋଟ ମିଳିବ ତାଙ୍କ ବିରୁଦ୍ଧରେ ଚୋରି ମାମଲା ରୁଜ୍ଜୁ ହେବ।ଏହି ଟ୍ରକରୁ ଉଡିଥିବା ପଇସା କେତେ ହେବ,ଏହା ଠିକ ଭାବରେ ଜଣା ପଡୁନାହିଁ।

  •  
  •  
  •  
  •  
  •  
  •  

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.